News

ଆଜିଠୁ ଦେଶବ୍ୟାପୀ ଟ୍ରକ୍ ଧର୍ମଘଟ

By ENO Beuro

July 20, 2018

ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ ଧର୍ମଘଟ ଆରମ୍ଭ ହୋଇଛି। ଅଖିଳ ଭାରତ ମୋଟର ପରିବହନ ସଂଘ ପକ୍ଷରୁ ଦିଆଯାଇଥିବା ଏହି ଟ୍ରକ ଧର୍ମଘଟ ଡାକରାକୁ ଓଡ଼ିଶା ଟ୍ରକ ମାଲିକ ମହାସଂଘ ସମର୍ଥନ ଜଣାଇଛି। ଆଜି ସକାଳ ୬ଟାରୁ ଧର୍ମଘଟ ଆରମ୍ଭ ହୋଇଛି। ଫଳରେ ରାଜ୍ୟର ସମସ୍ତ ଟ୍ରକ ଚଳାଚଳ ବନ୍ଦ ରହିଛି।

ଫଳରେ ସାରା ଦେଶରେ ଛୋଟ ବଡ ପ୍ରାୟ ୯୨ ଲକ୍ଷ ଟ୍ରକ ଅଟକି ରହିଥିବା ସୂଚନା ମିଳିଛି। ଏହାଦ୍ୱାରା ସାଧାରଣ ଜନଜୀବନ ଉପରେ ପ୍ରଭାବ ପଡିବ ବୋଲି ଆଲୋଚନା ହେଉଛି। ହେଲେ ଧର୍ମଘଟ ପୂର୍ବରୁ ଗୁରୁବାର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଏ ବିଷୟରେ ଅବଗତ କରିଥିଲେ ସୁଦ୍ଧା କୌଣସି ଫଳ ନ ମିଳିବାରୁ ଏମାନେ ଧର୍ମଘଟକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ଟ୍ରାନ୍ସପୋର୍ଟ ଆସୋସିଏଶନର ଅଧ୍ୟକ୍ଷ ଗୁଲତାରଣ ସିଂ।

ପଢନ୍ତୁ;ଭଦ୍ରକ:ଶେଷ ହେଲା ଅନ୍ତିମ ସଂସ୍କାର, ଗ୍ରାମବାସୀଙ୍କ ଆଖିରୁ ଶୁଖି ନାହିଁ ଲୁହ