• Home
  • News
  • ୪୮ ଟ୍ରେନରେ ଯାତ୍ରା ମହଙ୍ଗା, ରେଳବାଇ ଆଣିଲା “ସୁପରଫାଷ୍ଟ” ଶୁଳ୍କ
News

୪୮ ଟ୍ରେନରେ ଯାତ୍ରା ମହଙ୍ଗା, ରେଳବାଇ ଆଣିଲା “ସୁପରଫାଷ୍ଟ” ଶୁଳ୍କ

୪୮ ଟି ଟ୍ରେନରେ ଯାତ୍ରା କଲେ ଏଣିକି ଯାତ୍ରୀଙ୍କୁ ଅଧିକ ଟଙ୍କା ଗଣିବାକୁ ପଡିବ । ଏହିସବୁ ମେଲ ଓ ଏକ୍ସପ୍ରେସ ଟ୍ରେନଗୁଡିକର ଭଡା ବୃଦ୍ଧି କରାଯାଇଛି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଭାରତୀୟ ରେଳବାଇ ଉକ୍ତ ଟ୍ରେନ ଗୁଡିକୁ “ସୁପରଫାଷ୍ଟ” ଟ୍ରେନ ଭାବେ ବିକଶିତ କରିଛି । ଫଳରେ ଏହା ଉପରେ ରେଳବାଇ ଭଡା ପରିମାଣ ବୃଦ୍ଧି ଘଟାଇଛି । ନଭେମ୍ବର ୧ ରୁ ଲାଗୁ ହେଇଥିବା ନୂଆ ସମୟ ସାରଣୀରୁ ଏହା ଜାଣିବାକୁ ମିଳିଛି ।

ଅନ୍ୟପକ୍ଷରେ ଟ୍ରେନଗୁଡିକୁ “ସୁପରଫାଷ୍ଟ” ଟ୍ରେନ ଭାବେ ଯଦିଓ ବିକଶିତ କରାଯାଇଛି । ଏଗୁଡିକ ଠିକ ସମୟରେ ଚଳାଚଳ କରିବା ନେଇ ଗ୍ୟାରେଣ୍ଟି ନାହିଂ ବୋଲି ଏକ ସୂତ୍ରରୁ ଜଣାଯାଇଛି । ଚଳିତ ଶୀତରୁତୁରେ ସମସ୍ତ ଉତ୍ତରଗାମୀ ଟ୍ରେନ ଚଳାଚଳ ବିଳମ୍ବ ହେବାକୁ ଲକ୍ଷ୍ୟରେ ରଖି ଏହି ନୂଆ ଶୁଳ୍କ ଲାଗୁ କରାଯାଇଛି । ବର୍ତ୍ତମାନ ରାଜଧାନୀ, ଦୁରନ୍ତୋ ଓ ଶତାବ୍ଦୀ ଭଳି ଏକାଧିକ ପ୍ରିମିୟମ ଟ୍ରେନ ସେବା ନିୟମିତ ଭାବେ ବିଳମ୍ବିତ ହେଉଛି ।

ସୂତ୍ର ମୁତାବକ ସୁପରଫାଷ୍ଟକୁ ପରିବର୍ତ୍ତିତ ହୋଇଥିବା ୪୮ଟି ଟ୍ରେନରେ ଅନ୍ୟ କୌଣସି ନୂତନତ୍ଵ ଅଣାଯାଇନାହିଂ । ଏଥିରେ ଯାତ୍ରୀଙ୍କ ନିମନ୍ତେ ଅନ୍ୟ କୌଣସି ସ୍ଵତନ୍ତ୍ର ସୁବିଧା ମଧ୍ୟ କରାଯାଇନାହିଁ । କିନ୍ତୁ ଯାତ୍ରୀମାନଙ୍କୁ ସ୍ଳିପର ନିମନ୍ତେ ୩୦ ଟଙ୍କା ଅଧିକ ଗଣିବାକୁ ପଡିବ । ସେହିପରି ଦ୍ଵିତୀୟ ଶ୍ରେଣୀ ଓ ତୃତୀୟ ଏସି ନିମନ୍ତେ ୪୫ ଟଙ୍କା ଭଡା ବଢିଥିବା ବେଳେ ଏସି ପ୍ରଥମ ଶ୍ରେଣୀ ନିମନ୍ତେ ଅଧିକ ୭୫ ଟଙ୍କା ଗଣିବେ ଯାତ୍ରୀ । ଏହି ପଦକ୍ଷେପ ଦ୍ଵାରା ରେଳବାଇ ଅତିରିକ୍ତ ୭୦ କୋଟି ଟଙ୍କାର ରାଜସ୍ୱ ଆଯ କରିବ । ଅନ୍ୟପକ୍ଷରେ ୪୮ଟି ଟ୍ରେନକୁ ସୁପରଫାଷ୍ଟରେ ପରିଣତ କରାଯିବା ଫଳରେ ଏହି ପ୍ରକାର ଟ୍ରେନ ସଂଖ୍ୟା ୧,୦୭୨ ରେ ପହଞ୍ଚିଛି ।

୪୮ ଟ୍ରେନରେ ଯାତ୍ରା ମହଙ୍ଗା, ରେଳବାଇ ଆଣିଲା “ସୁପରଫାଷ୍ଟ” ଶୁଳ୍କ   ୪୮ ଟ୍ରେନରେ ଯାତ୍ରା ମହଙ୍ଗା, ରେଳବାଇ ଆଣିଲା “ସୁପରଫାଷ୍ଟ” ଶୁଳ୍କ

ପଢନ୍ତୁ, ଚକଡା ଓ ଅନ୍ୟାନ୍ୟ ରୋଗପୋକ ଆକ୍ରମଣରେ ଫସଲ ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ମିଳିବ

Related posts

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ

Krishna Kumar Manoj

ମାଲକାନଗିରି : ଟିଭିରେ ବୋମା !

ଇ-କମର୍ସ କମ୍ପାନି ପେଟିଏମ୍‌ ତରଫରୁ ଗ୍ରାହକଙ୍କୁ ଭେଟି, ଲଞ୍ଚ କଲା “ବାଏ ନାଓ ପେ ଲେଟର”

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More