News

ସର୍ବଭାରତୀୟ ପରିବହନ ଧର୍ମଘଟ ଡାକରା: ଆଜି ଗଡିବନି ଅଟୋ,ଟ୍ୟାକ୍ସି

ପରିବହନ ଶିଳ୍ପ ଉପରେ କେନ୍ଦ୍ର ସରକାରଙ୍କ ଆକ୍ରମଣ ବିରୋଧରେ କେନ୍ଦ୍ର ପରିବହନ ନୀତିକୁ ବିରୋଧ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ମୋଟର ଯାନବାହନ ଆକ୍ଟକୁ ସଂଶୋଧନ କରି ଲୋକସଭାରେ ଗୃହୀତ ହେବା ପରେ ଏହା ଦ୍ୱାରା ପରିବହନ କ୍ଷେତ୍ରରେ ନିଯୁକ୍ତ ଶ୍ରମକି, କର୍ମଚାରୀ, ଖୁଚୁରା ପାର୍ଟ୍ସ ବ୍ୟବସାୟୀ, ମରାମତି ଗ୍ୟାରେଜ ତଥା ମାଲିକମାନେ ପ୍ରଭାବିତ ହେବେ। ତେଣୁ ଏହି ଧର୍ମଘଟର ଡାକରା ଦିଆଯାଇଛି । ଫଳରେ ପରିବହନ ସେବା ଏକପ୍ରକାର ଠପ୍ ହୋଇଯାଇଛି।

ପରିବହନ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟକୁ ଅଲ୍ ଓଡ଼ିଶା ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ ସମର୍ଥନ କରିଛି। ସେହିଭଳି ନିଖିଳ ଓଡ଼ିଶା ଟାକ୍ସି-ଅଟୋ ମହାସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ତେବେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏହି ଆନ୍ଦୋଳନରେ ସାମିଲ ହେବା ନେଇ କୌଣିସ ନିଷ୍ପତ୍ତି ନେଇ ନାହିଁ।

ଅଭିଯୋଗ ହୋଇଛି, ସଂଶୋଧିତ ମୋଟର ଭେହିକିଲ୍‌ ଆକ୍ଟ ଜରିଆରେ କେନ୍ଦ୍ର ସରକାର ପରିବହନ ଶିଳ୍ପକୁ ସମ୍ପୂର୍ଣ୍ଣ ଭାବରେ କର୍ପୋରେଟ ଓ ବିଦେଶୀ କମ୍ପାନୀ ହାତକୁ ଟେକି ଦେବାକୁ ବସିଛନ୍ତି । ଲଗାଣ ବର୍ଷା ସାଙ୍ଗକୁ ଧର୍ମଘଟ ଯାତ୍ରୀଙ୍କ ସମସ୍ୟାକୁ ଦୁଇଗଉର ବଢ଼ାଇ ଦେଇଛି।

ପଢନ୍ତୁ;ଆୟୁଷ୍ମାନ ଭାରତ ଅଧୀନରେ ସ୍ୱାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

Related posts

ଚାରିଦିନ ବନ୍ଦ ରହିବ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟ।ଳୟ

ENO Beuro

ଗଣ୍ଡା ପାଇଁ ପ୍ରସିଦ୍ଧ ଆସାମର କାଜିରଂଗା ଜାତୀୟ ଉଦ୍ୟାନ ପୁଣିଥରେ ଖୋଲିଲା

ENO Beuro

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ: ହେଭିୱେଟଙ୍କ ଭିତରେ ହେବ ବିଗ୍ ଫାଇଟ୍

Ratnamani Moharana

Leave a Comment