News

ଭାରତ ସରକାରଙ୍କ ଦ୍ଵାରା ଖେଚୁଡିକୁ ଜାତୀୟ ଖାଦ୍ୟର ମାନ୍ୟତା ପ୍ରାପ୍ତି ହୋଇଛି

ଖାଦ୍ୟ ପଦାର୍ଥ ହିସାବରେ ଖେଚୁଡି ଆମ ସମସ୍ତଙ୍କ ନିକଟରେ ଏକ ପରିଚିତ ନାମ । ଏହା ସୁସ୍ଵାଦୁ ସହିତ ପୁଷ୍ଟିକର ମଧ୍ୟ । ନିକଟ ଅତୀତରେ ଭାରତ ସରକାରଙ୍କ ଦ୍ଵାରା ଖେଚୁଡି ଆମ ଜାତୀୟ ଖାଦ୍ୟର ମାନ୍ୟତା ପାଇଛି । ସଂପୂର୍ଣ୍ଣ ଭାରତର ଘରେ ଘରେ ଖେଚୁଡି ଏକ ଲୋକପ୍ରିୟ ଖାଦ୍ୟ । ଏହା ପ୍ରସ୍ତୁତ କରିବା ଯେପରି ସହଜ, ଖାଇବାକୁ ମଧ୍ୟ ସେମିତି ସ୍ବାଦଯୁକ୍ତ । ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବିଶ୍ଵ ଖାଦ୍ୟ ମେଳାରେ ପ୍ରସିଦ୍ଧ ରୋଷେଇଆ ସଂଜୀବ କପୁରଙ୍କ ତତ୍ବାବଧାନରେ ଆଜି ୮୦୦ କିଲୋଗ୍ରାମ ଖେଚୁଡି ପ୍ରସ୍ତୁତ ହେଉଛି ।  ଭାରତର ପ୍ରାୟ ସବୁ ରାଜ୍ୟର ଅଗଣିତ ଖାଦ୍ୟ ମଧ୍ୟରୁ କାହିଁକି ମିଳିଲା ଖେଚୁଡିକୁ ଜାତୀୟ ଖାଦ୍ୟର ମାନ୍ୟତା, ଆସନ୍ତୁ ଜାଣିବା ।

ଖେଚୁଡି ଏକ ସଂପୂର୍ଣ୍ଣ ଶାକାହାରୀ ଖାଦ୍ୟ । ତେଲ କିମ୍ବା ଶରୀରପ୍ରତି କ୍ଷତିକାରକ କୌଣସି ମସଲାର ବ୍ୟବହାର ଏଥିରେ କରାଯାଏ ନାହିଁ । ସଂସ୍କୃତ ଶବ୍ଦ ଖିଚ୍ଚରୁ ହିଁ ଖେଚୁଡି ନମିତ, ଖିଚ୍ଚ ର ଅର୍ଥ ଆୟୁର୍ବେଦିକ ପଥି । ଏହା ବିଷୟରେ ଚରକ ସଂହିତାରେ ମଧ୍ୟ ଲିଖିତ ଅଛି । ଏହାକୁ ମଧ୍ୟ ଭଗବାନଙ୍କ ପାଖରେ ଭୋଗ ରୂପେ ଲାଗି କରାଯାଏ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା , ଏହା ସଂପୂର୍ଣ୍ଣ ଭାରତୀୟ ଶୈଳୀରେ ପ୍ରସ୍ତୁତ କରାଯାଏ । ଏଥିରେ ମୋଗଲମାନଙ୍କର କୌଣସି ଛାପ ନାହିଁ । ଏହାକୁ ନିଜ ମନ ମୁତବକ ପଣିଆ ଓ ଶୁଖିଲା ପ୍ରସ୍ତୁତ କରାଯାଇପାରେ । ଖେଚୁଡିର ମୂଳ ପ୍ରଣାଳୀ ସାହାଯ୍ୟରେ ହାଇଦ୍ରାବାଦୀ ମୁସଲିମ ବିରିୟାନୀ ଓ ଦକ୍ଷିଣ ଭାରତୀୟ ପୋଙ୍ଗଲ ପ୍ରସ୍ତୁତ କରାଯାଏ ।

ଭାରତ ସରକାରଙ୍କ ଦ୍ଵାରା ଖେଚୁଡିକୁ ଜାତୀୟ ଖାଦ୍ୟର ମାନ୍ୟତା ପ୍ରାପ୍ତି ହୋଇଛି   ଭାରତ ସରକାରଙ୍କ ଦ୍ଵାରା ଖେଚୁଡିକୁ ଜାତୀୟ ଖାଦ୍ୟର ମାନ୍ୟତା ପ୍ରାପ୍ତି ହୋଇଛି

ପଢନ୍ତୁ, ଏଣିକି ଜରିମାନା ନୁହଁ ବାଇକ ଜବତ ହେବ, ନିୟମ ନମାନିଲେ ମାମଲା ଯିବ କୋର୍ଟକୁ

Related posts

ସାପ ସହ ଲାଇଭ୍ ପର୍ଫର୍ମାନ୍ସ ସମୟରେ : ସାପ କାମୁଡ଼ାରେ ଅଭିନେତ୍ରୀଙ୍କ ମୃତ୍ୟୁ !

ଆଜି ଗଡିବନି ଅଟୋ ଓ ଟ୍ୟାକ୍ସି

Krishna Kumar Manoj

ଗୋଟିଏ ସିରିଞ୍ଜ୍‌ ବ୍ୟବହାର କରି ରୋଗୀଙ୍କୁ ଇନ୍‌ଜେକ୍ସନ୍‌, ୪୦ ଜଣ ହେଲେ ଏଚ୍‌ଆଇଭି ଆକ୍ରାନ୍ତ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More