News

ଆଇନ୍‌ ଉଚ୍ଛେଦ ପରେ ବି ତିନି ତଲାକ୍‌: ଫୋନ୍‌ରେ ତଲାକ ଦେଲେ ସ୍ୱାମୀ

Teen Talaq In Pattamundai Thumbnail 750x430

ତିନି ତଲାକକୁ ଅପରାଧ ଶ୍ରେଣୀଭୁକ୍ତ କରାଯିବା ସହ ଦଣ୍ଡ ବିଧାନ ପାଇଁ ସଂସଦରେ ବିଲ୍ ଗୃହୀତ ହେବା ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। କିନ୍ତୁ ଏଭଳି ସ୍ଥିତିରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ତାଇ  ଅଞ୍ଚଳରେ ତିନି ତଲାକ ଅଭିଯୋଗ ସାମ୍‌ନାକୁ ଆସିଛି। ଏ ସଂକ୍ରାନ୍ତରେ ପଟ୍ଟାମୁଣ୍ଡାଇ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଦେଇଥିବା ସୂଚନା ଅନୁଯାୟୀ ୧୧ ନମ୍ବର ୱାର୍ଡରେ ରହୁଥିବା ଜଣେ ସ˚ଖ୍ୟାଲଘୁ ମହିଳାଙ୍କୁ ହାଇଦ୍ରାବାଦରେ ରହୁଥିବା ତାଙ୍କ ସ୍ବାମୀ ତିନି ତଲାକ୍‌ ଦେଇଥିବା ଅଭିଯୋଗ ହୋଇଛି।

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଆସିକ୍‌  ନାମକ ଜଣେ ବ୍ୟକ୍ତିଙ୍କୁ ସେ ବିବାହ କରିଥିଲେ। ବିବାହ ପରେ ଆସିକ୍‌ ତାଙ୍କୁ ହାଇଦ୍ରାବାଦ ନେଇଥିଲେ। ସେଠାରେ କିଛିଦିନ ରହିବା ପରେ ଆସିକ୍‌ ତାଙ୍କୁ ଆଣି ଘରେ ଛାଡ଼ି ଦେଇଥିଲେ। ପୀଡ଼ିତାଙ୍କର ଏକ ୪ ମାସର ଶିଶୁ ପୁତ୍ର ରହିଛି। ତାକୁ ନେଇ ସେ ନିଜ ମା’ଙ୍କ ପାଖରେ ରହୁଛନ୍ତି। ଗତ କିଛି ଦିନ ତଳେ ଫୋନ୍‌ ଯୋଗେ କଥା କଟାକଟିରୁ ସ୍ବାମୀ ତାଙ୍କୁ ୩ ତଲାକ୍‌ ଦେଇ ଫୋନ୍‌ କାଟି ଦେଇଥିଲେ।

Talaq Graphic

ତିନି ତଲାକ୍‌ ବ୍ୟବସ୍ଥାକୁ ବେଆଇନ ଓ ନିଷିଦ୍ଧ  ଘୋଷଣା କରାଯାଇଥିବାବେଳେ ପଟ୍ଟାମୁଣ୍ତାଇ ଅ˚ଚଳର ଏହି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ପୁଲିସ କି ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପଢନ୍ତୁ: କଂଗ୍ରେସ ସଭାପତି ଚୟନ ପ୍ରକିୟାରେ ସାମିଲ୍‌ ହେଲେନି ସୋନିଆ-ରାହୁଲ

Related posts

ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ବଡ ଧରଣର ପରିବର୍ତନ

ENO Beuro

କ୍ଷତିଗ୍ରସ୍ତ ଫସଲ ଓ ଜଳିଥିବା ଚାଷ ଜମି ପାଇଁ ୧୨୪ କୋଟିର ସହାୟକ ଅର୍ଥ ରାଶି ଘୋଷଣା

ENO Beuro

ମାର୍ଚ୍ଚ ୫ରୁ ଆରମ୍ଭ ସିବିଏସଇ ପରୀକ୍ଷା : ସିବିଏସଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ENO Beuro

1 comment

Leave a Comment