News

ବିଳମ୍ବରେ ଦୀପାବଳି ପାଳିଲେ ଟ୍ରମ୍ଫ

ଟୁଇଟ ବାର୍ତ୍ତାରେ ହିନ୍ଦୁଙ୍କୁ ଭୁଲିଗଲେ, ଭାରତ ଓ ମୋଦିଙ୍କୁ ପ୍ରସଂଶା କଲେ

ସପ୍ତାହକ ତଳେ ଭାରତ ସମେତ ସମଗ୍ର ବିଶ୍ବରେ ଦୀପାବଳି ଉର୍ସବ ପାଳିତ ହୋଇଯାଇଛି। ହେଲେ ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସେତେବେଳେ ଦୀପାବଳି ଉର୍ସବ ପାଳିବାକୁ ଭୁଲିଯାଇଥିଲେ। ଠିକ ଏକ ସପ୍ତାହପରେ ସେ ଦୀପାବଳି ପାଲିଛନ୍ତି।

trump

ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ ସାମିଲ ହୋଇ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କ ସହ ଦୀପ ଜାଳି ଏହି ପର୍ବ ପାଳିଛନ୍ତି। ଭାରତ ସହ ଆମେରିକାର ବନ୍ଧୁତା ସ୍ବାଧୀନତା, ଶାନ୍ତି ଓ ସମୃଦ୍ଧି ନିମିତ୍ତ ଏକ ପ୍ରାଚୀର ଭଳି କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

ଏହି ଅବସରରେ ସେ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବନ୍ଧୁତ୍ୱକୁ ନେଇ ସେ ଖୁବ୍ ଗର୍ବିତ। ଦ୍ୱିତୀୟ ବର୍ଷ ପାଇଁ ହ୍ୱାଇଟ୍‌ ହାଉସ୍‌ରେ ଦୀପାବଳି ବେଶ୍ ଉତ୍ସାହର ସହ ପାଳନ ହେଉଛି। ଏହାସହ ଟ୍ରମ୍ପ କହିଛନ୍ତି ଯେ, ଭାରତ ସହ ବାଣିଜ୍ୟିକ ସଂପର୍କ ରଖିବା ଲାଗି ଆମେରିକା ସବୁବେଳେ ଗୁରୁତ୍ୱ ଦେଇଆସିଛି। ହେଲେ ଭାରତ ଯେ, ଆହୁରି ବଡ଼ ବେପାରୀ ବୋଲି ସେ କହିଛନ୍ତି।

ପଢନ୍ତୁ; ଜିସାଟ୍-୨୯ ଉପଗ୍ରହର ସଫଳ ପ୍ରେରଣ

Related posts

ଆତ୍ମଘୋଷିତ ବାବା ଦାତି ମହରାଜଙ୍କ ବିରୋଧରେ ମାମଲା

ENO Beuro

ଅଣସର ବାସରେ ଶ୍ରୀଜିଉ 

ENO Beuro

ଓଇସିଡି ପକ୍ଷରୁ ଭାରତକୁ ତୃତୀୟ ଶ୍ରେଷ୍ଠ ବିଶ୍ୱସନୀୟ ରାଷ୍ଟ୍ରର ମାନ୍ୟତା ମିଳିଛି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More