News

ଟ୍ରକ ଧର୍ମଘଟ ପ୍ରତ୍ୟାହୃତ

ଦେଶବ୍ୟାପୀ ୭ଦିନ ଧରି ଚାଲିଥିବା ଟ୍ରକ ଧର୍ମଘଟ ଆଜି ପ୍ରତ୍ୟାହୃତ ହୋଇଛି। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରିଛି ସର୍ବ ଭାରତୀୟ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ। କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହ ମଧ୍ୟ ସଂଘ ଆଲୋଚନା କରିଛି। ଡିଜେଲ ଦରବୃଦ୍ଧି, ଅତ୍ୟଧିକ ଟୋଲ ଟ୍ୟାକ୍ସ,ଜିଏସଟି ଆଦି ବିରୋଧରେ ଗତ ୭ ଦିନ ହେଲା ସାରା ଦେଶରେ ଟ୍ରକ ଧର୍ମଘଟ ଚାଲିଥିଲା।

ସରକାର ପରିବହନକାରୀଙ୍କ ଦାବି ପ୍ରତି ସମ୍ବେଦନଶୀଳ ଅଛନ୍ତି। ସରକାର ପ୍ରଥମରୁ କେତେକ ଦାବି ମାନି ନେଇଛନ୍ତି। ଅନ୍ୟ ଦାବିଗୁଡିକ ଉପରେ ବିଚାର-ବିମର୍ଶ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ପରେ ଏକ ମିଳିତ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି।

ପଢନ୍ତୁ;ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ନିଷ୍ପତି:ସତ୍ୟବାଦୀରେ ପ୍ରତିଷ୍ଠା ହେବ ‘ଓଡ଼ିଆ ବିଶ୍ୱବିଦ୍ୟାଳୟ

Related posts

ବଲିଉଡ ଅଭିନେତ୍ରୀ ରିଚା ଚଢାଙ୍କୁ ଟ୍ୱିଟର ଆକାଉଣ୍ଟ ଜରିଆରେ ଦୁଷ୍କର୍ମ ଏବଂ ହତ୍ୟା ଧମକ!

ENO Beuro

ଆଜି ସକାଳୁ ଭୁବନେଶ୍ଵର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ENO Beuro

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି ୨ ଓଡ଼ିଆ

ENO Beuro

Leave a Comment