News

ତ୍ରିକୋଣୀୟ ପ୍ରେମ ପାଇଁ ହତ୍ୟା

କୁଆଖାଇ ନାଦିପଠାରୁ ଅଧାପୋଡା ଶବ ଜବତ ଘଟଣା

ଉନ୍ମୟ ପାଢ଼ୀ ଘଟଣାକୁ ଦୁଇ ଦିନ ବିତିଲାଣି । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିଷୟରେ ପୁଲିସ କିଛି ବି ଟେର ପାଉନି । ତେବେ ତ୍ରିକୋଣୀୟ ପ୍ରେମ ପାଇଁ ଏମିତି ହତ୍ୟା କାଣ୍ଡ ଘଟିଛି ପୁଲିସ ସୂଚନା ଦେଇଛି । ଏ ସମ୍ପର୍କରେ ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି ଅଭିଯୁକ୍ତମାନଙ୍କ ବିଷୟରେ ପୁଲିସ ସୂଚନା ପାଇଛି । ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଜୀବ ।

ସେପଟେ ଉନ୍ମୟଙ୍କ ଭାଇ ଚିନ୍ମୟ ଓ ପ୍ରେମିକା ଗଣମାଧ୍ୟମରେ ବିସ୍ପୋରକ ବୟାନ ଦେଇଛନ୍ତି । ଚିନ୍ମୟ କହିଛନ୍ତି ତାଙ୍କ ଭାଇଙ୍କ ହତ୍ୟା ପଛରେ ସେ ଯୁବତୀର ହାତ ଅଛି । କାରଣ ସମ୍ପୃକ୍ତ ଯୁବତୀ ଉନ୍ମୟଙ୍କୁ ବ୍ଲାକ ମେଲ କରି ୩ ଲକ୍ଷ ଟଙ୍କା ନେଇଥିଲେ । ପୁଲିସ ତାଙ୍କୁ ଜେରା କଲେ ପ୍ରକୃତ ସତ କଥା ଜଣା ପଡିବ ।

ଯୁବତୀ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ମତେ ଉନ୍ମୟ ବ୍ଲାକ ମେଲିଙ୍ଗ କରି ମୋ ସହ ଖରାପ କାର୍ଯ୍ୟ କରୁଥିଲେ । ଗୁପ୍ତ କ୍ୟାମରାରେ ଶୁଟିଙ୍ଗ କରି ରଖୁଥିଲେ । ମୁଁ ତାଙ୍କ ସହ ମିଳାମିଶା ନ କଲେ ସେ ଉକ୍ତ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଉଥିଲେ ।

ଏହା ପୂର୍ବରୁ ଥରେ ସେ ଅନ୍ତରଙ୍ଗ ଭିଡିଓ ଭାଇରାଲ କରିଥିଲେ । ଉନ୍ମୟ ତାଙ୍କ ସହିତ ବିତାଇଥିବା କେତେକ ଅନ୍ତରଙ୍ଗ ମୁହୂର୍ତର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି।  ଯାହା ଫଳରେ ତାଙ୍କ ମାନସମ୍ମାନରେ ଆଞ୍ଚ ଆସିଛି। ପୁଲିସ ଉନ୍ମୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲ । ଏହି ହତ୍ୟା ପଛରେ ମୋର କୌଣସି ସମ୍ପର୍କ ନାହିଁ ।

ଗତକାଲି ସକାଳୁ ସକାଳୁ ନହରକଣ୍ଟା ନଦୀପଠାରେ ଏକ ଅଧାପୋଡ଼ା ମୃତଦେହ ପଡ଼ିଥିବା ନେଇ କିଛି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ଘଟଣାସ୍ଥଳରୁ ପୁଲିସ ଏକ ଲାପଟପ୍‌, ଅଧା ପୋଡ଼ି ଯାଇଥିବା ପେନ୍‌ ଡ୍ରାଇଭ, ଏକ ବାଇକ୍‌, ଯୁବତୀଙ୍କ ଚପଲ, ଛୁରି ଜବତ କରିଥିଲା। ଲେଡିଜ୍‌ ଚପଲ ଜବତ ହେବା, ଲାପଟପ୍‌ ଆଦି ମିଳିବା ଘଟଣା ସହିତ ପୁଲିସ ଭାଇରାଲ ଭିଡିଓର ହତ୍ୟା ସହିତ ଲିଙ୍କ୍‌ ଥିବା ନେଇ ସନ୍ଦେହ କରୁଛି ।

ପଢନ୍ତୁ ;

ମାର୍କ ଜୁକରବର୍ଗଙ୍କ ବଡ ପ୍ରତିଶ୍ରୁତି

Related posts

ବିଳମ୍ବରେ ଦୀପାବଳି ପାଳିଲେ ଟ୍ରମ୍ଫ

ENO Beuro

୧୯ରେ ଶପଥ ନେବେ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ

ENO Beuro

ଓଡିଶା ସମେତ ୧୪ଟି ରାଜ୍ୟରେ ଝଡତୋଫାନ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ !

ENO Beuro

1 comment

Leave a Comment