EnewsOdia.Com

ମଦ୍ୟପାନରେ ତ୍ରିପୁରା ଦେଶର ଏକ ନମ୍ବର ରାଜ୍ୟ

ଭାରତୀୟମାନେ ବିଶେଷକରି ଦେଶୀ ମଦ ଏବଂ ଭାରତରେ ପ୍ରସ୍ତୁତ ବିଦେଶୀ ମଦ (ଆଇଏମ୍‌ଏଫ୍‌ଏଲ)ର ବ୍ୟବହାର କରିଥାନ୍ତି। ୧୦ରୁ ୭୫ ବର୍ଷ ମଧ୍ୟରେ ୧୪.୬ ପ୍ରତିଶତ ଭାରତୀୟ ମଦ ପିଇଥାନ୍ତି। ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ପୁରୁଷ ହୋଇଥିବାବେଳେ ୫ ପ୍ରତିଶତ ମହିଳା। ପାଖାପାଖି ୧୬ କୋଟି ଭାରତୀୟ ମଦ ପିଇଥାନ୍ତି। ଭାରତରେ ୧୭ ଜଣ ପୁରୁଷ ମଦ ପିଉଥିବାବେଳେ ଜଣେ ମହିଳା ମଦ୍ୟ ପାନ କରିଥାନ୍ତି। ଭାରତରେ ପ୍ରତି ୩ ଜଣରେ ଜଣେ ଦେଶୀ ମଦ ପିଉଥିବାବେଳେ ୬୦ ପ୍ରତିଶତ ପୁରୁଷ ଆଲକୋହଲ ମାତ୍ରା ଅଧିକ ଥିବା ମଦ୍ୟ ମାନ କରିଥାନ୍ତି।

ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ତ୍ରିପୁରାରେ ସର୍ବାଧିକ ୬୨ ପ୍ରତିଶତ ପୁରୁଷ ମଦ୍ୟପାନ କରିଥାନ୍ତି। ଏହା ତଳକୁ ଛତିଶଗଡ଼ରେ ଶତକଡ଼ା ୫୭.୨ ପ୍ରତିଶତ ଏବଂ ପଞ୍ଜାବରେ ୫୨ ପ୍ରତିଶତ ପୁରୁଷ ମଦ୍ୟପାନ କରିଥାନ୍ତି। ଦେଶର ୧୫ ରାଜ୍ୟରେ ଶତକଡ଼ା ୩୦ ପ୍ରତିଶତରୁ ଅଧିକ ପରିମାଣର ମଦ ବ୍ୟବହାର କରାଯାଇଥାଏ। ତେବେ ଅରୁଣାଚଳ ପ୍ରଦେଶ ଓ ଛତିଶଗଡ଼ରେ ମହିଳାମାନେ ସର୍ବାଧିକ ମଦ ପିଇଥାନ୍ତି। ଅରୁଣାଚଳ ପ୍ରଦେଶରେ ୧୬ ପ୍ରତିଶତ ମହିଳା ମଦ ପିଉଥିବାବେଳେ ଛତିଶଗଡ଼ରେ ୧୪ ପ୍ରତିଶତ ମହିଳା ମଦ ପିଇଥାନ୍ତି।

ପଢନ୍ତୁ: ପଦୋନ୍ନତିରୁ ବଞ୍ଚିତ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ଅଦାଲତ

ସମ୍ବନ୍ଧିତ ଖବର

ପାକିସ୍ତାନରେ ଛପାଯାଉଛି ୨୦୦୦ଟଙ୍କିଆ ନକଲି ନୋଟ୍

Ratnamani Maharana

ଖାଲି ପତ୍ନୀଙ୍କ ସହିତ ନୁହେଁ ଝିଅ ଜ୍ୱାଇଁଙ୍କ ସହିତ ଭାରତ ଆସୁଛନ୍ତି ଟ୍ରମ୍ଫ

Ratnamani Maharana

ନିର୍ଭୟାକାଣ୍ଡର ୪ ଅଭିଯୁକ୍ତଙ୍କୁ ଶେଷଇଚ୍ଛା ଜଣାଇବାକୁ ପରାମର୍ଶ

Ratnamani Maharana

କେଜ୍ରିୱାଲଙ୍କ ପାଇଁ ସ୍ପେଶାଲ ଭାଲେଂଟାଇନ ଡେ’

Ratnamani Maharana

ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ

Ratnamani Maharana

ସାଂସଦ ସନ୍ନି ଦେଓଲ ନିଖୋଜ ନେଇ ଲାଗିଲା ପୋଷ୍ଟର

Ratnamani Maharana