News

ଟ୍ରମ୍ପ୍‌ଙ୍କ ଘୋଷଣା: ଇରାନ ସହ ଆଣବିକ ଚୁକ୍ତିରୁ ଓହରିଲା ଆମେରିକା

ଟ୍ରମ୍ପ ପ୍ରଶାସନର ଘୋଷଣା

ଇରାନ ସହ କିଛି ବର୍ଷ ତଳେ ସ୍ଵାକ୍ଷରିକ ଆଣବିକ ଚୁକ୍ତିରୁ ଆମେରିକା ଓହରିଯାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ସେ ମଧ୍ୟ ଇରାନ ଉପରେ କଠୋର ଆର୍ଥିକ କଟକଣା ଲଗାଇବାକୁ ଆଦେଶ ଜାରି କରିଛନ୍ତି। ଏହା ସହ ଯଦି କୌଣସି ଦେଶ ଇରାନକୁ ଆଣବିକ ଅସ୍ତ୍ରଶସ୍ତ୍ର ସହାୟତା କରେ ତେବେ ସେହି ଦେଶ ବିରୋଧରେ ମଧ୍ୟ କଟକଣା ଲାଗୁ କରାଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଏହା ଦ୍ୱାରା ବିଶ୍ୱକୁ ଏହା ବାର୍ତ୍ତା ଯିବ ଯେ ଆମେରିକା ଖାଲି ଧମକ ଦିଏନାହିଁ, ଏହାକୁ କାର୍ଯ୍ୟକାରୀ ମଧ୍ୟ କରେ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଟ୍ରମ୍ପ ପ୍ରଶାସନ ଉପରେ ନିଜର ମତ ରଖିଛନ୍ତି , କହିଛନ୍ତି ଯେ ଏପରି ନିଷ୍ପତ୍ତି ବହୁତ ବଡ ଭୁଲ। ସେ କହିଛନ୍ତି ଯେ ଏହା ଦ୍ୱାରା ସାରା ବିଶ୍ୱରେ ଆମେରିକାର ବିଶ୍ୱସନୀୟତା ହ୍ରାସ ପାଇବ । ଇରାନ ପରମାଣୁ ଚୁକ୍ତିରୁ ଆମେରିକା ଅଲଗା ହେବା ନେଇ ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନ ମଧ୍ୟ ନିରାଶା ଜାହିର କରିଛନ୍ତି । ୨୦୧୫ରେ ଏହି ପରମାଣୁ ଚୁକ୍ତି ୬ଟି ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ଆମେରିକା, ବ୍ରିଟେନ୍, ଚୀନ୍, ଫ୍ରାନ୍ସ, ଜର୍ମାନୀ ଓ ଇରାନ ମଧ୍ୟରେ ହୋଇଥିଲା।

ପଢନ୍ତୁ;ତ୍ୱଚାରେ ସୁନ୍ଦରତା ବୃଦ୍ଧି କରିଥାଏ କେଶର! ଆସନ୍ତୁ ଜାଣିବା ଏହାର ବ୍ୟବହାର ସମ୍ପର୍କରେ

Related posts

ଓଡ଼ିଶା ସମେତ ସାରା ଦେଶରେ ବାଘ ଗଣନା ଆରମ୍ଭ : ନୂତନ ଜ୍ଞାନ କୌଶଳରେ ଗଣତି ହେଉଛି

ENO Beuro

ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଯୋଗଦେଲେ କଂଗ୍ରେସର ମିଶ୍ରଣ ପର୍ବରେ

Jitendra

ଭଦ୍ରକ:ଶେଷ ହେଲା ଅନ୍ତିମ ସଂସ୍କାର, ଗ୍ରାମବାସୀଙ୍କ ଆଖିରୁ ଶୁଖି ନାହିଁ ଲୁହ

ENO Beuro

1 comment

Leave a Comment