EnewsOdia.Com

ଦୁର୍ନୀତି ବିରୋଧରେ ଶପଥପାଠ, ଲାଞ୍ଚ ନ ନେବାକୁ ଶପଥ ନେଲେ ସରକାରୀ କର୍ମଚାରୀ

ପଞ୍ଚମ ପାଳିରେ ବିଜେଡି ସରକାରର ମୂଳ ମନ୍ତ୍ର, ‘ମୋ ସରକାର’ ଓ ‘ମୋ ପରିବାର’କୁ ସଫଳତା ଶୀର୍ଷରେ ପହଁଚାଇବା ପାଇଁ ପ୍ରତିଶ୍ରୁତି ବଦ୍ଧତା ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବିଦା କରି ନବୀନ ସରକାରରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଆଉ ଏହାପରେ ଏବେ ଆଗକୁ କିଭଳି ସରକାରକୁ ଦୁର୍ନୀତି ଦାଉରୁ ରକ୍ଷା କରି ଲୋକଙ୍କ ସେବାରେ ଉତ୍ସର୍ଗ କରିବେ ସେନେଇ ସର୍ବଦା ଉଦ୍ୟମ ଚଳାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ତେଣୁ ଦୁର୍ନୀତି ବିରୋଧରେ ଶପଥପାଠ କରିଛନ୍ତି ସଚିବ ଓ ଅଧିକାରୀ । ଦୁର୍ନୀତିକୁ ପ୍ରଶୟ ନଦେବା ପାଇଁ ଲୋକସେବା ଭନରେ ପଞ୍ଚାୟତିରାଜ ଓ ଗଣଶିକ୍ଷା ବିଭାଗର ସଚିବ ଏବଂ କର୍ମାଚରୀମାନେ ଶପଥପାଠ କରିଛନ୍ତି ।

ଲୋକସେବା ଭବନର ପଞ୍ଚାୟତିରାଜ, ଗ୍ରାମ ଉନ୍ନୟନ ଓ ଗଣଶିକ୍ଷା ବିଭାଗର ସଚିବ ଏବଂ ଅଧିକାରୀ ଶପଥ ନେଇଛନ୍ତି | ଦୁର୍ନୀତିକୁ ପ୍ରଶୟ ନଦେବା ପାଇଁ ସଚିବଙ୍କଠାରୁ ଆରମ୍ଭ କରି ତଳିଆ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଛିଡା ହୋଇ ଶପଥ ନେଇଛନ୍ତି । ଲାଂଚ ନନେବାକୁ ହଲପନାମା କରିଛନ୍ତି ।ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଯେଭଳି ଦୁର୍ନୀତିର ଛିଟା ନ ଲାଗେ ସେଥି ପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି | ନିଜର କାର୍ଯ୍ୟକୁ ନିଷ୍ଠା ଓ ସାଧୁତାର ସହ ସମ୍ପାଦନ କରିବା ସହ ଲୋକଙ୍କର ହିତ ପାଇଁ କାର୍ଯ୍ୟ କରିବାକୁ ଆଜି ଶପଥ ନେଇଛନ୍ତି |

ପଢନ୍ତୁ: ଟିକଟକରେ ଶ୍ରୀମନ୍ଦିର ଭିତରର ଫଟୋ ଓ ଭିଡ଼ିଓ

ସମ୍ବନ୍ଧିତ ଖବର

ଶ୍ୱେତପତ୍ରରେ କାଳିଆର ସ୍ପଷ୍ଟିକରଣ ଦିଅନ୍ତୁ ରାଜ୍ୟ ସରକାର: ବିଜେପି

Ratnamani Maharana

ମହାରାଷ୍ଟ୍ରରେ ଡିଲ ଫାଇନାଲ, ସରକାର ଗଢ଼ିବ ଶିବସେନା

Ratnamani Maharana

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ୨୦ ଲକ୍ଷ ଡଲାର ଜରିମାନା

Ratnamani Maharana

ଜମ୍ମୁ କଶ୍ମୀରରେ ଉଚ୍ଛେଦ ହେଲା ବିଧାନ ପରିଷଦ

Ratnamani Maharana

ନୱାଜ ସରିଫଙ୍କୁ ମିଳିଲା ଜାମିନ

Ratnamani Maharana

ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ୧୯୧ କୋଟି ମୂଲ୍ୟର ବିମାନ କିଣିଲେ ଗୁଜରାଟ ସରକାର

Ratnamani Maharana