News

ରାତିପାହିଲେ ବଡଦାଣ୍ଡକୁ ଆସିବେ ମହାବାହୁ, ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

Untitled 1

ଆସନ୍ତାକାଲି ପବିତ୍ର ରଥ ଯାତ୍ରା । ଭାଇ ଭଉଣୀଙ୍କୁ ସାଥୀରେ ନେଇ ବଡ ଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ ଜଗନ୍ନାଥ । ଏହା ପୂର୍ବରୁ ତିନି ରଥରେ ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ୩ ରଥ । ଆସନ୍ତାକାଲି ତିନି ଠାକୁର ରଥରେ ବିଜେ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ।ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁରା ସହରରେ ୧୪୨ ପ୍ଲାଟୁନ୍ ଫୋର୍ସ, ୨ କମ୍ପାନୀ ଆର୍‌ଏଏଫ୍‌, ତିନି ୟୁନିଟ୍ OSAF ନିୟୋଜିତ ହୋଇଛନ୍ତି। ଏକ ହଜାର ଅଫିସର୍, ୨ ଜଣ ପୁଲିସ୍‌ ଅତିରିକ୍ତ ମହାନିର୍ଦ୍ଦେଶକ ସୁରକ୍ଷା ବ୍ୟବସ୍ଥାର ତତ୍ତ୍ୱାବଧାନ ଦାୟିତ୍ୱରେ ରହିଛନ୍ତି। ଏହାସହ ୫ ଜଣ ଆଇଜି, ୧୨ ଜଣ ଏସ୍‌ପି ବି ପୁରୀରେ ମୁତୟନ ରହିଛନ୍ତି। ମୁଖ୍ୟତଃ ମନ୍ଦିର ଭିତର ସୁରକ୍ଷା, ଦର୍ଶନ ଏବଂ ରଥା ଟଣାକୁ କିପରି ଶାନ୍ତି ଶୃଙ୍ଖଳା ଭାବେ କରାଯିବ ଏନେଇ ଗୁରୁତ୍ୱ ଦିଆଯାଇଛି।

 

 

ଏହାସହ ବଡ଼ଦାଣ୍ଡରେ ହେବାକୁ ଥିବା ଜନ ସମୁଦ୍ରକୁ ପରିଚାଳନା କରିବା ଲାଗି ବି ଫୋର୍ସଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଥିବା କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ  ସୂଚନା ଦେଇଛନ୍ତି। ସିସିଟିଭି ଜରିଆରେ ସମଗ୍ର ସହରକୁ ନଜର ରଖାଯାଇଛି। ସିସିଟିଭି, ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଦୁଇଟି କଣ୍ଟ୍ରୋଲ ରୁମ୍ ଖୋଲା ହୋଇଛି। ସନ୍ଦିଗ୍ଧଙ୍କ ଉପରେ ନଜର ରଖିବା ପାଇଁ ସାଧା ପୋଷାକରେ ପୁଲିସ୍‌ ମୁତୟନ ହୋଇଛନ୍ତି। ଗୁଇନ୍ଦା ବିଭାଗ ଆଇଜିଙ୍କ ତୀକ୍ଷ୍ଣ ନଜର ଏସବୁ ଉପରେ ରହିଛି। କୌଣସି ବି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ପୁଲିସ୍‌ ସହ ଏନ୍‌ଡିଆର୍‌ଏଫ୍‌ , ଅଗ୍ନିଶମ କର୍ମଚାରୀ ମୁତୟନ ହୋଇଛନ୍ତି।

ପଢନ୍ତୁ: ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ରଥଖଳାରୁ ସିଂହଦ୍ୱାର ଯାଏ ଟଣାଯିବ ୩ ରଥ

 

Related posts

ଗିରଫ ହେଲେ ବିଜେଡ଼ି ନେତା ପ୍ରଦୀପ ମହାରଥୀ

Ratnamani Moharana

ସରିଲା ରଥଯାତ୍ରା ଆରମ୍ଭ ହେଲା ମହାପ୍ରଭୁଙ୍କ ରଥଭଙ୍ଗା କାର୍ଯ୍ୟ

Ratnamani Moharana

ନୂଆ ଅଫିସ୍‌ ଟାଇମ୍‌ ମାନୁ ନାହାଁନ୍ତି ସରକାରୀ କର୍ମଚାରୀ

Ratnamani Moharana

Leave a Comment