EnewsOdia.Com

ଆସନ୍ତାକାଲି ଆଇପିଏଲ ପାଇଁ ହେବାକୁ ଯାଉଛି ଖେଳାଳି ନିଲାମ

ଆଇପିଏଲର ୨୦୨୦ ସଂସ୍କରଣ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ଆଇପିଏଲ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ହେବ। ନିଲାମ ପ୍ରକ୍ରିୟାରେ ସମଗ୍ର ବିଶ୍ୱର ୩୩୨ ଜଣ ଖେଳାଳି ସାମିଲ ହୋଇଛନ୍ତି। ବେଙ୍ଗାଲୁରୁ ବଦଳରେ ଏଥର କୋଲକାତାରେ ନିଲାମ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

ନିଲାମ ପ୍ରକ୍ରିୟାରେ ୧୮୬ ଜଣ ଭାରତୀୟ ଖେଳାଳି, ୧୪୬ ଜଣ ବିଦେଶୀ ଖେଳାଳି ଓ ଆଇସିସିର ସହଯୋଗୀ ରାଷ୍ଟ୍ରର ୩ ଜଣ ଖେଳାଳି ରହିଛନ୍ତି। ଦେଶ ଅନୁସାରେ ଦେଖିଲେ ଭାରତର ୧୮୬, ଅଷ୍ଟ୍ରେଲିଆର ୩୫, ଦକ୍ଷିଣ ଆଫ୍ରିକାର ୨୩, ଇଂଲଣ୍ଡର ୨୨, ୱେଷ୍ଟଇଣ୍ଡିଜର ୧୯, ନ୍ୟୁଜିଲ୍ୟାଣ୍ଡର ୧୮, ଶ୍ରୀଲଙ୍କାର ୧୪, ଆଫଗାନିସ୍ତାନର ୭, ବାଂଲାଦେଶର ୫, ୟୁଏଇର ୧, ଆମେରିକାର ୧ ଓ ସ୍କଟଲ୍ୟାଣ୍ଡର ଜଣେ ଖେଳାଳି ରହିଛନ୍ତି।ଏଥର ୭ ଜଣ ଖେଳାଳିଙ୍କ ନିଲାମ ପାଇଁ ମୂଳ ଅର୍ଥ ରାଶି ୨ କୋଟି ରହିଛି। ତେବେ ଏହି ୭ ଜଣଙ୍କ ମଧ୍ୟରେ କୌଣସି ଭାରତୀୟ ଖେଳାଳି ନାହାନ୍ତି। ଆସନ୍ତାକାଲି ଦିନ ୩.୩୦ରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବାର ଅଛି।

ସମ୍ବନ୍ଧିତ ଖବର

ପ୍ରଥମ ଟି-୨୦ରେ ବାଂଲାଦେଶ ଠାରୁ ହାରିଲା ଭାରତ

Ratnamani Maharana

୨ ବର୍ଷ ପାଇଁ ବାସନ୍ଦ ହେଲେ ସାକିବ୍‌

Ratnamani Maharana

କ୍ୟାପ୍ଟେନ୍‌ ପଦରୁ ବହିଷ୍କାର ହେବା ସହିତ ଟିମ୍‌ରୁ ବି ବିଦା ହେଲେ ସର୍ଫରାଜ

Ratnamani Maharana

ଏସଜିଠାରୁ ୭୨ ପିଙ୍କ୍ ବଲ ମଗାଇଲା ବିସିସିଆଇ

Ratnamani Maharana

ବିସିସିଆଇର ସଭାପତି ଭାବେ ଦାଇତ୍ଵ ନେଲେ ସୌରଭ ଗାଙ୍ଗୁଲି

Ratnamani Maharana

୨୦୨୩ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ଦୌଡ଼ରେ ଭାରତ

Ratnamani Maharana