News

ପୁରୀ ସ୍ୱର୍ଗଦ୍ୱାରରେ ଓଲିଉଡ ଅଭିନେତ୍ରୀ ଅନିତା ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁତୁରା ଅଂଶୁମାନ ଦେଲେ ମୁଖାଗ୍ନି

ବର୍ଷିୟାନ୍ ଅଭିନେତ୍ରୀ ଅନିତା ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାତି ପ୍ରାୟ ୨ ଟା ବେଳେ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି । ମୁଖାଗ୍ନି ଦେଇଛନ୍ତି ପୁତୁରା ଅଂଶୁମାନ ଦାସ । ଶେଷକୃତ୍ୟ ବେଳେ ଅନିତାଙ୍କ ପୁତୁରା ତଥା ଓଲିଉଡ ଅଭିନେତା ଆକାଶ ଦାସନାୟକ ଉପସ୍ଥିତ ଥିଲେ । ଅନିତାଙ୍କ ମରଶରୀରକୁ ତାଙ୍କ ଗାଁ ଯାଜପୁର ଜିଲ୍ଲାର ଡୋଲିପୁରରୁ ପୁରୀ ନିଆଯିବା ପରେ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି ।

ଗତକାଲି ହୃଦ୍‌ଘାତରେ ତାଙ୍କ ଦେହାନ୍ତ ପରେ ଶେଷ ଦର୍ଶନ ପାଇଁ କଟକ ମିଶନ ରୋଡ୍ ବାସଭବନରେ ଓଲିଉଡ୍ ଜଗତର ବହୁ କଳାକାର ଏକାଠି ହୋଇଥିଲେ ।  ସଂନ୍ଧ୍ୟାରେ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ତାଙ୍କ ଜନ୍ମମାଟି ଯାଜପୁର ରୋଡ୍‌ ବୀଣାପାଣି ସାହିସ୍ଥିତ ବାସଭବନକୁ ନିଆଯାଇଥିଲା ।

ଓଲିଉଡର ମାଆ ଭାବେ ପରିଚିତ ଅନିତା ଦାସଙ୍କ ଗତକାଲି ରାତିରେ ପରଲୋକ ହୋଇଥିଲା । ୬୧ ବର୍ଷ ବୟସରେ ହୃଦଘାତର ଶିକାର ହୋଇ ଆରପାରିକୁ ଚାଲି ଯାଇଛନ୍ତି ନିଆରା ଅଭିନେତ୍ରୀ ଅନିତା ଦାସ । ମାଆ ଭୂମିକାରେ ନିଖୁଣ ଅଭିନୟ କରି ଓଡିଆ ଚଳଚ୍ଚିତ୍ର ଜଗତରେ ସେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି । ଯେଉଁଥିପାଇଁ ଓଡିଶାର ଦର୍ଶକ ତାଙ୍କୁ ସବୁଦିନ ପାଇଁ ମନେ ରଖିଥିବେ ।

ପୁରୀ ସ୍ୱର୍ଗଦ୍ୱାରରେ ଓଲିଉଡ ଅଭିନେତ୍ରୀ ଅନିତା ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ IMG 20180511 131444

ପଢନ୍ତୁ ;

୨୧ ବର୍ଷ ସାନ ପ୍ରେମିକାଙ୍କୁ ଦିତୀୟ ବିବାହ କଲେ ହିମେସ୍ ରେଶମିଆ

Related posts

ମହାନଦୀରେ ନିର୍ମାଣ ହେବ ଓଡିଶାର ଦୀର୍ଘତମ ସେତୁ

Krishna Kumar Manoj

ରସଗୋଲା ପାଇଁ ଓଡିଶା ସରକାରଙ୍କ ତତ୍ପରତା, ଜଗନ୍ନାଥ ରସଗୋଲା ନାଁରେ ଜିଆଇ ଟ୍ୟାଗ୍ ଆବେଦନ

Krishna Kumar Manoj

India Bags 7 Medals On The Opening Day Of The 22nd Asian Athletics Championships

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More