ଆଜି ଲୋକସଭାରେ ଆଗତ ହେବ ତିନି ତଲାକ୍ ବିଲ୍

talaq

ତିନି ତଲାକ୍‌ ପ୍ରଥାକୁ ଦଣ୍ଡନୀୟ ଅପରାଧ କରିବା ଲାଗି ଅଣାଯାଇଥିବା ବିଲ୍‌ ଉପରେ ଗୁରୁବାର ଲୋକ ସଭାରେ ବିତର୍କ ହେବ। ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ କୁହାଯାଉଥିବା ଏହି ବିଲ୍‌ ଉପରେ ଆଲୋଚନା ଲାଗି କଂଗ୍ରେସ ଗତ ସପ୍ତାହରେ ରାଜି ହେବା ପରେ ୨୭ ତାରିଖରେ ବିତର୍କ ପାଇଁ ସ୍ଥିର ହୋଇଥିଲା।

talaq

ଏଥିପାଇଁ ସମସ୍ତ ବିଜେପି ସଦସ୍ୟ ଗୃହରେ ଉପସ୍ଥିତ ରହିବାକୁ ହୁଇପ୍ ଜାରି କରିଛି ଦଳ । ତିନି ତଲାକ୍ ବିଧେୟକ ପୂର୍ବରୁ ଲୋକସଭାରେ ଗୃହୀତ ହୋଇଥିଲେ ମଧ୍ୟ ରାଜ୍ୟସଭାରେ ବିରୋଧୀଙ୍କ ଦାବି ଆଧାରରେ ଏଥିରେ କିଛି ପରିବର୍ତ୍ତନ କରାଯାଇଥିବାରୁ ଏହାକୁ ପୁନର୍ବାର ଗୃହରେ ଅନୁମୋଦନ କରାଯିବ ।

ଏକକାଳୀନ ତିନି ତଲାକ ଦେବାକୁ ବିଲ୍‌ରେ ବେଆଇନ ଦର୍ଶାଯାଇଛି, ଏଥିପାଇଁ ସ୍ବାମୀଙ୍କୁ ୩ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ। ପୂର୍ବରୁ ଲୋକ ସଭାରେ ଗୃହୀତ ହୋଇଥିବା ତିନି ତଲାକ ବିଲ୍‌ ରାଜ୍ୟ ସଭାରେ ବିରୋଧର ସମ୍ମୁଖୀନ ହେବାରୁ ସରକାର ଏଥିରେ କେତେକ ସଂଶୋଧନ ସହ ପୁଣିଥରେ ଉପସ୍ଥାପନ କରିଛନ୍ତି। ଏଥିରେ ଜାମିନ ବ୍ୟବସ୍ଥା ରଖାଯାଇଛି।

ପଢନ୍ତୁ;ପ୍ରତିଷ୍ଠା ଦିବସରେ ନବୀନଙ୍କ ପାଲଟା ଆକ୍ରମଣ: ଓଡିଶାବାସୀଙ୍କ ହକ୍ ପାଇଁ ଆନ୍ଦୋଳନ ଜାରି ରହିବ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More