LIFESTYLE

୫ଟି ଭୟଙ୍ଗର ରୋଗରୁ ମୁକ୍ତି ଦେଇଥାଏ ଧନିଆ ଗୁଣ୍ଡ ;ଆସନ୍ତୁ ଜାଣିବା ଧନିଆ ଗୁଣ୍ଡର କେତେକ ଉପକାରିତା ବିଷୟରେ

ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଅନେକ  ଲୋକମାନେ ଧନିଆ ଗୁଣ୍ଡ ଓ ଧନିଆ ପତ୍ରକୁ ବ୍ୟବହାର କରିଥାନ୍ତି । କୁହାଯାଏ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଧନିଆ ପତ୍ର ବେଶ ଉପଯୋଗୀ ଅଟେ  । ଧନିଆପତ୍ରରେ ଥାଏ ଅପୂର୍ବ ମହକ । କିନ୍ତୁ ଆପଣ ଜାଣିଛନ୍ତି କି ଧନିଆ ଗୁଣ୍ଡ ସ୍ୱାସ୍ଥ୍ୟ ପାଇଁ କେତେ ଉପଯୋଗୀ ? ଧନିଆ ଗୁଣ୍ଡରେ ଫାଇବର, କ୍ୟାଲସିୟମ, ଆଂଟି ଅକ୍ସିଡେଂଟ ଭରପୂର ମାତ୍ରାରେ ରହିଛି । ଯାହାଦ୍ୱାରା ପେଟ ସମସ୍ୟା, ଏସିଡିଟି ଓ ଗ୍ୟାସ ସମସ୍ୟାକୁ ଦୂର କରିବାରେ ସହାୟତା ହୋଇଥାଏ । ଏହା ବ୍ୟତୀତ ୟୁରିନ ଇଂଫେକସନ, ବ୍ଲଡ ସୁଗାର ଭଳି ରୋଗକୁ ମଧ୍ୟ ନିୟନ୍ତ୍ରଣ କରିହୁଏ । ସେଥିପାଇଁ ଅନେକ ଦେଶରେ ଧନିଆ ଗଛକୁ ଆଂଟି ଡାଇବେଟିସ ଗଛ ନାମରେ ଜାଣନ୍ତି । ତେବେ ଆସନ୍ତୁ ଜାଣିବା ଧନିଆ ପାଉଡରର କେତେକ ଉପକାରିତା ବିଷୟରେ ;

ପେଟ ଜଳାପଡା କରୁଥିଲେ ,ଅଳ୍ପ କିଛି ଜିରା ଓ ଧନିଆ ଗୁଣ୍ଡ ନେଇ ପେଷ୍ଟ ତିଆରି କରନ୍ତୁ । ତା’ପରେ ଅଳ୍ପ ପରିମାଣର ଜଳ ନେଇ ମିଶାଇ ପେଷ୍ଟରେ ମିଶାନ୍ତୁ । ଏହାଦ୍ୱାର ପେଟରେ ହେଉଥିବା ଜଳପଡା ସମସ୍ୟା ଦୂର ହୋଇପାରେ ।

ଯଦି ଆପଣ ସଂକ୍ରମଣ ରୋଗ ରେ ପୀଡିତ ଅଛନ୍ତି ତାହାଲେ ,  ଆପଣ ଧନିଆ ପାଉଡରକୁ ପ୍ରତିଦିନ ଖାଇବେ, ତେବେ ଆପଣ ସଂକ୍ରମଣ ରୋଗରୁ ରକ୍ଷା ପାଇପାରିବେ ।

ଦୁର୍ବଳତା ଲାଗିଲେ ମଧ୍ୟ ରାତିରେ ଧନିଆ ତଥା ଅଁଳା ଗୁଣ୍ଡକୁ ପାଣିରେ ଭିଜାଇ ରଖନ୍ତୁ । ସକାଳୁ ଏହି ପାଣିକୁ ପିଅନ୍ତୁ । ଦେଖିବେ ଦୁର୍ବଳ ଲାଗୁଥିଲେ ଆପଣ ସୁସ୍ଥ ମନେ କରିବେ ।

ପାଚନ ସମସ୍ୟା ଥିଲେ  ଧନିଆ ଗୁଣ୍ଡରେ ଅଳ୍ପ ମାତ୍ରାର ହେଙ୍ଗୁ ଓ କଳା ଲୁଣ ନେଇ ପାଣିରେ ମିଶାନ୍ତୁ । ତା’ପରେ ଏହି ପାଣିକୁ ପିଅନ୍ତୁ । ଏହା ଦ୍ୱାରା କୋଷ୍ଠକାଠିନ୍ୟ, ଝାଡାବାନ୍ତି, ଗ୍ୟାସ ଭଳି ସମସ୍ୟାକୁ ଦୂର ହୋଇଥାଏ ।

ଆପଣଙ୍କର ବ୍ଲଡ ସୁଗାର ଅଛି କି , ତାହାଲେ ଧନିଆ ଗୁଣ୍ଡ ଖାଇବା ଦ୍ଵାରା  – ଶରୀରର ସୁଗାର ସ୍ତରକୁ କମ କରି ଇନସୁଲିନ ମାତ୍ରାକୁ ବଢାଇଥାଏ ଧନିଆ ପାଉଡର । ଯାହା ଫଳରେ ଶରୀରର ବ୍ଲଡ ସୁଗାର ନିୟନ୍ତ୍ରଣ ରହିଥାଏ । ସେଥିପାଇଁ ଭୋଜନ ସମୟରେ ଏହାକୁ ଖାଇବା ଭଲ ।

ପଢନ୍ତୁ ;

ଜୁନିଅର ବିଶ୍ୱକପ : ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

Related posts

ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ? ନଚେତ୍ ହୋଇପାରେ ଅନେକ ସମସ୍ୟା

ENO Beuro

ଆସନ୍ତୁ ଜାଣିବା, ଶୀତଦିନେ ଓଠର ଯତ୍ନ କିପରି ନେବା ?

ENO Beuro

ହୃଦ୍‌ ଜନିତ ସମସ୍ୟା ଦୂର କରିବା ସହ କୋଲେଷ୍ଟ୍ରଲ ପରିମାଣ ମଧ୍ୟ କମ କରିଥାଏ ଟମାଟୋ ଜୁସ୍‌!

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More