ଏବେ ଟ୍ରେନ ଟିକେଟରେ ରହିବ ଓଡିଆ ଲେଖା: ଉତ୍କଳ ଦିବସରୁ ହେବ ଶୁଭାରମ୍ଭ

odisha

ଧର୍ମେନ୍ଦ୍ରଙ୍କ ଚିଠିପରେ ରେଳମନ୍ତ୍ରୀଙ୍କର ଘୋଷଣା ଉତ୍କଳ ଦିବସରୁ ଟ୍ରେନ ଟିକେଟରେ ଓଡିଆ ଭାଷାର ବ୍ୟବାହର….

ଏବେ ଟ୍ରେନ  ଟିକେଟରେ ଇଂରାଜୀ ଓ ହିନ୍ଦୀ ପରି ଓଡିଆ ଭାଷା   ପାଇବ ସ୍ଥାନ।  ଉତ୍କଳ ଦିବସରୁ ଏହା ଉପଲବ୍ଧ ହେବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିପରେ ରେଳ ମନ୍ତ୍ରାଳୟ  ଏଭଳି ନିଷ୍ପତି ନେଇଛି। ଚିଠିରେ ଧର୍ମେନ୍ଦ୍ର ଲେଖିଥିଲେ, ଓଡିଶାର ରେଳ ଟିକେଟକୁ ଆଞ୍ଚଳିକ  ଭାଷାରେ ଲେଖାଯାଉ। ଓଡିଶାରେ ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଇଛି। ଯାତ୍ରୀ ସୁବିଧାରେ ଗତ କିଛି ବର୍ଷରେ ଉନ୍ନତି ହେବା ସହ  ଯାତ୍ରା ସମୟରେ ଲୋକମାନଙ୍କର ସୁଖଦ ଅନୁଭବ ରହୁଛି। ଓଡିଶାରେ ଟିକେଟ ଗୁଡିକ ଓଡିଆରେ ହେଲେ ରାଜ୍ୟର ଲୋକମାନେ ଅଧିକ ଉପକୃତ ହେବେ। ।

ପୂର୍ବତଟ ରେଳପଥ ପକ୍ଷରୁ ସୁଞ୍ଚନ ଦିଆଯାଇଛି ଯେ ସମସ୍ତ ଷ୍ଟେସନ ଓଡିଆ ଭାଷାରେ ଲେଖାଯାଇଛି। ସେହିପରି ଓଡିଶା ମଧ୍ୟରେ ଥିବା ପୂର୍ବତଟ ଦକ୍ଷିଣ-ପୂର୍ବ ଓ ଦକ୍ଷିଣ- ପୂର୍ବ ରେଳପଥ ସମସ୍ତ ୩୧୭ଟି  ଷ୍ଟେସନକୁ ଏପ୍ରିଲ ୧ ସୁଧା ଓଡିଆ ଲିପିରେ ଟ୍ରେନ ଟିକେଟ କାଟିବାକୁ ବ୍ୟବସଥ କରାଯାଇଛି।
ପଢନ୍ତୁ: ଅଯୋଧ୍ୟା-ବାବ୍ରୀ ବିବାଦ: ସୁପ୍ରିମକୋର୍ଟ ନିଯୁକ୍ତ କଲେ ମଧ୍ୟସ୍ଥି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More