News

ଶୀତରେ ଥରୁଛି ସାରା ଓଡ଼ିଶା

କୁହୁଡ଼ି ପରିମାଣ ବେଶି ନ ଥିଲେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ସାରା ଓଡିଶା ରେ । ଲୋକେ ନିଆଁ ଜାଳି ଦିପ୍ରହର ଯାଏ ବସି ରହୁଛନ୍ତି। ଭୋର ସମୟରେ ଅଧିକ ଶୀତ ଅନୁଭୂତ ହେଉଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ , ଆହୁରି ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଶୀତ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ତାପମାତ୍ରା ଆହୁରି ଦୁଇ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଉପକୂଳ ଓଡ଼ିଶାର ଆଉ କେତେକ ସ୍ଥାନରେ ପାରଦ ୧୦ ଡିଗ୍ରି ତଳକୁ ଖସିବ। ଦାରିଙ୍ଗବାଡ଼ି, ଫୁଲବାଣୀରେ ତୁଷାରପାତ ହେବାର ବି ସମ୍ଭବନା ରହିଛି।

ଭୁବନେଶ୍ୱରରେ ପାରଦ ୧୦.୪ ଡିଗ୍ରିକୁ ଖସି ଆସିଛି।  ଆହୁରି ଖସିବାର ସମ୍ଭାବନା ମଧ୍ୟ ରହିଛି। କେତେକ ଜିଲା ରେ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା ।

ଫୁଲବାଣୀରେ୩.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୪, ସୁନ୍ଦରଗଡ଼ରେ ୭, ହୀରାକୁଦରେ ୭.୨, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୭.୫, କେନ୍ଦୁଝରଗଡ଼ରେ ୭.୯, ସମ୍ବଲପୁରରେ ୮.୮, ସୋନପୁର, ଅନୁଗୁଳ ଓ କୋରାପୁଟରେ ୯, ବାରିପଦାରେ ୯.୨, ବାଲେଶ୍ୱରରେ ୯.୫ ଡିଗ୍ରି ରହିଛି। ବଲାଙ୍ଗିର, ଟିଟିଲାଗଡ଼ ଓ ଢେଙ୍କାନାଳରେ ୧୦ ଡିଗ୍ର୍ରି ଲେଖାଏ ରହିଛି।

ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ପରି ଜିଲ୍ଲାରେ ପାରଦ ଆହୁରି ହ୍ରାସ ପାଇପାରେ। ବଙ୍ଗୋପସାଗରରେ ଲଘୁଚାପ ହୋଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ନାହିଁ ବୋଲି ପାଣିପାଗ ବିଶେଷଜ୍ଞଙ୍କ ଆକଳନ କରିଛନ୍ତି ।

ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ,

ଦିନ ସମୟରେ ତାପମାତ୍ରା ଅତିବେଶିରେ ୨୭ ଡିଗ୍ରି ପର୍ଯ୍ୟନ୍ତ ରହିବ। ସନ୍ଧ୍ୟାରୁ ପ୍ରବଳ ଶୀତ ଅନୁଭୂତ ହେବ।

ପଢନ୍ତୁ ;

“ନଡ଼ିଆ କହିବା ଦେହ ପ୍ରତି ବହୁତ ଲାଭଦାୟକ ଅଟେ “

Related posts

As Per Trai’s Average, Reliance Jio Got The Highest Average Data Speed

ENO Beuro

ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢିଲା

ENO Beuro

ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ହେଲେ ଡିଡିସିଏ ନୂଆ ଅଧ୍ୟକ୍ଷ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More