କାଶ୍ମୀରକୁ ନେଇ କ୍ରିକେଟରଙ୍କ ଟ୍ୱିଟର ଯୁଦ୍ଧ,ଆଫ୍ରିଦିଙ୍କୁ କଡା ସମାଲୋଚନା

ଟ୍ୱିଟରରେ କାଶ୍ମୀର ଝଡ

କାଶ୍ମୀରକୁ ନେଇ କ୍ରିକେଟରଙ୍କ ମଧ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି। ପଡ଼ିଆରୁ ବାହାରି ଆସି ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ୍‌ ଆଫ୍ରିଦି କାଶ୍ମୀର ପ୍ରସଙ୍ଗରେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ନେଇ ଭାରତୀୟ କ୍ରିକେଟରମାନେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି।

ଆଫ୍ରିଦି ତାଙ୍କ ଟ୍ୱିଟର ପୃଷ୍ଠାରେ କାଶ୍ମୀରକୁ ‘ଭାରତ ଅଧିକୃତ କାଶ୍ମୀର’ ବୋଲି କହିବା ସହ ଆତଙ୍କବାଦୀଙ୍କୁ ନିର୍ଦୋଷ ଲୋକ ବୋଲି ହାସ୍ୟାସ୍ପଦ ମନ୍ତବ୍ୟ ଦେଇଥିଲେ। ‘ସୋପିଆନ୍‌ରେ ୧୩ ଆତଙ୍କବାଦୀଙ୍କୁ ଭାରତୀୟ ସେନା ହତ୍ୟାକରିବା ସମ୍ପର୍କରେ ଆଫ୍ରିଦି ଟ୍ୱିଟରରେ ଲେଖିଥିଲେ ଯେ ଭାରତ ଅଧିକୃତ କାଶ୍ମୀରରେ ଯାହା ଘଟୁଛି; ତାହା ବହୁତ ଦୁଃଖ ଓ ଚିନ୍ତାର ବିଷୟ। ନିର୍ଦୋଷ ଲୋକଙ୍କୁ ଅତ୍ୟାଚାରୀ ଶାସକ ଗୁଳିକରି ହତ୍ୟାକରିବା ସହ ଆତ୍ମନିର୍ଣ୍ଣୟ ଓ ସ୍ୱାଧୀନତା ଲାଗି ସେମାନଙ୍କ ସ୍ୱରକୁ ଦବାଇଦେବାର ପ୍ରୟାସ କରୁଛନ୍ତି।

ଆଫ୍ରିଦିଙ୍କ ଏଟୁଇଟ୍‌ ଉପରେ ‘ମୁହଁତୋଡ୍‌’ ଜବାବ ଦେଇଥିଲେ ଗୌତମ ଗମ୍ଭୀର। ଆଜି ଗମ୍ଭୀରଙ୍କ ସହ ସ୍ୱର ମିଶାଇ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି, ‘ଦେଶର ସ୍ୱାର୍ଥରେ ଆଞ୍ଚ ଆଣୁଥିବା କାହାରିକୁ କୌଣସି ପ୍ରକାରେ ସମର୍ଥନ କରାଯାଇ ପାରିବ ନାହିଁ। ଜଣେ ଭାରତୀୟ ଭାବେ ମୋ ସ୍ୱାର୍ଥ ସବୁବେଳେ ଭାରତ ସହ ଜଡ଼ିତ। ଭାରତ ବିରୋଧୀକୁ ସମର୍ଥନ କରିବା ଅସମ୍ଭବ।’

ପଢନ୍ତୁ; କେଉଁ ସ୍ଵପ୍ନ ଦେଖିଲେ ଅନ୍ୟ କାହା ଆଗରେ ପ୍ରକାଶ କରିବେ ନାହିଁ ଜାଣନ୍ତୁ ?  

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More