19 C
Bhubaneswar
December 4, 2020
EnewsOdia.Com
ନ୍ୟୁଜ୍

ପୂଜା ପରେ ପୁଣି ଆରମ୍ଭ ହେଲା ଟ୍ରାଫିକ ଚେକିଙ୍ଗ

ଶାରଦୀୟ ଦୁର୍ଗାପୂଜା ଲାଗି କମିସନରେଟ ପୁଲିସ  ଯାଞ୍ଚ କୋହଳର ବେଶ୍‌ ଫାଇଦା ନେଇଥିଲେ କିଛି ଅମାନିଆ ଗାଡ଼ି ଚାଳକ। ପୂଜା ସମୟରେ ଟ୍ରାଫିକ୍‌ ଅବସ୍ଥା ଜଟିଳ ହୋଇପଡ଼ିଥିଲା। ସହରର ଟ୍ରାଫିକ୍‌ ପରିସ୍ଥିତିକୁ ସଜାଡ଼ିବା ଲାଗି ଟ୍ରାଫିକ୍‌ ପୁଲିସ ପକ୍ଷରୁ ଶୁକ୍ରବାର ଜୋର୍‌ଦାର ଧରପଗଡ଼ ଆରମ୍ଭ ହୋଇଛି। ସହରର ଏକାଧିକ ସ୍ଥାନରେ କମିସନରେଟ ପୁଲିସ ପକ୍ଷରୁ ପୁଣି ଟ୍ରାଫିକ୍‌ ଯାଞ୍ଚ  କଡ଼ାକଡ଼ି କରାଯାଇଛି। ଦିନକରେ ୨୦୭ଜଣ ଉଲ୍ଲଘଂନକାରୀଙ୍କଠାରୁ ୧,୦୪,୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।

କଳ୍ପନା, ବାଣୀବିହାର, ଆଚାର୍ଯ୍ୟବିହାର, ରସୁଲଗଡ଼, ଏଜି, ନାଲ୍‌କୋ ଭଳି ଛକରେ ଟ୍ରାଫିକ୍‌ ପୁଲିସ ପକ୍ଷରୁ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ପୂଜା ପରେ ପ୍ରଥମ ଦିନରେ ୨୦୭ ଜଣ ଉଲ୍ଲଘଂନକାରୀଙ୍କଠାରୁ ୧.୦୪ ଲକ୍ଷ ଟଙ୍କା ଜୋରିମାନା  ଆଦାୟ କରାଯାଇଥିବା ଟ୍ରାଫିକ୍‌ ଏସିପି କିଶୋର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଜୋରିମାନା ଗଣିଥିବା ଅନେକ ଚାଳକ ହେଲ୍‌ମେଟ୍‌ ପିନ୍ଧି ନ ଥିଲେ। ସେମାନଙ୍କଠାରୁ ଇ-ଚାଲାଣ ମେସିନ୍‌  ମାଧ୍ୟମରେ ଜୋରିମାନା ଆଦାୟ କରାଯାଇଛି।

ପଢନ୍ତୁ: ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ନୋବେଲ ଶାନ୍ତି ପୁରସ୍କାର

Related posts

ଏସପ୍ଲାନେଡ ମଲରେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ୨୪ ଘଣ୍ଟା ଭିତରେ ୩ ଗିରଫ

Ratnamani Maharana

ରାଜକ୍ଷମା ଆବେଦନ କଲା ଦୋଷୀ ଅକ୍ଷୟ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More