POLITICALS

ଆସନ୍ତାକାଲି ପାଟକୁରା ବିଧାନସଭା ନିର୍ବାଚନ, ଆଜି ଅନ୍ଧାରି ବିଜେ

Untitled 1

ରାତି ପାହିଲେ ହେବ ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା  ଆସନ ପାଇଁ ଭୋଟ ଗ୍ରହଣ । ବିଜେପି ପକ୍ଷରୁ ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେହିପରି  ବିଜେଡି ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରିଛି। କାଲି ୨ ଲକ୍ଷ ୪୪ ହଜାର ୭୪୭ ଭୋଟର୍ ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।

Buth 750x430

ଏଥିପାଇଁ ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚୁଛନ୍ତି ପୁଲିଂ ପାର୍ଟି । ଇଭିଏମ ଓ ଅନ୍ୟ ଆବଶ୍ୟକ ସରଞ୍ଜାମ ସହ ପୁଲିଂ ପାର୍ଟି ବୁଥରେ ପହଞ୍ଚୁଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ୩୦୯ଟି ବୁଥରେ ମତଦାନ ହେବ । ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ।

କାଲି ଅପରାହ୍ନ ୫ଟାରୁ ଆନୁଷ୍ଠାନିକ ଭାବେ ପ୍ରଚାର ହେବାପରେ ନିର୍ବାଚନମଣ୍ଡଳୀ ପୁରା ନିରବୀ ଯାଇଛି। ସର୍ବସାଧାରଣ ସଭା,ଗାଡି, ପ୍ରଚାର, ଶୋଭାଯାତ୍ରା,ରୋଡ ସୋ ସବୁ କିଛି ଠପ। ତେବେ ନିର୍ବାଚନୀ ପ୍ରଚାରରେ କଟକଣା ଲାଗିଥିଲେ ମଧ୍ୟ ଭୋଟ ଭିଡିବାକୁ ଓ ନିଜ ନିଜ ସପକ୍ଷରେ ମତ ହାତେଇବାକୁ ପାର୍ଥୀ ଓ ସେମାନଙ୍କ ଅନୁଗତ ମାନେ ଗଳାବାଟ ଖୋଜିବା ଆରମ୍ଭ କରିଦେଇଛନ୍ତି। ପ୍ରତିଦ୍ଵନ୍ଦୀ ପାର୍ଥୀ ଓ ନିର୍ବାଚନୀ ଆୟୋଗଙ୍କ ନଜରକୁ ଏଡାଇ ଚାଲିଛି ଅନ୍ଧାରି ବିଜେ। ଉପହାର ବାଣ୍ଟି ଭୋଟର ହାତେଇବାକୁ ଚାଲିଛି ଭିତିରି ଉଦ୍ୟମ।

ପଢନ୍ତୁ: ଦକ୍ଷିଣ ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟ ପ୍ରଭାବରେ ୪ରୁ ୫ ଦିନ ଲଗାଣ ବର୍ଷା

Related posts

ଆମେଥିରେ କଂଗ୍ରେସ ଅଧକ୍ଷ ରାହୁଲଙ୍କ ପଛରେ ସ୍ମୃତି ଇରାନୀ

Ratnamani Moharana

ରାମ ମନ୍ଦିର ପାଇଁ ସୁନା ଇଟା ଯାଚିଲେ ମୋଗଲ ବଂଶଜ

Ratnamani Moharana

ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

Ratnamani Moharana

Leave a Comment