News

ବିନା ଚାଳକରେ ଟ୍ରାକରେ ୧୩କିଲୋମିଟର ଗଡିଲା ରେଳ, ବାଇକ୍‌ରେ ପିଛା କଲେ ଚାଳକ

ବିନା ଚାଳକରେ ଟ୍ରାକରେ ୧୩କିଲୋମିଟର ଗଡିଲା ରେଳ, ବାଇକ୍‌ରେ ପିଛା କଲେ ଚାଳକ

କର୍ଣ୍ଣାଟକର କାଲାବୁର୍ଗି ଷ୍ଟେସନ୍‌ରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏଠି ବିନା ଚାଳକରେ ରେଳଗାଡ଼ିଟି ଆପଣାଛାଏଁ ଚାଲିବା ଆରମ୍ଭ କରିଥିଲା। ଏମିତି ୧୩କିଲୋମିଟର ପର୍ଯ୍ୟନ୍ତ ରେଳଟି ଚାଲି ଯାଇଥିଲା । କିନ୍ତୁ କୌଣସି ଦୁର୍ଘଟଣା ହେବା ପୂର୍ବରୁ ଏଥିରେ ସାହାସିକତା ଦେଖାଇ ଚାଳକ ବାଇକ୍‌ରେ ପିଛା କରିବା ପରେ ଟ୍ରେନ୍‌କୁ ଅଟକାଇବାରେ ସଫଳ ହୋଇଥିଲେ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, କାଲି ଅପରାହ୍ନ ୩ଟା ସମୟରେ ଚେନ୍ନାଇରୁ ମୁମ୍ବାଇକୁ ଯାଉଥିବା ଟ୍ରେନଟି ୱାଡି ଜଙ୍କସନରେ ଅଟକିଥିଲା । ଏଠାରେ ଟ୍ରେନ ବଗିରେ ଡିଜେଲ ଇଞ୍ଜିନ ଯୋଡା ଯିବାକୁ କିଛି ସମୟ ଏହି ଜଙ୍କସନରେ ଅଟକିଥିଲା ଟ୍ରେନ । କାରଣ ୱାଡିରୁ ମହାରାଷ୍ଟ୍ରର ସୋଲାପୁର ପର୍ଯ୍ୟନ୍ତ ବିଦ୍ୟୁତକରଣର ସୁବିଧା ନ ଥିବାରୁ ଏହି ଜଙ୍କସନରେ ନିୟମିତ ଭାବେ ଡିଜେଲ ଇଞ୍ଜିନ ଯୋଡାଯାଇଥାଏ । ଏହି ସମୟରେ ଇଞ୍ଜିନ୍‌କୁ ଷ୍ଟାଟ କରି ଚାଳକ ବାହାରକୁ ଚାଲି ଆସିଥିଲେ। ଏହାପରେ ଇଞ୍ଜିନ୍‌ ଅପଣାଛାଏଁ ଚାଲିବା ଆରମ୍ଭ କରିଥିଲା। ଇଞ୍ଜିନ୍‌କୁ ବିନା ଡ୍ରାଇଭରରେ ଚାଲିବା ସମସ୍ତଙ୍କୁ ଆଶ୍ଚଯ୍ୟ କରିଥିଲା । ଏହି ରୁଟ୍‌ରେ ଆସୁଥିବା ସମସ୍ତ ଟ୍ରେନ୍‌କୁ ଅଟକାଇ ଦିଆଯାଇଥିଲା। ସଙ୍ଗେସଙ୍ଗେ ଷ୍ଟେସନ୍‌ ମାଷ୍ଟର ଓ ଟ୍ରେନ୍‌ ଚାଳକ ବାଇକ୍‌ରେ ଧରି ପାଖାପାଖି ୨୦ମିନିଟ ପର୍ଯ୍ୟନ୍ତ ୧୩କିଲୋମିଟର ଯାଏଁ ଟ୍ରେନ୍‌ର ପିଛା କରିଥିଲେ। ଚାଳକ କୌଣସି ଏକ ବଡ଼ ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ସାହସିକତା ସହ ଟ୍ରେନ୍‌ ଇଞ୍ଜିନ୍‌କୁ ଅଟକାଇ ଦେଇଥିଲେ।

ବିନା ଚାଳକରେ ଟ୍ରାକରେ ୧୩କିଲୋମିଟର ଗଡିଲା ରେଳ, ବାଇକ୍‌ରେ ପିଛା କଲେ ଚାଳକ

ପଢନ୍ତୁ, ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

Related posts

ଘୂର୍ଣ୍ଣିବଳୟ ଦୁର୍ବଳ ହେଲା

ENO Beuro

ଭାରତର ହ୍ୟାଟ୍ରିକ ବିଜୟ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨୪ ରନରେ ଭାରତ ବିଜୟୀ

ENO Beuro

ସମୁଦ୍ର ଭିତରେ ଡଙ୍ଗା ବୁଡି :୪ ମୃତ, ୩୨ ଉଦ୍ଧାର

ENO Beuro

Leave a Comment