News

ଟ୍ରାଫିକ୍ ପୋଲିସ ଫାଇନ କରିବାରୁ ବିଚ୍ ରାସ୍ତାରେ ନିଜ ବାଇକରେ ନିଆଁ ଲଗାଇଦେଲେ ଯୁବକ

Gggggggggggggg

ସମଗ୍ର ଦେଶରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଦିଲ୍ଲୀର ମାଲବ୍ୟ ନଗରର ସରାୟ ଅଞ୍ଚଳରେ ଜଣେ ନିଶାସକ୍ତ ଯୁବକ ଟ୍ରାଫିକ୍ ପୋଷ୍ଟ ନିକଟରେ ନିଜ ବାଇକରେ ନିଆଁ ଲଗାଇଦେଇ ଚର୍ଚ୍ଚାରେ ଅଛନ୍ତି। ଟ୍ରାଫିକ୍ ନିୟମ ଅନୁସାରେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇଲେ ମୋଟା ଅଙ୍କର ଚାଲାଣ କଟାଯିବ ।ତେଣୁ ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ଟ୍ରାଫିକ୍ ପୋଲିସ  ତାଙ୍କ ଚାଲାଣ କାଟିଥିଲେ।ଏହାପରେ ଯୁବକ ଓ ଟ୍ରାଫିକ ପୋଲିସ ମଧ୍ୟରେ କିଛି ସମୟ ବଚସା ହୋଇଥିଲା।ସେତିକିରେ ଯୁବକଙ୍କ ମନ ବୁଝିଲାନି ଟ୍ରାଫିକ ପୋଲିସ ଭିଡ଼ରୁ ବାହାରି  ବିଚ୍ ରାସ୍ତାରେ ନିଜ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ମାଲବ୍ୟ ନଗରରେ ଥିବା ସର୍ବୋଦୟ ଏନକ୍ଲେଭରେ ରାକେଶ  ଭଡ଼ାରେ ରହନ୍ତି। ସେ ଏକ ହୋଟେଲରେ କାମ କରନ୍ତି।ଗୁରୁବାର ଦିନ ସନ୍ଧ୍ୟା ୪.୧୫ଟା ସମୟରେ ତ୍ରିବେଣୀ କମ୍ପ୍ଲେକ୍ସ ପାଖରେ ତାଙ୍କୁ  ଟ୍ରାଫିକ୍ ପୋଲିସ ଅଟକାଇ ଯାଞ୍ଚ କରିଥିଲା।ଯୁବକ ଜଣକ ଦ୍ରୁତଗତିରେ ବାଇକ୍ ଚଳାଉଥିବାରୁ ପୋଲିସ ତାଙ୍କୁ ଅଟକାଇ ଥିଲା।

Delhibike 1567734077 1567748833 1

ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ସେ ନିଶା ସେବନକରି ଦ୍ରୁତଗତିରେ ଗାଡି ଚଳାଉଥିଲେ।ତାଙ୍କ ନିଶା ସେବନର ସ୍ତର ୨୦୦ ଥିବାରୁ ଟ୍ରାଫିକ ନିୟମ ଅନୁସାରେ ତାଙ୍କ ଉପରେ ୫ ହଜାର ଟଙ୍କାର ଚାଲାଣ କଟାଯାଇଥିଲା।

A45689f17e914f6e955c29872c05f3f4

ଟ୍ରାଫିକ ପୋଲିସ ଚାଲାଣ କାଟିବା ପରେ ରାକେଶ ଓ ଟ୍ରାଫିକ୍ ପୋଲିସଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା।କିନ୍ତୁ ଟ୍ରାଫିକ୍ ପୋଲିସ ତାଙ୍କ ଜିଦ୍‌ରେ ଅଟଳ ରହିଥିଲେ। ଅନ୍ୟପଟେ ଫାଇନ ଦେବେ ନାହଁ ବୋଲି ରାକେଶ ମଧ୍ୟ ଜିଦ୍‌ରେ କରିଥିଲେ।ଶେଷରେ ଟ୍ରାଫିକ୍ ପୋଲିସଙ୍କ ସାମ୍ନାରେ ବିଚ୍‌ ରାସ୍ତାରେ ରାକେଶ ନିଜ ବାଇକ୍‌ରେ ନିଆଁ  ଲଗାଇଦେଇଥିଲେ।

ପଢନ୍ତୁ: ମୋଟର ଯାନ ଆଇନ କଡାକଡି ସତ୍ଵେ ସ୍ମାର୍ଟ ସିଟିରେ ବିନା ହେଲମେଟ୍‌ରେ ପୋଲିସ୍

Related posts

ଭାରତର ବିଭିନ୍ନ ରାଜ୍ୟରେ ଝଡବାତ୍ୟା ନେଲା ୩୧ ଜୀବନ: ଟ୍ୱିଟ କରି ଦୁଃଖ ପ୍ରକାଶ କଲେ ମୋଦି

Ratnamani Moharana

ହାଇଦ୍ରାବାଦ ବିସ୍ଫୋରଣ ଘଟଣା:ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ

ENO Beuro

ଏୟାର ମାର୍ଶାଲ ଆରକେଏସ୍‍ ଭାଦୁରିଆ ହେବେ ଆଗାମୀ ବାୟୁସେନା ମୁଖ୍ୟ

Ratnamani Moharana