News

କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ : ବାଇକ ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ

ସଡ଼କ ଦୁର୍ଘଟଣାରେ ମୃତାହତ ରୋକିବା ପାଇଁ କଡ଼ାକଡ଼ି ହେବ ଟ୍ରାଫିକ୍‌ ଓ ହେଲ୍‌ମେଟ୍‌ ନିୟମ

ସଡ଼କ ଦୁର୍ଘଟଣାରେ ମୃତାହତ ରୋକିବା ପାଇଁ ଟ୍ରାଫିକ୍‌ ଓ ହେଲ୍‌ମେଟ୍‌ ନିୟମକୁ କଡ଼ାକଡ଼ି କରାଯିବ । ଏ ନେଇ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ତାଗିଦ୍‌ କରାଯାଇଛି । ଗତ ବର୍ଷ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା କମିଛି । ୨୦୧୭ରେ ମୃତ୍ୟୁ ସଂଖ୍ୟା ଅଧିକ ଥିଲା । କେବଳ ମାର୍ଚ୍ଚରେ ୪୮୭ ଜଣ ଲୋକ ପ୍ରାଣ ହରାଇଥିଲେ । ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟ କମାଇବା ପାଇଁ ଟ୍ରାଫିକ ଓ ହେଲମେଟ ନିୟମକୁ କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କ ସହ ଏ ସଂକ୍ରାନ୍ତରେ ସମୀକ୍ଷା କରିଥିଲେ । ସଡ଼କ ସୁରକ୍ଷା ନେଇ ଆବଶ୍ୟକ ସଚେତନତା ସୃଷ୍ଟି କରାଯିବା ସହ ଟ୍ରାଫିକ୍‌ ଓ ହେଲ୍‌ମେଟ୍‌ ନିୟମ କଡ଼ାକଡ଼ି କରିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ଜିଲ୍ଲାରେ ଚଢ଼ାଉ କାର୍ଯ୍ୟ ଓ ଦୁର୍ଘଟଣାରେ ମୃତ୍ୟୁ ହାର ନେଇ ଜିଲ୍ଲାପାଳ ଓ ଏସ୍‌ପିିମାନେ ମାସିକ ରିପୋର୍ଟ ରାଜ୍ୟ ମୁଖ୍ୟାଳୟକୁ ପଠାଇବେ ବୋଲି ନିଷ୍ପତ୍ତି ହୋଇଛି ।

ଟ୍ରାଫିକ୍‌ ନିୟମର ଉଲ୍ଲଂଘନ କରୁଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ ପାଇଁ ଅନ୍‌ଲାଇନ୍‌ ଇ-ଚାଲାଣ ବ୍ୟବସ୍ଥା ଆରମ୍ଭ କରାଯିବା ଉପରେ ଆଲୋଚନା ହୋଇଥିଲା । ଉଲ୍ଲଂଘନକାରୀଙ୍କ ଅତୀତର ରେକର୍ଡକୁ ଦେଖି ଦଣ୍ଡବିଧାନ ସ୍ଥିର କରାଯିବ । ଏକ ମାସ ଭିତରେ ଏହି ବ୍ୟବସ୍ଥାକୁ ଉନ୍ନତି କରିବାକୁ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ ।

ପଢନ୍ତୁ ;

ଘରେ କିପରି ପ୍ରସ୍ତୁତ କରିବେ ଆପେଲ ଟି ଜାଣନ୍ତୁ ?

Related posts

ଚେନ୍ନାଇ ନୌସେନା ଷ୍ଟେସନ୍‌ରେ ଉଡିଲା ଅଜ୍ଞାତ ଡ୍ରୋନ୍‌: ତଦନ୍ତ ଜାରି

Ratnamani Moharana

ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଇଚ୍ଛା ମୃତ୍ୟ ମାଗିଲେ କିନ୍ନର ଶାନଭୀ

ENO Beuro

ସ୍ୱର୍ଣ୍ଣପଦକର ସ୍ଵପ୍ନ ଦେଖୁଥିବା ଶିକ୍ଷାର୍ଥୀମାନେ ଶାକାହାରୀ ହେବା ପାଇଁ ବାଧ୍ୟ : ପୁଣେ ବିଶ୍ୱବିଦ୍ୟାଳୟ

ENO Beuro

2 comments

Leave a Comment