Loading...

ଭାରତରେ ମିଳିବ ଟ୍ରାଇର ନିଜସ୍ଵ ଟ୍ରୁକଲର

ଭାରତରେ ମିଳିବ ଟ୍ରାଇର ନିଜସ୍ଵ ଟ୍ରୁକଲର

ଖୁବ୍‌ଶୀଘ୍ର ଦେଶରେ ଟ୍ରୁକଲର୍‌ର ବିକଳ୍ପ ସେବା ଉପଲବ୍ଧ ହେବ। ଟେଲିକମ୍ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ନିଜସ୍ବ କଲର୍‌ ଆଇଡି ସେବା ଆରମ୍ଭ କରିବ।

କୌଣସି ଅଜଣା ନମ୍ବରରୁ କଲ୍ ଆସିଲେ ତାହା କିଏ କରିଛନ୍ତି ଜାଣିବା ଲାଗି ଲୋକମାନେ ନିଜ ସ୍ମାର୍ଟଫୋନ୍‌ରେ ‘ଟ୍ରୁକଲର’ ନାମକ ଆପ୍ ଇନଷ୍ଟଲ୍ କରିଛନ୍ତି। ଟ୍ରୁକଲ୍‌ର ଆଇଡିରୁ ବହୁ ଅବାଞ୍ଝିତ କଲ୍‌ ବିଷୟରେ ଲୋକମାନେ ଆଗୁଆ ସୂଚନା ପାଇବା ସହ କଲ୍‌କୁ ଉଠାଇବେ ନା ନାହିଁ ସେହି ନିଷ୍ପତ୍ତି ନେଇପାରୁଛନ୍ତି। ଖୁବ୍‌ଶୀଘ୍ର ଦେଶରେ ଟ୍ରୁକଲର୍‌ର ବିକଳ୍ପ ସେବା ଉପଲବ୍ଧ ହେବ। ଟେଲିକମ୍ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ନିଜସ୍ବ କଲର୍‌ ଆଇଡି ସେବା ଆରମ୍ଭ କରିବ। ଆସନ୍ତା ଦୁଇ ସପ୍ତାହ ଭିତରେ ଏହି ସେବା ଉପଲବ୍ଧ ହେବ ବୋଲି ଟ୍ରାଇର ଅଧ୍ୟକ୍ଷ ପି ଡି ବାଘେଲା କହିଛନ୍ତି। ଗ୍ରାହକମାନଙ୍କ କେୱାଇସି ତଥ୍ୟ ଆଧାରରେ ଟ୍ରାଇର କଲର୍‌ ଆଇଡି କାମ କରିବ। ଟ୍ରୁକଲର୍‌ ହେଉଛି ସ୍ବିଡେନ୍‌ର ଏକ ଘରୋଇ ସଂସ୍ଥା। ଏହା ଗ୍ରାହକମାନଙ୍କୁ ନିଜ ଆପ୍ ଜରିଆରେ କଲର ଆଇଡି, କଲ୍‌ ବ୍ଲକିଂ, ଫ୍ଲାସ୍‌ ମେସେଜିଂ, କଲ୍ ରେକର୍ଡିଂ, ଚାଟ୍ ଏବଂ ଭଏସ୍ ସେବା ଆଦି ପ୍ରଦାନ କରୁଛି। ଇଣ୍ଟରନେଟ୍‌ ଜରିଆରେ ତାହା କାମ କରୁଛି। ଗ୍ରାହକମାନେ ନିଜ ମୋବାଇଲ୍‌ ନମ୍ବରକୁ ପଞ୍ଜୀକରଣ କରି ଟ୍ରୁକଲର୍‌ର ବିଭିନ୍ନ ସୁବିଧାକୁ ବ୍ୟବହାର କରୁଛନ୍ତି।

ଅବାଞ୍ଝିତ କଲ୍ ସମସ୍ୟାର ମୁକାବିଲା କରିବା ଲାଗି ଟ୍ରାଇ ପକ୍ଷରୁ କଲର ଆଇଡି ପ୍ରସ୍ତୁତ କରାଯାଉଛି। ନୂଆ ‌ମୋବାଇଲ୍‌ ସଂଯୋଗ ନେବା ବେଳେ ଗ୍ରାହକମାନେ ଯେଉଁ କେୱାଇସି କାଗଜପତ୍ର ଦାଖଲ କରୁଛନ୍ତି ସେହି ଆଧାରରେ କଲର ଆଇଡି ବିକାଶ କରାଯାଉଛି। ଏନେଇ ଟେଲିକମ୍ ଅପରେଟରମାନଙ୍କ ସହ ବ୍ୟାପକ ଆଲୋଚନା ମଧ୍ୟ କରାଯାଇଛି। କଲର ଆଇଡି ସୁବିଧା ନଥିବାରୁ ସାଇବର ଅପରାଧୀ ଏବଂ ମାର୍କେଟିଂ ସଂସ୍ଥାଗୁଡ଼ିକ ଲୋକମାନେ ବହୁତ ହଇରାଣ କରୁଛନ୍ତି। ତେବେ କଲ୍ ଆସିବା ବେଳେ ଲୋକମାନେ କେଉଁଠାରୁ କଲ୍ ଆସିଛି ତାହା ଜାଣିଲେ ସେହି କଲ୍‌କୁ ଉଠାଇବେ ନା ନାହିଁ ସେହି ନିଷ୍ପତ୍ତି ନେଇପାରିବେ ଏବଂ ଠକାମିରୁ ରକ୍ଷା ପାଇପାରିବେ ବୋଲି ଆଶା କରାଯାଉଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.