ବିମାନ ଅବତରଣ ବାଧାପ୍ରାପ୍ତ
କାଳବୈଖାଖୀ ପ୍ରବାହରେ ଆଜି ରାଜ୍ୟବ୍ୟାପି ପ୍ରବଳ ବର୍ଷା ହୋଇଛି । ଏଥିସହ ପବନ ଓ ଘଡ଼ଘଡ଼ି ହୋଇଛି । ଏଥିଯୋଗୁଁ ବିଭିନ୍ନ ସ୍ଥାନ ଅନେକ କ୍ଷୟକ୍ଷତି ହୋଇଛି । କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ । ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ରେଳଲାଇନର କିଛି ସ୍ଥାନରେ ବିଦ୍ୟୁତ ତାର ଛିଡ଼ି ଯାଇଥିବା ସୂଚନା ମିଳିଛି । ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ଟ୍ରେନର ସିଗନାଲ ସିଷ୍ଟମ ମଧ୍ୟ ବାଧାପ୍ରାପ୍ତ ହୋଇଛି ।
ଭୁବନେଶ୍ୱର ବିମାନବନ୍ଦରରେ ବିମାନ ଅବତରଣ ନେଇ ସମସ୍ୟା ଉପୁଜିଛି। ଦିଲ୍ଲୀରୁ ଆସୁଥିବା ଭିସ୍ତାରା ୭୮୫ ବିମାନ ଭୁବନେଶ୍ୱରରେ ଓହ୍ଲାଇ ପାରି ନଥିଲା । ଫଳରେ ବିମାନଟି କୋଲକାତା ପଳାଇଯାଇଥିଲା । ସିଗନାଲ ବ୍ୟବସ୍ଥା ଅଚଳ ହେବାରୁ ଭୁବନେଶ୍ୱରରୁ ପୁରୀ, ବ୍ରହ୍ମପୁର ଏବଂ ଭଦ୍ରକୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସିଗନାଲ ବ୍ୟବସ୍ଥା ଅଚଳ ଯୋଗୁଁ କିଛି ଟ୍ରେନକୁ ବାତିଲ କରାଯାଇଛି ।
ଭୁବନେଶ୍ୱର ଆସୁଥିବା ଅନେକ ଟ୍ରେନ ମୁଖ୍ୟ ଷ୍ଟେସନକୁ ନଆସି ବାଟରେ ଅଟକି ରହିଛି । ଲୋକମାନେ ଘଣ୍ଟା ଘଣ୍ଟା ଧରି ଟ୍ରେନରେ ରହି ନାନା ହନ୍ତସନ୍ତ ହୋଇଛନ୍ତି । ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟରେ ଟ୍ରେନ୍ ଲାଇନ୍ ଉପରେ ତାର ଛିଡ଼ି ପଡ଼ିଛି। ଫଳରେ କଟକ-ପୁରୀ ସଟଲ୍ ଟ୍ରେନ ଅଟକି ରହିଛି ।ଲିଙ୍ଗରାଜ ଷ୍ଟେସନରେ ଟ୍ରେନ ଅଟକି ରହିଥିବାରୁ ଲୋକମାନେ ବର୍ଷାରେ ଚାଲି ଚାଲି ଭୁବନେଶ୍ୱର ଆସିଛନ୍ତି ।
ପଢନ୍ତୁ ;
କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା, ରାଜ୍ୟର ୧୫ଟି ଜିଲ୍ଲାକୁ ସତର୍କ ସୂଚନା !