ଶୁଷ୍କ ତ୍ୱଚାକୁ ନେଇ ଚିନ୍ତିତ ଅଛନ୍ତି କି? ତେବେ ଜାଣିରଖନ୍ତୁ କିଛି ଘରୋଇ ଉପଚାର

dry

ଶୀତଦିନେ ତ୍ୱଚା ଅଧିକ ଶୁଷ୍କ ଦେଖାଯାଏ । ଏଥିରୁ ରକ୍ଷା ପାଇବା ପାଇଁ ସମସ୍ତେ ବିଭିନ୍ନ ମଶ୍ଚରାଇଜର୍ କ୍ରୀମ୍ ଲଗାଇଥାନ୍ତି । ଏହା କମ୍ ସମୟ ପାଇଁ ସୁରକ୍ଷା ଦେଇଥାଏ। ଶୁଷ୍କ ତ୍ୱଚାଯୁକ୍ତ ପାଇଁ ଏହି ପ୍ରାକୃତିକ ଉପାୟରେ ଆପଣ ସୌନ୍ଦର୍ଯ୍ୟ ରକ୍ଷା କରିପାରିବେ ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

ପ୍ରାକୃତିକ ମଇଶ୍ଚରାଇଜର ଏବଂ ଆଣ୍ଟି ଅକ୍ସିଡାଣ୍ଟ୍‌ର କାମ କରିଥାଏ ମହୁ। ଗ୍ଲିସେରିନ୍‌ ଏବଂ ମହୁକୁ ସମାନ ମାତ୍ରାରେ ମିଶାଇ ତ୍ୱଚାରେ ଲଗାନ୍ତୁ। କିଛି ସମୟ ପରେ ଉଷୁମ ପାଣିରେ ଧୋଇଦିଅନ୍ତୁ।

ଦୁଇ ଚାମଚ କମଳା ଚୋପା ଗୁଣ୍ଡ, ଏକ ଚାମଚ ଆଲ୍‌ମଣ୍ଡ୍‌ ଗୁଣ୍ଡ, ଏକ ଚାମଚ ଓଟ୍‌ମିଲ୍‌, ଏକ ଚାମଚ ମହୁ ଏବଂ ଅଳ୍ପ ଗୋଲାପ ଜଳ ଭଲ ଭାବେ ମିଶାଇ ମୁହଁରେ ଧୀରେ ଧୀରେ ଦଶ ମିନିଟ୍‌ ମାଲିସ କରି, ଥଣ୍ଡା ପାଣିରେ ଧୁଅନ୍ତୁ। ଦିନେ ଛାଡ଼ି ଦିନେ ଏହି ଉପଚାର କରନ୍ତୁ।

ଅଲିଭ୍‌ ଅଏଲ୍‌ରେ ଥିବା ଭିଟାମିନ୍‌ ଇ’ ତ୍ୱଚାର ଶୁଷ୍କତା ଦୂର କରିଥାଏ। ଏକ ଚାମଚ ବ୍ରାଉନ୍‌ ସୁଗାର ଓ ସାମାନ୍ୟ ଅଲିଭ୍‌ ଅଏଲର ମିଶ୍ରଣକୁ ତ୍ୱଚାରେ ଲଗାଇ ଧୀରେ ଧୀରେ ସ୍କ୍ରବ୍‌ କରନ୍ତୁ। ୧୫ ମିନିଟ୍‌ ପରେ ଧୋଇଦିଅନ୍ତୁ।

ଆଲମଣ୍ଡକୁ କ୍ଷୀରରେ ବାଟି ପେଷ୍ଟ୍‍ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇଲେ ଶୁଷ୍କ ତ୍ୱଚା ଅଧିକ କାନ୍ତିମୟ ହୋଇଉଠେ।

ସାଧାରଣ ତ୍ଵଚା ପାଇଁ ଗୋଲାପ ଜଳରେ ମୁହଁ ସଫାକରି, ଆଖି ତଳ, ଗାଲ ଓ ବେକରେ ପ୍ରଥମେ ଆଲ୍‌ମଣ୍ଡ୍‌ ତେଲ ମାରନ୍ତୁ।

ପଢନ୍ତୁ; ପ୍ରଥମ ଟି-୨୦: ଭାରତୀୟ ଦଳ ଆଗରେ ୨୨୦ ରନ୍‌ର ଟାର୍ଗେଟ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More