27 C
Bhubaneswar
May 5, 2021
EnewsOdia.Com
ନ୍ୟୁଜ୍

ବାର୍ଷିକ କ୍ରୀଡାରେ ଅଭିନବ ଢଙ୍ଗରେ ହେଲମେଟ ସଚେତନତା

ସାରା ଦେଶରେ ନୂଆ ଟ୍ରାଫିକ ଆଇନକୁ ନେଇ ଚର୍ଚା ଓ ଧରପଗଡ ଚାଲିଥିବାବେଳେ ପିପିଲିରେ ଛାତ୍ରଛାତ୍ରୀମାନେ ଏହାକୁ ନେଇ ସଚେତନତା କାର୍ଯ୍ୟକ୍ରମ  କରିଛନ୍ତି। ମା ମଙ୍ଗଳା ଇଂରାଜୀ ମିଡିୟମ ସ୍କୁଲର  ଅଷ୍ଟାଦଶ ବାର୍ଷିକ କ୍ରିଡା ଉତ୍ସବରେ ଏପରି କିଛି ଦୃଶ୍ୟ ସମସ୍ତଙ୍କୁ ଆକ୍ରୁଷ୍ଟ କରିଥିଲା।  ହେଲମେଟ ପିନ୍ଧିବାକୁ ସଚେତନ କରାଇବା ଉଦେଶ୍ୟରେ ସ୍କୁଲର ଛାତ୍ରଛାତ୍ରୀମାନେ ଖେଳପଡିଆରେ ଏକ ଗାଡି ଆକୃତିର ପିରାମିଡ ପ୍ରସ୍ତୁତ କରିଥିଲେ। ତା ଉପରେ ଜଣେ ଛାତ୍ରୀ ହେଲମେଟ ପିନ୍ଧି ବସି ଗାଡି ଚାଲଲାଇବା ଭଳି ଦେଖାଯାଉଥିଲା। ଛାତ୍ରୀମାନଙ୍କ ଦ୍ଵାରା ଏଭଳି କାର୍ଯ୍ୟକ୍ରମକୁ ସେଠାରେ ଥିବା ଦର୍ଶକ ଓ ଅଭିଭାବକମାନେ ବେଶ ପ୍ରଶଂସା କରିଥିଲେ। ଏହା ବ୍ୟତୀତ ଛାତ୍ରଛାତ୍ରୀମାନେ ଅନେକ ଚିତାକର୍ଷକ ପିରାମିଡ ମାଧ୍ୟମରେ ଛାତ୍ରସକ୍ତିର ପରିଚୟ ଦେଇଥିଲେ।

ଏହି ବାର୍ଷିକ କ୍ରିଡା ମହୋତ୍ସବକୁ ଉଦ୍ଦଘାଟନ କରିଥିଲେ ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ପୂର୍ଣଚନ୍ଦ୍ର ମହାରଣା। ଏହି ଅବସରରେ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ ସାମାଜିକ ତଥା ମାନବ ଅଧିକାର କର୍ମୀ ଶ୍ରୀ ଅଖଣ୍ଡ। ସେମାନେ ଛାତ୍ରଛାତ୍ରୀମାନଙ୍କ  ପ୍ୟାରେଡ ଅଭିବାଦନ ଗ୍ରହଣ କରି ସେମାନଙ୍କୁ ଉତ୍ସାହିତ କରିଥିଲେ।

ସ୍କୁଲର ସମ୍ପାଦକ ଗୋଲକ ବିହାରୀ ସାହୁ, ସଭାପତି ଡ.  ଆର.ଏନ ମିଶ୍ର ଏହି ଅବସରରେ ଉପସ୍ଥିତ ରହି ଭବିଷ୍ୟତରେ କିପରି ଆହୁରି କ୍ରୀଡାକ୍ଷେତ୍ରରେ ପିଲାମାନଙ୍କ ବିକାଶ ହୋଇପାରିବ ସେ ନେଇ  ଗୁରୁତ୍ଵ ଦେଇଥିଲେ। ସ୍କୁଲ ପ୍ରିନସିପାଲ ସୁକାନ୍ତ କୁମାର ବାରିକ ସଭା ପରିଚାଳନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ପିଲାମାନେ ଦୌଡକୁଦ, ଲଙ୍ଗଜମ୍ପ, ହାଇ ଜମ୍ପ,ମ୍ୟାଥ ରେସ, ସାଇକେଲିଙ୍ଗ ଆଦି ଖେଳରେ ଭାଗ ନେଇଥିଲେ। କ୍ରିଡା ପ୍ରଶିକ୍ଷକ ବିଜଯ କୁମାର ସାହୁ, ବିଜଯ କୁମାର ନାୟକ, ଆବୁ ଆୟୁବ ଖାନ ପ୍ରମୁଖ ଖେଳ ପରିଚାଳନା କରିଥିଲେ। କ୍ରିଡା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।
ପଢନ୍ତୁ: ସାରା ରାଜ୍ୟରେ କୋହଲା ପାଗ

Related posts

ବିନୟର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

Ratnamani Maharana

ଇଚ୍ଛା ମୃତ୍ୟୁ ପାଇଁ ୨୪ବର୍ଷର ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

Ratnamani Maharana

OYO ରୁମ୍‌ ଫାଉଣ୍ଡର ରିତେଶ ଅଗ୍ରଓ୍ବାଲଙ୍କ ନାଁରେ ଠକେଇ ମାମଲା

Ratnamani Maharana

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More