News

ଇଣ୍ଡୋନେସିଆରେ ଭୂକମ୍ପ-ସୁନାମି: ମୃତ୍ୟୁ ସଂଖ୍ୟା ୮୩୨

tsunami

ଇଣ୍ଡୋନେସିଆରେ ଗତ ଶୁକ୍ରବାର ଆସିଥିବା ଭୂକମ୍ପ-ସୁନାମି ପରେ ଏବେ ମୃତ୍ୟୁସଂଖ୍ୟା ୮୩୨ ଟପିଲାଣି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି। କିଛି ଲୋକ ଏବେବି ଭଗ୍ନାବଶେଷ ତଳେ ଚାପି ରହିଥିବା ବେଳେ ଆହୁରି ଅନେକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବଡ଼ ବଡ଼ ବିଲ୍‌ଡିଂ ଭାଙ୍ଗିପଡ଼ିବା ସହ ଲୋକେ ବେସାହାରା ହୋଇ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି।

tsunami

ସୂଚନା ଅନୁଯାୟୀ, ୧୭ ହଜାର ଘର ଭୂମିକମ୍ପରେ ନଷ୍ଟ ହୋଇଛି । ତେବେ ତାହାର କିପରି ଭାବରେ ପୁନଃ ନିର୍ମାଣ ହେବ ସେନେଇ କାମ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅନେକ ସହରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ତେଣୁ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ବନ୍ଧ ହୋଇଯାଇଛି। କେବଳ ଏତିକି ନୁହେଁ ବିଦ୍ୟୁତ ସଂଯୋଗ ମଧ୍ୟ ବନ୍ଦ ରହିଥିବା ଜଣାପଡିଛିି। ଏହାସହ ସେଠାକାର ସ୍ଥାନୀୟ ବିମାନ ବନ୍ଦରକୁ ମଧ୍ୟ ବନ୍ଦ ରଖାଯାଇଛି । ଭୂକମ୍ପରେ ଆହତ ହୋଇଥିବା ଲୋକମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ତେବେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସ୍ଥାନୀୟ ସରକାର ଆକଳନ କରିଛନ୍ତି।

ଏହା ପୂର୍ବରୁ ୨୦୦୪ ମସିହାରେ ରିକ୍ଟର୍ ସ୍କେଲରେ ୯.୧ ମାତ୍ରାରେ ଭୂକମ୍ପ ଯୋଗୁ ସୁନାମୀ ଆସି ୨ ଲକ୍ଷ ୩୦ ହଜାର ଲୋକଙ୍କ ଜୀବନ ଯାଇଥିଲା।

ପଢନ୍ତୁ;ରାଜଧାନୀ : କାର୍‌ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

Related posts

ପିଆଜ ଆଣିଛି ସଙ୍କଟ : ଚାରି ମାସ ଧରି ଦର ଅସ୍ଥିର

ENO Beuro

ଫାଶରେ ଫସିଲା ବାଘୁଣୀ “ସୁନ୍ଦରୀ” ,ଆସିବ ନନ୍ଦନକାନନ

ENO Beuro

ଫେସବୁକ୍‌ର ନୂଆ ଫିଚର: ଆଉ କରି ହେବନି ଅଶ୍ଳୀଳ ଭିଡିଓର ଲାଇଭ୍‌ !

Ratnamani Moharana

Leave a Comment