News

ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତରଫରୁ କଲ ଡ୍ରପ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା

ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) କଲ ଡ୍ରପ ନିୟମକୁ କଡ଼ାକଡ଼ି କରିଛି । ଯେଉଁ କଂପାନି ନିୟମକୁ ଉଲ୍ଲଘଂନ କରିବେ ସେମାନଙ୍କ ଉପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ । କଲ୍ ଡ୍ରପ୍ ପାଇଁ କେତେକ ମାନଦଣ୍ଡ ଧାର୍ଯ୍ୟ କରାଯାଇଛି । ଯେଉଁ କଂପାନି କ୍ରାମଗତ ତିନିଟି ତ୍ରୈମାସିକ ପର୍ଯ୍ୟନ୍ତ ନିୟମ ପାଳନ କରିବାରେ ବିଫଳ ହେବେ ସେମାନଙ୍କ ଉପରେ ଜରିମାନା ଲାଗୁ କରାଯିବ । କଲ୍ ଡ୍ରପ୍ ପାଇଁ ସାଧାରଣ ଜରିମାନା ହେଉଛି ୧-୫ ଲକ୍ଷ ଟଙ୍କା ।

ତେବେ ଯଦି କୌଣସି କଂପାନି କ୍ରମାଗତ ଦୁଇଟି ତ୍ରୈମାସିକରେ ଏହି ନିୟମ ପାଳନ କରିବାରେ ବିଫଳ ହେବେ ତେବେ ସାଧାରଣ ଜରିମାନାର ୧.୫ ଗୁଣ ଅଧିକ ଜରିମାନା ସେମାନଙ୍କୁ ଗଣିବାକୁ ପଡ଼ିବ । ଯଦି ନିୟମ ପାଳନ ବିଫଳତା କ୍ରମାଗତ ତିନିଟି ତ୍ରୈମାସିକ ପର୍ଯ୍ୟନ୍ତ ଜାରି ରହିବ ତେବେ କଂପାନିମାନଙ୍କୁ ଧାର୍ଯ୍ୟ ଜରିମାନାର ଦୁଇ ଗୁଣ ଅଧିକ ଟଙ୍କା ଗଣିବାକୁ ପଡ଼ିବ । ପୂର୍ବରୁ କଲ୍ ଡ୍ରପ୍ ନିୟମ ଉଲ୍ଲଘଂନ ପାଇଁ ଜରିମାନା ରାଶି ୫୦ ହଜାର ଟଙ୍କା ଥିଲା ।

କଲ୍ ଡ୍ରପ୍ ପାଇଁ ସଂଶୋଧିତ ନିୟମ ଜାରି ହୋଇଛି । ଗୋଟିଏ ସର୍କଲରେ ଥିବା ମୋବାଇଲ୍ ସାଇଟଗୁଡ଼ିକ ୯୦% ସମୟ ୨%ରୁ ଅଧିକ କଲ୍ ଡ୍ରପ୍ କରିପାରିବେ ନାହିଁ । ବ୍ୟସ୍ତବହୁଳ ସମୟରେ କଲ୍ ଡ୍ରପ କୌଣସି ପରିସ୍ଥିତିରେ ୩%ରୁ ଅଧିକ ହେବ ନାହିଁ ବୋଲି ଟ୍ରାଇ ଜଣାଇଛି ।

 

ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ତରଫରୁ କଲ ଡ୍ରପ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା

Related posts

ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ENO Beuro

ପ୍ରଶସ୍ତ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ମୟୁର ସଫାରି ହେବ ଆକର୍ଷଣର କେନ୍ଦ୍ର

ENO Beuro

ଜୁଲାଇ ୨୮ ଏବଂ ୨୯ ରେ ଲକ୍ଷ୍ନୌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More