News

ଆସନ୍ତାକାଲି ଓଜେଇଇ ପରୀକ୍ଷା : ୪୮ ହଜାର ୩୧୭ ଜଣ ପରୀକ୍ଷାର୍ଥୀ

ରାଜ୍ୟର ୮୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଆସନ୍ତାକାଲି ଅନୁଷ୍ଠିତ ହେବ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମିନେସନ୍‌ (ଓଜେଇଇ) । ରାଜ୍ୟର ୮୧ଟି କେନ୍ଦ୍ରରେ ଏହି ପରୀକ୍ଷା ହେବ । ମୋଟ ୪୮ ହଜାର ୩୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଗତବର୍ଷ ୫୨ହଜାର ୫୬୦ଜଣ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିଲେ । ତେବେ ଏହି ଓଜେଇ ପରୀକ୍ଷା କୁ ଦୁଇଟି ପର୍ଯ୍ୟାୟରେ କରିବା ପାଇଁ ଓଜେଇଇ କର୍ତ୍ତୁପକ୍ଷ ଧାର୍ଯ୍ୟ କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଆସନ୍ତା କାଲି ସକାଳ ୯ଟାରୁ ୧୨ଟା ଯାଏଁ ପରୀକ୍ଷା ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨ଟାରୁ ୪ଟା ପର୍ଯ୍ୟନ୍ତ ପରୀକ୍ଷାଦେବେ ଛାତ୍ରଛାତ୍ରୀ । ପରୀକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏମ୍‌ବିଏ, ଏମ୍‌ସିଏ, ଫାର୍ମାସି, ଲାଟେରାଲ୍ ଏଣ୍ଟ୍ରି ଇଂଜିନିୟରିଂ ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପରୀକ୍ଷା ହେବ ।

ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ଓଜେଇଇ ରେଜଲ୍ଟ ପ୍ରକାଶ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଜୁନ୍ ଶେଷ ସପ୍ତାହରେ କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଓଜେଇଇ ଭାରପ୍ରାପ୍ତ ଅଧ୍ୟକ୍ଷ ମନୀଷ ତ୍ରିପାଠୀ ସୁଚନା ଦେଇଛନ୍ତି । ଆସନ୍ତାକାଲି ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, କଟକ, ଅନୁଗୁଳ ,ବଲାଙ୍ଗୀର ଭଳି ୨୦ଟି ସହରର ୮୧ଟି କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୁଚନା ।

ଆସନ୍ତାକାଲି ଓଜେଇଇ ପରୀକ୍ଷା : ୪୮ ହଜାର ୩୧୭ ଜଣ ପରୀକ୍ଷାର୍ଥୀ ojee 1

ପଢନ୍ତୁ ;

ପୁରୀ ସ୍ୱର୍ଗଦ୍ୱାରରେ ଓଲିଉଡ ଅଭିନେତ୍ରୀ ଅନିତା ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ

Related posts

ପୁଣିଥରେ ଅର୍ଥ ମନ୍ତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେବେ ଜେଟଲୀ

ENO Beuro

ନିପା ଭାଇରସ ଆକ୍ରାନ୍ତ ରୋଗୀଙ୍କ ସେବା କରୁଥିବା ନର୍ସଙ୍କ ମୃତ୍ୟୁ

ENO Beuro

ବରିଷ୍ଠ ନାଗରିକଙ୍କ ପାଇଁ ସହାୟତା କେନ୍ଦ୍ର, ମିଳିବ ମନୋରଂଜନ ସହ ସାମାଜିକ କାର୍ଯ୍ୟକ୍ରମର ସୁବିଧା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More