News

ଭାରତର ପ୍ରଶଂସା କଲେ ଟ୍ରମ୍ପ,କହିଲେ ମୋଦୀ ମୋର ଉତ୍ତମ ବନ୍ଧୁ

ମିଳିତ ଜାତିସଂଘ ସାଧାରଣ ପରିଷଦର ୭୩ତମ ଅଧିବେଶନରେ ଉଦବୋଧନ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ପ୍ରଶଂସା କରିଛନ୍ତି। ଟ୍ରମ୍ପ ନିଜ ଭାଷଣରେ କହିଛନ୍ତି ଯେ ଭାରତ ଏକ ମୁକ୍ତ ସମାଜ ଅଟେ। ଭାରତ ସଫଳତାର ସହ ନିୟୁତାଧିକ ଲୋକଙ୍କୁ ଦାରିଦ୍ର୍ୟ ସୀମା ରେଖାରୁ ବାହାରକୁ ଆଣି ପାରିଛି। ଗରିବୀ ହଟାଇବାରେ ଭାରତର କାର୍ଯ୍ୟ ପ୍ରଶଂସନୀୟ। ନିଜ ଉଦ୍‍ବୋଧନରେ ଟ୍ରମ୍ପ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‍ ଜୋଙ୍ଗ ଉନ୍‍ଙ୍କ ସହ ତାଙ୍କ କଥାବାର୍ତ୍ତା ବିଷୟରେ ଉଲ୍ଲେଖ କରିଥିଲେ ଓ ଏହା ଏକ ସଫଳ ଆଲୋଚନା ଥିଲା ବୋଲି କହିଥିଲେ।

modi

ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସ୍ୱାଗତ ପୂର୍ବକ ଟ୍ରମ୍ପଙ୍କ ସହିତ ପରିଚିତ କରାଇଥିଲେ। ଏହି ସମୟରେ ସୁଷମା ଟ୍ରମ୍ପଙ୍କୁ ମୋଦୀଙ୍କ ଶୁଭେଚ୍ଛା ଆଣିଥିବା ଜଣାଇବା ମାତ୍ରେ ଟ୍ରମ୍ପ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ।

ଇରାନକୁ ଅରାଜକତା, ମୃତ୍ୟୁ ଓ ବିନାଶର ଦେଶ ବୋଲି ଟ୍ରମ୍ପ କହିବା ସହ ଏକ ଘରିଆ କରିଦେବା ପାଇଁ ଆହ୍ୱାନ ଦେଇଥିଲେ। ସବୁ ଦେଶର ଲୋକେ ନିଜ ପରମ୍ପରା, ସଂସ୍କୃତି ଓ ରୀତିନୀତି ପାଳନ ପାଇଁ ସମ୍ପୂର୍ଣ୍ଣ ମୁକ୍ତ। ସେମାନେ କାହାକୁ ପୂଜା କରିବ ଓ କେମିତ ବଞ୍ଚିବେ ତାହା ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଓ ଆମେରିକା ଏଥିରେ କିଛି କହିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ସୋମବାରଠାରୁ ଏହି ଅଧିବେଶନ ଆରମ୍ଭ ହୋଇଛି ଓ ଭାରତ ପକ୍ଷରୁ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏଥିରେ ପ୍ରତିନିଧିତ୍ୱ କରୁଛନ୍ତି।

ପଢନ୍ତୁ; ରୋମାଞ୍ଚକର ଟାଇ: ପରାଜୟରୁ ବର୍ତ୍ତିଲା ଭାରତ,ହୃଦୟ ଜିତିଲା ଆଫଗାନିସ୍ତାନ

Related posts

ଚୀନ୍‌ର ରାସାୟନିକ କାରଖାନାରେ ବିସ୍ଫୋରଣ, ୨୨ ମୃତ

ENO Beuro

ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ

ENO Beuro

ସ୍ୱଚ୍ଛ ମିଶନରେ ସହଯୋଗ ପାଇଁ ପ୍ରସ୍ତାବ ଦେଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More