News

ଲଗାଣ ବର୍ଷାରେ ବେହାଲ୍‌ ମୁମ୍ବାଇ

Untitled 1

ଟ୍ରାକରେ ଫଶିଲା ମହାଲକ୍ଷ୍ମୀ ଏକ୍ସପ୍ରେସ,ଉଦ୍ଧାର ଅପେକ୍ଷାରେ ଶହ ଶହ ଯାତ୍ରୀ

ମୁମ୍ବାଇରେ ଲଗାଣ ବର୍ଷା ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ୨୪ ଘଣ୍ଟା ମଧ୍ୟରେ ୧୫୦ରୁ ୧୮୦ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି। ଆଜି ମଧ୍ୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। ସବୁବେଳେ ଚଳଚଞ୍ଚଳ ମୁମ୍ବାଇ ସହରରେ ଏବେ ସବୁଆଡେ ପାଣି ଓ ପାଣି । ୨୪ ଘଂଟା ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବାପରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଅଧିକାଂଶ ସ୍ଥାନରେ ପ୍ରବଳ ପାଣି ଜମିରହିଛି । ରାସ୍ତା ଉପରେ ପାଣି ରହିଥିବା କାରଣରୁ ଗାଡି ଚଳାଚଳ ମଧ୍ୟ ବ୍ୟାଘତ ହୋଇଛି ।

ବଦଲାପୁର ଏବଂ ବାଙ୍ଗନୀ ରେଲଓ୍ୱ ଷ୍ଟେସନ ମଧ୍ୟରେ ଥିବା ରେଳ ଲାଇନରେ ପାଣି ଜମି ରହିଛି। ପରିଣାମସ୍ୱରୂପ ମହାଲକ୍ଷ୍ମୀ ଏକ୍ସପ୍ରେସରେ ପାଖାପାଖି ୭୦୦ ଯାତ୍ରୀ ଥିବାବେଳେ ସେଥିରୁ ୩୦୦ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।  ଉଦ୍ଧାର କାର୍ଯ୍ୟ ପାଇଁ ଏବେ ରେଳ ବିଭାଗ ପ୍ରସ୍ତୁତି ଜାରି ରଖିଛି। ଏନଡିଆରଏଫ ଏବଂ ଆରପିଏଫ୍ ଟିମ୍ ଆସି ଯାତ୍ରୀଙ୍କୁ ବିସ୍କୁଟ୍, ପାଣି ଆଦି ଖାଇବା ଯୋଗାଉଛନ୍ତି। ଏଥସହ ଟ୍ରେନରୁ ଯାତ୍ରୀଙ୍କୁ ଓହ୍ଲାଇ ଅନ୍ୟତ୍ର ଶୁଖିଲା ସ୍ଥାନକୁ ନେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।ଟ୍ରେନରେ ଥିବା ଯାତ୍ରୀ ମାନଙ୍କୁ ଟ୍ରେନରୁ ନଓହ୍ଲାଇବା ଅପିଲ କରିଛି ସେଣ୍ଟ୍ରାଲ ରେଲୱେ ।

700 1 750x430

ଜଣେ ଯାତ୍ରୀଙ୍କ ଠାରୁ ମଳିଥିବା ଭିଡିଓରେ ଦେଖାଯାଉଛି ଟ୍ରେନ୍‌ଟି କୂଳଲଙ୍ଘିଥିବା ନଈ  ନିକଟରେ ଅଟକି ରହିଛି, ଯେଉଁଠି ରେଳ ଧାରଣାକୁ ବୁଡ଼ାଇ ପାଣି ଟ୍ରେନ୍‌ ଚଟାଣ ଯାଏଁ ପହଞ୍ଚିଛି। ଏହାବ୍ୟତବତୀତ ପ୍ରବଳ ବର୍ଷା କାରଣରୁ ୧୩ ରେଳଗାଡ଼ିର ଦିଗ ବଦଳାଇ ଦିଆଯାଇଛି । ଅନ୍ୟପଟେ ୨ଟି ଟ୍ରେନକୁ ବାତିଲ୍ କୟରାଯାଇଛି ।  ତେବେ ଚଳିତଥର ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ମାୟାନଗରୀରେ ଏପରି ଭାବରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି ।

ପଢନ୍ତୁ: ମୁଖ୍ୟମନ୍ତ୍ରୀ ହେବା ପରେ ବୁଣାକାର ଓ ଚାଷୀଙ୍କୁ ପୁରସ୍କାର ଦେଲେ ୟେଦ୍ଦୁରପ୍ପା

Related posts

ଆଜି ଗୁରୁପ୍ରିୟା ସେତୁ ଉଦଘାଟନ:ପୂରା ହେବ ୩୫ ହଜାର ଲୋକଙ୍କ ୫ ଦଶନ୍ଧିର ସ୍ଵପ୍ନ

ENO Beuro

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭୂଇଁରେ ପୋତି ହୋଇଗଲା କାର୍

ENO Beuro

Software Engineer Rajesh Gulati Allegedly Murdered His Wife & Kept In Freeze

ENO Beuro

Leave a Comment