News

୩ ମାସ ପର୍ଯ୍ୟନ୍ତ ନୂଆ ମୋଟର ଯାନ ଆଇନ ଅନୁସାରେ ଜରିମାନା ଆଦାୟକୁ କୋହଳ

Traffic Fine Relaxation For 3 Months Thumbnail 750x430

ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି । ଗତ ସେପ୍ଟେମ୍ବର ମାସ ୧ ତାରିଖରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା । ଏହି ସଂଶୋଧିତ ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ ନକରି ଆସନ୍ତା ୩ମାସ ପର୍ଯ୍ୟନ୍ତ ଆବଶ୍ୟକ ଭିତ୍ତିଭୂମି ସୁଧାର ଓ ଲୋକଙ୍କୁ ଟ୍ରାଫିକ ଆଇନ ଉଲ୍ଲଘଂନର ପରିଣତି ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏନେଇ ପରିବହନ ବିଭାଗ ଓ ପୁଲିସ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୩ ମାସ ମଧ୍ୟରେ ଗାଡି ଚାଳକମାନେ ନିଜ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏହା ସହ ବେପରୁଆ ଭାବେ ଗାଡିଚାଳନା ନକରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଗାଡ଼ି କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଅଧିକ ସୁବିଧା ସୃଷ୍ଟି କରାଯିବ। ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲାଯିବାର ବି ଯୋଜନା ରହିଛି। ତେବେ ଅଧିକ କାଉଣ୍ଟର ଖୋଲିବା ପାଇଁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବେପରୁଆ ଭାବେ ଗାଡ଼ି ନଚଳାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପଢନ୍ତୁ: ୨୭ ତାରିଖରେ ମୁହାଁମୁହିଁ ହେବେ ମୋଦି-ଇମ୍ରାନ୍

Related posts

ଇରାକର ଆଇଏସ କ୍ୟାମ୍ପ ଉପରେ ଆମେରିକାର ଏୟାରଷ୍ଟ୍ରାଇକ

Ratnamani Moharana

ମେଡିକାଲ ଛାତ୍ର ସୋହେଲଙ୍କ ନିଖୋଜ ଘଟଣା : ଦିଲ୍ଲୀ ଗଲା ୩ ଜଣିଆ ଟିମ୍‌

ENO Beuro

କର୍ଣ୍ଣାଟକରେ ଡିଆରଡିଓର ରୁସ୍ତମ-୨ ବିମାନ ଦୁର୍ଘଟଣାଗ୍ରସ୍ତ

Ratnamani Moharana

1 comment

ମିଳିଲା ଆତଙ୍କବାଦୀଙ୍କ ଡଙ୍ଗା! ଦକ୍ଷିଣ ଭାରତରେ ଭୟଙ୍କର ଆତଙ୍କୀ ହମ୍‌ଲା ଆଶଙ୍କା September 10, 2019 at 10:57 am

[…] ୩ ମାସ ପର୍ଯ୍ୟନ୍ତ ନୂଆ ମୋଟର ଯାନ ଆଇନ… […]

Leave a Comment