News

ରୋହିଙ୍ଗ୍ୟା କ୍ୟାମ୍ପକୁ ଯାଇ ଟ୍ରୋଲର ଶିକାର ହେଲେ ପ୍ରିୟଙ୍କା

ଚର୍ଚ୍ଚାରେ ପ୍ରିୟଙ୍କା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜି ବାଂଲାଦେଶର ଢାକା ସ୍ଥିତ କକ୍ସ ବଜାରରେ ଥିବା ରେହିଙ୍ଗ୍ୟା ଶରଣାର୍ଥୀଙ୍କ ଶିବିରକୁ ଯାଇଥିଲେ, ଯାହାର ଫଟୋ ସୋସିଆଲ ମିଡିଆରେ ସେ ନିଜେ ପୋଷ୍ଟ କରିଥିଲେ। ଫଟୋ ସହ ପ୍ରିୟଙ୍କା ଲେଖିଥିଲେ, ସେ ରୋହିଙ୍ଗ୍ୟା ଶରଣାର୍ଥୀ କ୍ୟାମ୍ପରେ ଅଛନ୍ତି। ଅନୁଭବ ଜାଣିବାକୁ ମୋତେ ଅନୁସରଣ କର। ଦୁନିଆ ଏମାନଙ୍କର ଯତ୍ନ ନେବା ଦରକାର। ଆମକୁ ଏମାନଙ୍କ ଯତ୍ନ ନେବା ଆବଶ୍ୟକ। କିନ୍ତୁ ଏହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି ପ୍ରିୟଙ୍କା।

ତାଙ୍କୁ ଟ୍ରୋଲ କରି ଜଣେ ୟୁଜର କହିଛନ୍ତି ଯେ,ଭାରତରେ ମଧ୍ୟ ଏଭଳି ସମସ୍ୟା ଅଛି, ମୁମ୍ୱାଇରେ ମଧ୍ୟ ଅଛି, କୁହ ଖାଲି ତୁମେ ସେଠାକୁ କେତେ ଥର ଯାଇଛ, ତାଙ୍କ ସମସ୍ୟା ଓ ଆବଶ୍ୟକତା ପାଇଁ ତୁମେ କଣ କରିଛ? ଅନ୍ୟ ଜଣେ କହିଛନ୍ତି, ପ୍ରିୟଙ୍କା ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ଭିତରୁ କାହାକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସେ ସାହାଯ୍ୟ କରିବାକୁ ଚାହୁଁଛନ୍ତି।

ଆଉ ଜଣେ ୟୁଜର କହିଛନ୍ତି ଯେ,ତୁମେ ରୋହିଙ୍ଗ୍ୟାରୁ କେତେ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁଛ। ଚାରିଟୀର ଆରମ୍ଭ ନିଜ ଘରୁ ଆରମ୍ଭ ହୋଇଥାଏ। ତୁମ ଘରର କବାଟ ତାଙ୍କ ପାଇଁ ଖୋଲିଦିଅ।

ରୋହିଙ୍ଗ୍ୟା କ୍ୟାମ୍ପକୁ ଯାଇ ଟ୍ରୋଲର ଶିକାର ହେଲେ ପ୍ରିୟଙ୍କା priyanka

ପଢନ୍ତୁ; ୨୬ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

ଆନ୍ଧ୍ର-ଓଡିଶା ମିଳିତ ରଣନୀତି: ମାଓ କ୍ୟାମ୍ପ ଧ୍ଵଂସ ଯୋଜନା ପ୍ରସ୍ତୁତ

Krishna Kumar Manoj

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସ୍ଵାମୀଙ୍କ ଅଧୁରା ସ୍ଵପ୍ନଙ୍କୁ ସାକାର କରିବେ ରିମା!

Krishna Kumar Manoj

କୁଆଖାଇ ମର୍ଡର : ଖୋଲିଲା ବହୁ ଚର୍ଚ୍ଚିତ ଉନ୍ମୟ ପାଢୀଙ୍କ ହତ୍ୟା ରହସ୍ୟ !

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More