ଲୋକସଭାରେ ତିନି ତଲାକ୍ ବିଲ୍ ପାସ୍

talaq

ମୋଦି ସରକାରଙ୍କ ଐତିହାସକ ସଫଳତା

ଲୋକସଭାରେ ଗତକାଲି ତିନି ତଲାକ୍ ବିଲ୍ ପାସ୍ ହୋଇଛି। ଗୃହରେ ବିଲ୍ ଉପରେ ଆଲୋଚନା ପରେ ଭୋଟିଂ ହୋଇଥିଲା। ବିରୋଧରେ ୧୧ଟି ଭୋଟ୍ ପଡିଥିବାବେଳେ ସପକ୍ଷରେ ୨୪୫ ଭୋଟ୍ ପଡିଥିଲା। ୪ଘଣ୍ଟା ଧରି ସାଂସଦ ମାନେ ବଳିଷ୍ଠ ଯୁକ୍ତି ରଖିବାପରେ ଲୋକସଭାରେ ବିଲ୍ ପାସ୍ ହୋଇଛି।

talaq

ପୂର୍ବରୁ ଟ୍ରିପଲ ତଲାକ ବିଲ୍‌ ନେଇ ଘମାସାନ ବିତର୍କରେ ବିରୋଧୀଦଳର ସାଂସଦମାନେ ଭାଗ ନେଇ ସିଲେକ୍ଟ କମିଟିକୁ ବିଲ୍‌କୁ ପଠାଇବାକୁ ଦାବି କରିଥିଲେ । କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ଏଆଇଏମଆଏମ ବିଲକୁ ଯୁଗ୍ମ ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ। ତେବେ ସରକାର ଏବି ଦାବିକୁ ଅଗ୍ରାହ୍ୟ କରିବାରୁ ଭୋଟିଂ ପୂର୍ବରୁ କକ୍ଷତ୍ୟାଗ କରିଥିଲେ କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମକେ ଓ ଏଆଇଏଡିଏମକେ । ଆସନ୍ତା ସପ୍ତାହରେ ରାଜ୍ୟସଭାରେ ଏହି ବିଲ ଆଗତ ହେବ।

ସୂଚନାଯାଗ୍ୟ, ପୂର୍ବରୁ ଡିସେମ୍ବର ୨୦୧୭ରେ ତିନି ତଲାକ୍‌ ବିଲ୍‌ ଲୋକସଭାରେ ଗୃହୀତ ହୋଇଥିଲା। କିନ୍ତୁ ରାଜ୍ୟସଭାରେ ଗୃହୀତ ହୋଇନପାରିବାରୁ ସରକାରଙ୍କୁ ଅଧ୍ୟାଦେଶ ଆଣିବାକୁ ପଡ଼ିଥିଲା।

ପଢନ୍ତୁ; ପତଳା କେଶ ପାଇଁ ଚିନ୍ତିତ କି? ଜାଣନ୍ତୁ ଘନ ଓ କଳା କେଶର ରହସ୍ୟ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More