News

୨୮ରୁ ଜାତୀୟ ହସ୍ତତନ୍ତ ମେଳା ‘ତୋଷାଳି’

ମୁଖ୍ୟ ଆକର୍ଷଣ ଥିମ ପାଭିଲିୟନ

ଆସନ୍ତା ୨୮ ତାରିଖରୁ ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ଜାତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ତୋଷାଳି। ଚିଳିତ ବର୍ଷ ମେଳାର ମୁଖ୍ୟ ଆକର୍ଷଣ ସାଜିବ ଥିମ ପାଭିଲିୟନ। ଏଥର ସମୁଦାୟ ୨୨କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖାଯାଇଥିବା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ କୁହାଯାଇଛି।

toshali

ଖୋଲିବାକୁ ଥିବା ୩୮୦ଟି ଷ୍ଟଲ ମଧ୍ୟରୁ ୨୦୦ଟି ହସ୍ତଶିଳ୍ପ, ୧୩୦ଟି ହସ୍ତତନ୍ତ, ୩୦ଟି ଫୁଡ କୋର୍ଟ, ଏନ୍‌ଆଇଏଫ୍‌ଟି, ଆଆଇଟି ଚୌଦ୍ବାର, ଆଇଏଚ୍‌ଟି ବରଗଡ଼/ସିଡାକ୍ ସମେତ ୧୨ଟି ଶିକ୍ଷାନୁଷ୍ଠାନ ଷ୍ଟଲ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ପର୍ଯ୍ୟଟନ ବିଭାଗ, ଜାତୀୟ ହସ୍ତତନ୍ତ ବିକାଶ ନିଗମ ଭାଗ ନେବ। ସିଡାକ ପକ୍ଷରୁ ରାଜ୍ୟର ପ୍ରସିଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ଲାଇଭ ଡେମୋନଷ୍ଟ୍ରେସନ୍ କରାଯିବ। କେନ୍ଦ୍ର ହସ୍ତତନ୍ତ ଉନ୍ନୟନ କମିସନରଙ୍କ ଦ୍ବାରା ପ୍ରଯୋଜିତ ୫୦ଜଣ ବୁଣାକାର, ରାଜ୍ୟରୁ ୨୩୦ ବୁଣାକାର ଓ କାରିଗର ସାମିଲ ହେବେ। ପ୍ରତ୍ୟେକ ଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଫୁଡକୋର୍ଟରେ ନାମୀ ହୋଟେଲ ନିଜର ଷ୍ଟଲ ଖୋଲିବେ।

ପଢନ୍ତୁ; ଆଜି ଲୋକସଭାରେ ଆଗତ ହେବ ତିନି ତଲାକ୍ ବିଲ୍

 

Related posts

ପ୍ରଖ୍ୟାତ ହିନ୍ଦୀ କବି ଗୋପାଳ ଦାସ ନୀରଜଙ୍କ ପରଲୋକ

ENO Beuro

ନାସା ଦ୍ଵାରା ମିଳିଛି ଆଶ୍ଚର୍ଯ୍ୟଜନିତ ସୂଚନା : ମହାକାଶ ରୁ ଆସୁଛି ଅଦ୍ଭୁତ ଶବ୍ଦ

ENO Beuro

ଚୀନର ଏହି ଯୋଜନା ସଫଳ ହୋଇଗଲେ , ଭାରତ ଉପରକୁ ବିପଦ ଘନେଇ ଆସିପାରେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More