• Home
  • News
  • ରେଳଯାତ୍ରୀ ହେବେ ହଟହଟା, ଏଣିକି ଯାତ୍ରୀଙ୍କ ଟିକେଟ ଯାଞ୍ଚ ଆଉ ଟିଟିଇ କରିବେ ନାହିଁ
News

ରେଳଯାତ୍ରୀ ହେବେ ହଟହଟା, ଏଣିକି ଯାତ୍ରୀଙ୍କ ଟିକେଟ ଯାଞ୍ଚ ଆଉ ଟିଟିଇ କରିବେ ନାହିଁ

ରେଳବାଇ ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ ଓ ସଂଶୋଧନରେ ରେଳ ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ଏଣିକି ରେଳ ଯାତ୍ରା ସମୟରେ ଯାତ୍ରୀଙ୍କ ଟିକେଟ ଯାଞ୍ଚ ଆଉ ଟିଟିଇ କରିବେ ନାହିଁ ଓ ରେଲେଓ୍ଵରେ ୱେଟିଙ୍ଗ ଟିକେଟ କାଟୁଥିବା ଯାତ୍ରୀଙ୍କ ପାଇଁ ମଧ୍ୟ କଡା ନିୟମ ଲାଗୁ କରାଯାଇଛି ।

ଏହି ବ୍ୟବସ୍ଥା କେତେଟି ସ୍ୱତନ୍ତ୍ର ଟ୍ରେନ୍‌ରେ ଲାଗୁ କରାଯାଇଥିବା ବେଳେ ଧୀରେଧୀରେ ସମସ୍ତ ଟ୍ରେନ୍‌ରେ ଏହି ନିୟମ ଜାରି କରାଯିବ । ଖୁବ୍‌ ଶୀଘ୍ର ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ଏହି ବ୍ୟବସ୍ଥା ଲାଗୁ ହେବ । ଟିଟିଇଙ୍କ ପରିବର୍ତ୍ତେ ଫ୍ଲାଇଙ୍ଗ ସ୍କ୍ଵାର୍ଡ ରହିବେ । ସ୍କ୍ଵାଡ୍‌ ଟିକେଟ ଯାଞ୍ଚ କରିବ । ଏଭଳି ବ୍ୟବସ୍ଥା ଦ୍ୱାରା ରେଲବାଇ ଟିଟିଇଙ୍କ ସଂଖ୍ୟା ହ୍ରାସ କରିବାକୁ ଯୋଜନା କରୁଛି ରେଳବାଇ ।

ଅନ୍ୟପକ୍ଷରେ ରେଲେଓ୍ଵରେ ୱେଟିଙ୍ଗ ଟିକେଟ କାଟୁଥିବା ଯାତ୍ରୀଙ୍କ ପାଇଁ ବି ସୂଚନା ଜାରି କରାଯାଇଛି। ଟ୍ରେନ୍‌ର ଏସି ଓ ସ୍ଲିପର କୋଚରେ ୱେଟିଙ୍ଗ ଟିକେଟରେ ଯାତ୍ରୀ ଯାତ୍ରା କରି ପାରିବେ ନାହିଁ । ଏଭଳି କରିବା ଦ୍ୱାରା ଯେଉଁ ଯାତ୍ରୀ ଧରାପଡ଼ିବେ ସେମାନଙ୍କ ଠାରୁ ଜରିମାନା ଆଦାୟ ହେବା ସହିତ ଷ୍ଟେସନ୍‌ରେ ଓହ୍ଲାଇ ଦିଆଯିବ ।

ଏଯାବତ୍‌ ରେଲବାଇ ନିୟମ ମୁତାବକ, ଅନ୍‌ଲାଇନ୍‌ ୱେଟିଙ୍ଗ ଟିକେଟରେ ଥିବା ଯାତ୍ରୀଙ୍କୁ ଯାତ୍ରା କରିବାର ଅଧିକାର ନ ଥିଲା । ରେଳବାଇ ଉଇଣ୍ଡୋ ୱେଟିଙ୍ଗ ଟିକେଟରେ ଯାତ୍ରୀ ଟିକେଟ ସୁନିଶ୍ଚିତ ନ କରି ମଧ୍ୟ ଟ୍ରେନ୍‌ରେ ଯାତ୍ରା କରିପାରୁଥିଲେ  । ରେଳବାଇ ଟିଟିଇ ସଂଖ୍ୟା ହ୍ରାସ କରିବା ସହିତ ନୂତନ ଟିଟିଇ ଭର୍ତ୍ତିକୁ ବି ବନ୍ଦ କରିଦେଇଛି । ଏହି ପଦକ୍ଷେପ ଦ୍ୱାରା ଲୋକମାନଙ୍କୁ ସରପ୍ରାଇଜ ଯାଞ୍ଚର ଭୟ ରହିବ, ଯଦ୍ୱାରା ୱେଟିଙ୍ଗ ଟିକେଟରେ ଯାତ୍ରୀଙ୍କ ସଂଖ୍ୟା ବି ହ୍ରାସ ପାଇବ ।

ରେଳଯାତ୍ରୀଙ୍କ ଟିକେଟ ଯାଞ୍ଚ ଆଉ ଟିଟିଇ କରିବେ ନାହିଁ  ରେଳଯାତ୍ରୀ ହେବେ ହଟହଟା, ଏଣିକି ଯାତ୍ରୀଙ୍କ ଟିକେଟ ଯାଞ୍ଚ ଆଉ ଟିଟିଇ କରିବେ ନାହିଁ

ପଢନ୍ତୁ,  ରନ୍ଧନ ଗ୍ୟାସ୍‌ର ଲଗାତାର ଦର ବୃଦ୍ଧିକୁ ବିରୋଧ କରିଛନ୍ତି ବିଜୁ ଜନତା ଦଳ

Related posts

କୋରାପୁଟର ମିତାଲି ମଧୁସ୍ମିତା ଉତ୍ତରାଖଣ୍ଡରେ ଟପ୍ପର ହୋଇ ସ୍ୱର୍ଣ୍ଣପଦକ ଜିତିଛନ୍ତି

Krishna Kumar Manoj

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି ୨ ଓଡ଼ିଆ

Krishna Kumar Manoj

ପିଆଜ, ଆଳୁ ଓ ଟମାଟୋ ମୂଲ୍ୟର ଅସ୍ଥିରତାକୁ ନିୟନ୍ତ୍ରଣ କରିବା ପାଇଁ ଅପରେସନ୍‌ ଗ୍ରିନ୍‌

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More