• Home
  • LIFESTYLE
  • ଆପଣ ପ୍ରେମରେ ପଡିଛନ୍ତି କି ? ତେବେ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ
LIFESTYLE

ଆପଣ ପ୍ରେମରେ ପଡିଛନ୍ତି କି ? ତେବେ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ

ପ୍ରେମ ସଂପର୍କରେ ଆତ୍ମବିଶ୍ୱାସୀ ହେବା ନିହାତି ଜରୁରୀ । ଯଦି ଜଣେ ନିଜ ଉପରେ ଭରସା ରଖିପାରିବ ନାହିଁ ତେବେ ସେ ପ୍ରେମରେ ସଫଳ ହୋଇପାରିବ ନାହିଁ । ଯଦି ବିବାହ ପୂର୍ବରୁ ପ୍ରେମରେ ପଡି ଯାଆନ୍ତି, ତେବେ ସେତେବେଳେ ଏଥିପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ପ୍ରେମିକ ବା ପ୍ରେମିକାଙ୍କର ଏକ ଛୋଟ ଭୁଲ ବି ବ୍ରେକଅପ୍‌ର କାରଣ ହୋଇପାରେ । ଏଣୁ ଲଭ ଲାଇଫରେ କିପରି ବ୍ରେକଅପ୍‌ ନହେବ ଆସନ୍ତୁ ଜାଣିବା ।

ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଜଣଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିବା ପରେ ପ୍ରେମିକ କେବେ ବି କନଫ୍ୟୁଜ୍‌ ହେବା ଉଚିତ ନୁହେଁ । ତେଣିକି କେଉଁଠି ଗର୍ଲଫ୍ରେଣ୍ଡଙ୍କୁ ଭେଟିବେ ବା ତାଙ୍କୁ କ’ଣ ଖୁଆଇବେ ବା କେଉଁ ଡ୍ରେସ୍‌ ପିନ୍ଧି କରି ଯିବେ ଆଦି ପ୍ରସଙ୍ଗ ହେଉକି କେମିତି ପରିବାର ସହ ଗର୍ଲଫ୍ରେଣ୍ଡଙ୍କୁ ପରିଚିତ କରାଇବେ ସେକଥା ହେଉ ସବୁଠି ଦ୍ୱନ୍ଦ୍ୱ ରହିବା ଅନୁଚିତ। କାରଣ କନଫ୍ୟୁଜ୍‌ ରହିଲେ ନିଜ ଭିତରେ ଆତ୍ମବିଶ୍ୱାସ ରହିବନି, ଯାହା ବ୍ରେକ୍‌ଅପ୍‌ର କାରଣ ହୋଇପାରେ ।

ପ୍ରେମିକଙ୍କ ଭିତରେ ପିଲାଳିଆମି ପସନ୍ଦ କରନ୍ତି ନାହିଁ ପ୍ରେମିିକା । ଯଦି ଆପଣ ଆବଶ୍ୟକତାଠୁ ଅଧିକ ମାତ୍ରାରେ ପିଲାଳିଆମି ଦେଖାଇବେ, ତେବେ ପ୍ରେମିକା ଆପଣଙ୍କୁ ପସନ୍ଦ କରି ନ ପାରନ୍ତି । ଏଣୁ ପ୍ରେମିକ ନିଜର ପ୍ରେମିିକାଙ୍କ ଆଗରେ ନିଜର ଦକ୍ଷତାକୁ ଦେଖାଇବାର ପ୍ରୟାସ କରିବା ଉଚିତ। କିନ୍ତୁ ତା’ଭିତରେ ଭୁଲନ୍ତୁ ନାହିଁ ଯେ ବାହାଦୁରୀ ଦେଖାଇବାକୁ ଯାଇ ପ୍ରେମିକାଙ୍କ ଆଗରେ ତାଙ୍କର ପ୍ରକୃତ କ୍ଷମତାଟି ପ୍ରକାଶ ନ ପାଉ ।

ପ୍ରେମିକା ସବୁବେଳେ ଚାହେଁ କି ତାର ପ୍ରେମିକ ତା’କୁ ସବୁଠୁ ବେଶୀ ଗୁରୁତ୍ୱ ଦେଉ  । ଯଦି ଏଭଳି ବ୍ୟତିକ୍ରମ ଘଟେ ତେବେ ପ୍ରେମିକା ବିବ୍ରତ ହେବା ସ୍ୱାଭାବିକ । ଏଣୁ ପ୍ରେମିକ ପ୍ରେମ ସଂପର୍କରେ ଏହାକୁ ସତର୍କତାର ସହ ଅବଲମ୍ବନ କରିବା ଉଚିତ । ପ୍ରେମିକା ସହ ଜଡ଼ିତ କୌଣସି ବି ପ୍ରସଙ୍ଗରେ ଯେମିତି ତାଙ୍କର ଗୁରୁତ୍ୱ ହ୍ରାସ ନ ପାଏ, ସେଥିପ୍ରତି ଧ୍ୟାନ ଦେବା ଉଚିତ୍‌ ।

ଅନେକ ସମୟରେ ଏଭଳି ଛୋଟ ଘଟଣା ଘଟିଥାଏ ଯାହାକୁ ନେଇ ପ୍ରେମିକାଙ୍କ ସହ ପ୍ରେମିକଙ୍କର ମତାନ୍ତର ବା ମନାନ୍ତର ହୋଇଥାଏ। କିନ୍ତୁ ଯଦି ସତର୍କ ରହିବେ ତେବେ ଏଭଳି ପରିସ୍ଥିତି ଉପୁଜିବ ନାହିଁ । ଏଣୁ ସମୟାନୁବର୍ତ୍ତୀ ହୁଅନ୍ତୁ ଏବଂ ଅଯଥା ମିଛ କହି ମତାନ୍ତର ବା ମନାନ୍ତରକୁ ନିମନ୍ତ୍ରଣ କରନ୍ତୁ ନାହିଁ ।
ଆପଣ ପ୍ରେମରେ ପଡିଛନ୍ତି କି ? ତେବେ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ couples 2 300x200
ପଢନ୍ତୁ ;

ପ୍ରତିଦିନ ବନ୍ଧାକୋବିର ଜୁସ୍ ପିଇବା ଦ୍ଵାରା କ’ଣ ହୁଏ ଆସନ୍ତୁ ଜାଣିବା

Related posts

ଉତ୍ତମ ଜୀବନଶୈଳୀରୁ ସୁସ୍ଥ ହୃତପିଣ୍ଡ କିପରି ପାଇବେ ନଜର ପକାନ୍ତୁ

Krishna Kumar Manoj

ଚା’ ଛାଣି ସାରିବା ପରେ ପତିକୁ ଫିଙ୍ଗି ଦେଉଛନ୍ତି କି? ଏହି ପତିକୁ ଅନେକ କାମରେ ବ୍ୟବହାର କରିପାରିବେ ! ଜାଣନ୍ତୁ

Krishna Kumar Manoj

ଆଖିରେ କାଜଲ ସଠିକ ଉପାୟରେ କେମିତି ଲଗେଇବେ ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More