News

ଲୋକସଭାରେ ଆଗତ ହେଲା ତିନ୍ ତଲାକ ବିଲ

Tlk

ଲୋକସଭାରେ ଆଜି ତିନ୍ ତଲାକ ବିଲକୁ ଆଗତ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ | ଏହି ଅବସରରେ ରବିଶଙ୍କର କହିଛନ୍ତି ଯେ ମୁସଲିମ ମହିଳାମାନଙ୍କ ଅଧିକାର ସୁରକ୍ଷିତ ରହିବ ମହିଳାଙ୍କୁ ନ୍ୟାୟ ଓ ସଶକ୍ତିକରଣ କରିବା ପାଇଁ ଏହି ପ୍ରୟାସ କରାଯାଉଛି |

ଟ୍ରିପଲ୍ ତଲାକ୍ ସପକ୍ଷରେ ୧୮୬, ବିପକ୍ଷରେ ୭୪ ଭୋଟ୍‌

ବିଲ୍‌ ଆଗତ କରିବା ସପକ୍ଷରେ ଓ ବିପକ୍ଷରେ କେତେଜଣ ଅଛନ୍ତି, ଏହା ଜାଣିବା ପାଇଁ ବାଚସ୍ପତି ଓମ୍‌ ବିର୍ଲା  ଭୋଟିଂ ବ୍ୟବସ୍ଥା ଆପଣାଇଥିଲେ। ଏହି ସମୟରେ ବିଲ୍‌ ସପକ୍ଷରେ ୧୮୬ ଜଣ ସାଂସଦ ଭୋଟିଂ କରିଥିବା ବେଳେ ବିପକ୍ଷରେ ୭୪ ଜଣ ଯାଇଥିଲେ। ଏହି ବିଲକୁ ପୁଣି ବିରୋଧ କରିଛି କଂଗ୍ରେସ। ତିରୁବନନ୍ତପୁରମର କଂଗ୍ରେସ ସାଂସଦ ଶଶୀ ଥରୁର  କହିଛନ୍ତି ଯେ ବିଲରେ କୁହାଯାଇଥିବା କଥା ସମ୍ବିଧାନ ବିରୋଧୀ | ଏହାକୁ ତେଣୁ ବିରୋଧ କରାଯିବ | ଏଠାରେ ସୂଚନା ଥାଉ କି ପୂର୍ବରୁ ଜେଡିୟୁ  ମଧ୍ୟ ଏହି ବିଲକୁ ବିରୋଧ କରିବ ବୋଲି କହିଥିଲା |

ବିଜେଡି ଟ୍ରିପଲ୍ ତଲାକ୍ ଭୋଟଦାନରୁ  ବିରତ ରହିଛି

ଓଡ଼ିଶାର କ୍ଷମତାସୀନ ବିଜେଡି  ଭୋଟଦାନ ପ୍ରକ୍ରିୟାରୁ ବିରତ ରହିଥିଲା। ଲୋକସଭାରେ ଦଳର ୧୨ ଜଣ ସାଂସଦ ଅଛନ୍ତି। ବିଜେଡି ଭୋଟଦାନରୁ ବିରତ ରହିଥିବା ନେଇ ସଂସଦୀୟ ଦଳର ମୁଖ୍ୟ ପିନାକୀ ମିଶ୍ର  ସୂଚନା ଦେଇଛନ୍ତି।

ପଢନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ: କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା

Related posts

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କ ଘର ଉପରକୁ ଢେଲାମାଡ଼, ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ

ENO Beuro

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

Ratnamani Moharana

ରଥଯାତ୍ରା ସିଧା ପ୍ରସାରଣ ଲାଗି ସମସ୍ତ ଚ୍ୟାନେଲକୁ ମିଳିଲା ଅନୁମତି

Ratnamani Moharana

1 comment

ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ June 21, 2019 at 4:46 pm

[…] ଲୋକସଭାରେ ଆଗତ ହେଲା ତିନ୍ ତଲାକ ବିଲ […]

Leave a Comment