News

ଅମୃତସର ରେଳ ଦୁର୍ଘଟଣା:ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି,ଆହୁରି ବଢିପାରେ

am

ଅମୃତସରର ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ ରାବଣପୋଡ଼ି ଦେଖିଆସିଥିବା ଲୋକଙ୍କ ପରିବାରରେ ଏବେ ଶୋକର ଛାୟା। ଶେଷ ଖବର ସୁଦ୍ଧା ଅନେକ ସଂଖ୍ୟାରେ ମହିଳା ଓ ଶିଶୁଙ୍କ ସମେତ ସମୁଦାୟ ୬୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି| ଅମୃତସରର ଜୌରା ରେଲୱେ ଫାଟକ ନିକଟରେ ଥିବା ଧୋବିଘାଟ ଅଞ୍ଚଳର ଏହି ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି।

ସୂଚନାଯୋଗ୍ୟ,ପଞ୍ଜାବର ଅମୃତସରରେ ଅମୃତସର ଓ ଦିଲ୍ଲୀ ରାଜପଥରେ ଆୟୋଜିତ ରାବଣ ପୋଡିକୁ ଜୋଡା ଫାଟକ ନିକଟ ରେଳ ଧାରଣ ଉପରେ ଛିଡା ହୋଇ ଦେଖୁଥିବା ବେଳେ ଦର୍ଶକମାନଙ୍କ ଉପରେ ଟ୍ରେନ ଚଢି ଯିବାରୁ ପ୍ରାୟ  ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ରାବଣ ପୋଡି ସମୟରେ ବାଣ ଶଦ୍ଦରେ ଲୋକମାନେ ଟ୍ରେନ ଆସୁଥିବାର ଶଦ୍ଦ ଶୁଣି ପାରି ନଥିଲେ । ଏହି କାରଣରୁ ରେଳ ଧାରଣ ଉପରେ ଛିଡା ହୋଇଥିବା ଲୋକମାନଙ୍କ ଉପରେ ଟ୍ରେନ ଚଢିଯାଇଥିଲା

ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ, ରାଜ୍ୟପାଳ ବିପି ସିଂ ଆହତଙ୍କୁ ଭେଟିବାକୁ ହସ୍ପିଟାଲ ପହଞ୍ଚିଛନ୍ତି। ସହାୟତା ପାଇଁ ହେଲ୍ପ ଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି। ରେଳମନ୍ତ୍ରୀ ପିୟୁଷ ଗୋଏଲ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଦେଇଥିବା ସୂଚନା ମିଳିଛି। ଏହାକୁ ନେଇ ଏବେ ଏକ ପ୍ରକାର ରାଜନୀତି ଆରମ୍ଭ ହୋଇଯାଇଛି। ଏଥିପାଇଁ କଂଗ୍ରେସକୁ ଦାୟୀ କରିଛି ଭାଜପା। ସେପଟେ କଂଗ୍ରେସ କହିଛି ଏଭଳି ଦୁଃଖଦ ପରିସ୍ଥିତିକୁ ନେଇ ରାଜନୀତି କରିବା ଠିକ୍‌ ନୁହେଁ।

train

ପଢନ୍ତୁ;ଶୋଇବା ବେଳେ ତକିଆ ବ୍ୟବହାର ନକଲେ କ’ଣ ଫାଇଦା ମିଳେ ଆସନ୍ତୁ ଜାଣିବା

Related posts

କେନ୍ଦୁଝର:ଟ୍ରେନ ଧକ୍କାରେ ହାତୀର ମୃତ୍ୟୁ

ENO Beuro

‘ଏକତା ଦୌଡ଼’ର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ENO Beuro

୨୯ ରେ ଲଘୁଚାପ ସମ୍ଭାବନା ,୨୮ ରୁ ୩୧ ଯାଏଁ ବର୍ଷା

ENO Beuro

Leave a Comment