• Home
  • News
  • ବିନା ଇଂଜିନରେ ପୁରୀ-ଅହମଦାବାଦ ଏକ୍ସପ୍ରେସ ଗଡିବା ଘଟଣା : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ !
News

ବିନା ଇଂଜିନରେ ପୁରୀ-ଅହମଦାବାଦ ଏକ୍ସପ୍ରେସ ଗଡିବା ଘଟଣା : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ !

ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରି ଖସିବାକୁ ଉଦ୍ୟମ

ଶନିବାର ରାତିରେ ଅହମଦାବାଦ୍‌-ପୁରୀ ଏକ୍ସପ୍ରେସ୍‌ ଟିଟିଲାଗଡ଼ ଷ୍ଟେସନ୍‌ରୁ ବିନା ଇଂଜିନରେ ପ୍ରାୟ ୧୩ କିମି ପଛକୁ ଗଡ଼ିଯିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଶହ ଶହ ଯାତ୍ରୀଙ୍କ ଜୀବନ ଯେଭଳି ବାଜିରେ ଲାଗିଥିଲା, ଏହା ପଛର ଅସଲ ଖଳନାୟକ କିଏ ? କେନ୍ଦ୍ର ସରକାର ସୁବିଧାସୁଯୋଗ ଦେବା ଛଳରେ ରେଳଭଡା ଆଦି ଆଖିବୁଜା ବୃଦ୍ଧି କରୁଥିବା ବେଳେ ଯାତ୍ରୀ ସୁରକ୍ଷା ପାଇଁ କାହାକୁ ଉତ୍ତରଦାୟୀ କରାଯିବ ? ଏମିତି ଅନେକ ପ୍ରଶ୍ନ ଆଜି ରାଜ୍ୟବାସୀଙ୍କୁ ବିଚଳିତ କରିଦେଇଛି ।

ଭଗବାନ ଭରସାରେ ଭାରତୀୟ ରେଳ । ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ଟ୍ରେନ ବିନା ଇଞ୍ଜିନରେ ୧୩ କିଲୋମିଟର ଗଡିଯିବା ଘଟଣାରେ ଆରମ୍ଭ ହୋଇଛି ତନାଘନା । ଅବହେଳା ପାଇଁ ୭ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ୱାଗନ କ୍ୟାରେଜର ୩ଜଣ ଓ ସେଣ୍ଟ୍ରି ଡିପାର୍ଟମେଂଟର ୨ଜଣଙ୍କ ସମେତ, ସ୍କିଡବ୍ରେକ ଲଗାଇବାକୁ ଭୁଲିଯାଇଥିବା ୨ ଲୋକମୋଟିଭ ପାଇଲଟଙ୍କୁ ସସପେଣ୍ଡ କରିଛି ରେଳବାଇ ।

ଏଥିସହ ପରୋକ୍ଷରେ ଦୁଇଜଣଙ୍କୁ ଦାୟୀ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି, କିଭଳି ଏତେବଡ ତ୍ରୁଟିହେଲା ତାର ଛାନଭିନ ଆରମ୍ଭ କରିଛନ୍ତି । ତିନିଦିନ ଭିତରେ ରିପୋର୍ଟ ଦେବାପାଇଁ କୁହାଯାଇଛି । ଆଉ ଏହାଭିତରେ ବିସ୍ମୟ ସୃଷ୍ଟି କରିଛି ରେଳମନ୍ତ୍ରାଳୟର ନୀରବତା । ରେଳବାଇର ସାଂଘାତିକ ଭୁଲ ଯୋଗୁଁ ଯେଉଁଠି ୧୪ଶହ ଯାତ୍ରୀଙ୍କ ଜୀବନ ବିପଦ ଭିତରକୁ ଠେଲି ହୋଇଯାଇଥିଲା ସେଠି ରେଳମନ୍ତ୍ରାଳୟ କୌଣସି ପ୍ରତିକ୍ରିୟା ପ୍ରକାଶ ନକରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବିନା ଇଂଜିନରେ ପୁରୀ-ଅହମଦାବାଦ ଏକ୍ସପ୍ରେସ ଗଡିବା ଘଟଣା : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ! ahmedabad puri express rolls without engine for 10km narrow escape for passengers

ପଢନ୍ତୁ ;

ମହେଶ୍ ବାବୁଙ୍କ ଜଲ୍‌ଓ୍ବା ଏବେ ଆମେରିକାରେ ଦେଖିବାକୁ ମିଳିବ

Related posts

ବିଶାଖାପାଟଣା- ଅମୃତସର ଏକ୍ସପ୍ରେସ ଲାଇନ୍ ଚ୍ୟୁତରୁ ବଞ୍ଚିଲା

Krishna Kumar Manoj

ବାହାରିଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ : ଗତବର୍ଷ ଅପେକ୍ଷା କମିଲା ପାସ୍ ହାର

Krishna Kumar Manoj

ଇଲେକ୍ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌ର ବଟନ୍‌ ଦାବିଲେ ଭୋଟ୍‌ ବିଜେପିକୁ ଯାଉଛି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More