EnewsOdia.Com

ବ୍ଲାକରୋଜ ଜାହାଜରେ ପିଟି ହୋଇ ବୁଡ଼ିଗଲା ଟ୍ରଲର

ପାରାଦୀପ ନିକଟ ସମୁଦ୍ରରେ ମଙ୍ଗଳବାର ବ୍ଲାକରୋଜ ଜାହାଜରେ ପିଟି ହୋଇ ଏକ ଟ୍ରଲର ବୁଡ଼ିଯାଇଛି। ଟ୍ରଲରରେ ଥିବା ୬ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମତ୍ସ୍ୟଜୀବୀମାନେ ବୁଡ଼ିଯାଉଥିବାବେଳେ ଅନ୍ୟ ଏକ ଟ୍ରଲରର ମତ୍ସ୍ୟଜୀବୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ୬ ଜଣ ମତ୍ସ୍ୟଜୀବୀ ମାଛ ମାରି ନେହେରୁ ବଙ୍ଗଳା ଫେରୁଥିବାବେଳେ ପୂର୍ବରୁ ସମୁଦ୍ରରେ ବୁଡ଼ି ରହିଥିବା ବ୍ଲାକରୋଜ ଜାହାଜ ସହିତ ଧକ୍କା ହୋଇଥିଲା। ଫଳରେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନାଯୋଗ୍ୟ, ୨୦୦୯ ସେପ୍ଟେମ୍ବର ୯ରେ ପାରଦୀପ ବନ୍ଦରରୁ ପଣ୍ୟ ନେଇ ଯାଉଥିବା ବ୍ଲାକରୋଜ ଜାହାଜଟି ଉପକୂଳଠାରୁ କିଛି ଦୂରରେ ବୁଡ଼ିଯାଇଥିଲା। ଆଜି ପର୍ଯ୍ୟନ୍ତ ଜାହାଜ ସେହି ସ୍ଥାନରେ ବୁଡ଼ି ରହିଛି। ଫଳରେ ଅନେକ ସମୟରେ ମାଛ ଧରା ଟ୍ରଲରଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରୁଛି।

ପଢନ୍ତୁ: ଓଡ଼ିଶା ଉପରେ ଘନଉଛି ବାତ୍ୟା ବିପଦ !

ସମ୍ବନ୍ଧିତ ଖବର

ଚର୍ଚ୍ଚାରେ ଚୁଇଙ୍ଗମ ମ୍ୟାନ ବେନ ବିଳ୍ସନ

Ratnamani Maharana

ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

Ratnamani Maharana

ବଢ଼ିଲା +୨ ପ୍ରାକ୍ଟିକାଲ ପରୀକ୍ଷା ଫି’, ଥିଓରି ପରୀକ୍ଷା ଫି’ ଅପରିବର୍ତ୍ତିତ

Ratnamani Maharana

ବିଜେବି କଲେଜ ସାମ୍ନାରେ ମିଳୁଛି ହଜାରେ ଟଙ୍କିଆ ରସଗୋଲା

Ratnamani Maharana

ସମଲିଙ୍ଗି ସମ୍ପର୍କରେ କିଏ କାହାର ‘ଚୁମ୍ବକ’

Ratnamani Maharana

ମୋ ସରକାର’ କାର୍ଯ୍ୟକ୍ରମ ସମୀକ୍ଷା କରୁଛନ୍ତି ସଚିବ ଭି.କେ ପାଣ୍ଡିଆନ

Ratnamani Maharana