EnewsOdia.Com

ଇକୋ ରିଟ୍ରିଟରେ ହେବ ଦୁଇଦିନିଆ ପର୍ଯ୍ୟଟନ ମହାସମ୍ମିଳନୀ

ପର୍ଯ୍ୟଟନ କ୍ଷେତ୍ରରେ ଓଡିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଲାଗିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ପର୍ଯ୍ୟଟନ କ୍ଷେତ୍ରରେ ବିଭିନ୍ନ ବିକାଶ କରାଯାଉଛି । କୋଣାର୍କର ଚନ୍ଦ୍ରଭାଗାଠାରେ ଆୟୋଜିତ ହୋଇଥିବା ଇକୋ ରିଟ୍ରିଟ କୁ ଦେଶ ତଥା ଦେଶ ବାହାରରୁ ବିଭିନ୍ନ ପର୍ଯ୍ୟଟକ ଆସିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭରପୂର ଉପଭୋଗ କରୁଥିବାର ଦେଖିବାକୁ ମିଳୁଛି । ତେବେ ସମଗ୍ର ଦେଶରେ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀଙ୍କ ୨ ଦିନିଆ ମହାସମ୍ମୀଳନୀ ଇକୋ ରିଟ୍ରିଓ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ।

ଆସନ୍ତା ୨୩ ଓ ୨୪ ତାରିଖରେ ଚନ୍ଦ୍ରଭାଗା ଇକୋ ରିଟ୍ରିଟରେ ସମ୍ମିଳନୀ ଆୟୋଜିତ କରାଯିବ । ଏଥିରେ ସମସ୍ତ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ବିଭାଗୀୟ ସଚିବ ସାମିଲ ହେବେ ।ଏହି ସମ୍ମିଳନୀରେ ପର୍ଯ୍ୟଟନର ବିକାଶ ନେଇ ଆଲୋଚନା କରାଯିବାର ସୂଚନା ମିଳୁଛି । ଅନ୍ୟପଟେ ଓଡିଶା ସାରା ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ସ୍ଥାନ । ସମଗ୍ର ଭାରତ ପାଇଁ ଓଡିଶା ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ।

ପଢନ୍ତୁ: ଚଳିତ ବର୍ଷ ଲାଗୁ ହେବନି ଯୁକ୍ତ ୨ ପ୍ରଥମ ବର୍ଷରେ ୩୩% ପାସ୍ ନିୟମ

ସମ୍ବନ୍ଧିତ ଖବର

ଚୀନ୍‌ରେ ଭୟଙ୍କର ହେଉଛି କରୋନା ଭାଇରସ୍‌

Ratnamani Maharana

ଜିଓ ଲଞ୍ଚ କଲା ଜିଓଟିଭି କ୍ୟାମେରା

Ratnamani Maharana

ସରିଲା ଗୋଲାପ ଦିଆନିଆ, ଆଜି କହିବେ ମନର କଥା

Ratnamani Maharana

ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ଙ୍କ ଘରେ କ୍ରାଇମ୍ ବ୍ରାଞ୍ଚ୍

Ratnamani Maharana

ବଜାରକୁ ଆସୁଛି ରୟାଲ ଇନଫିଲ୍ଡର ଥଣ୍ଡରବାର୍ଡ ବିଏସ୬ର ନୂଆ ଭର୍ସନ

Ratnamani Maharana

ଘନ କୁହୁଡ଼ି ସହ ଥରାଉଛି ଶୀତ

Ratnamani Maharana