CULTURES

ପ୍ରତ୍ୟେକ ହିନ୍ଦୁ ଧର୍ମ ପୀଠରେ ଆଜି ପାଳନ ହେଉଛି ପବିତ୍ର “ତୁଳସୀ ବିବାହ”

ହିନ୍ଦୁ ଧର୍ମ ଅନୁସାରେ , କାର୍ତ୍ତିକ ମାସର ଶୁକ୍ଲପକ୍ଷ ଏକାଦଶୀ କିମ୍ବା ଦ୍ଵାଦଶୀରେ ପାଳିତ ହୁଏ ତୁଳସୀ ବିବାହ ପର୍ବ । ପୁରାଣ କହେ , ତୁଳସୀ ଦେବୀଙ୍କୁ ବିଷ୍ଣୁ ପ୍ରିୟା କୁହାଯାଏ । ତେଣୁ ଶ୍ରୀବିଷ୍ଣୁଙ୍କ ପୂଜାରେ ତୁଳସୀ ପତ୍ରର ପ୍ରୟୋଗକୁ ଅନିର୍ବାର୍ଯ୍ୟ ମନେକରାଯାଏ ।

ହିନ୍ଦୁ ଧର୍ମରେ ଶ୍ରୀବିଷ୍ଣୁ ସ୍ୱରୂପ ଶାଳଗ୍ରାମ ଓ ତୁଳସୀଙ୍କ ମିଳନ ପର୍ବକୁ ତୁଳସୀ ବିବାହ କୁହାଯାଏ । ଏହି ପବିତ୍ର ଉତ୍ସବରେ ତୁଳସୀ ଓ ଶାଳଗ୍ରାମଙ୍କର ପୂର୍ଣ ବୈଦିକ ରୀତିରେ ବିବାହ ସମ୍ପର୍ଣ କରାଯାଏ । ପଦ୍ମ ପୁରାଣ ଅନୁସାରେ , ଏକାଦଶୀରେ ତୁଳସୀ ବିବାହ ଶୁଭ ଅଟେ ।

ଏ ଅବସରରେ ତୁଳସୀ ଓ ଶାଳଗ୍ରାମ ମୂର୍ତ୍ତି ଘରେ ସ୍ଥାପନା କରାଯାଏ । ହଳଦିଆ ରଙ୍ଗ ବିଷ୍ନୁଙ୍କର ଅତି ପ୍ରିୟ ହୋଇଥିବାରୁ ତୁଳସୀ ଓ ବିଷ୍ନୁଙ୍କ ସ୍ଵରୂପଙ୍କୁ ହଳଦିଆ ବସ୍ତ୍ର ଦ୍ଵାରା ସଜାଯାଏ । ତୁଳସୀଙ୍କୁ ସିତ କରି ଚତୁର୍ପାର୍ଶ୍ ଅଧାନୀରେ ଆବୃତ କରାଯାଏ ।

ଏହା ପରେ ପରମ୍ପରା ଓ ବିଧିବିଧାନ ସହ ତୁଳସୀ ବିବାହ ପର୍ବ ପାଳନ କରାଯାଏ । ଏହା ଦ୍ଵାରା ବ୍ୟକ୍ତି କନ୍ୟାଦାନର ଫଳ ପ୍ରାପ୍ତ କରନ୍ତି ବୋଲି ମାନ୍ୟତା ଅଛି । ପୁରାଣ ଅନୁସାରେ , ପ୍ରାଚୀନ କାଳରେ ରାକ୍ଷସ ଜଳନ୍ଧରର ପତ୍ନୀ ଥିଲେ ବୃନ୍ଦା ବା ତୁଳସୀ ।

ବୃନ୍ଦା ପତିବ୍ରତା ନାରୀ ଥିବାରୁ ତାଙ୍କ ପ୍ରଭାବରେ ଜଳନ୍ଧର ତିନିଲୋକରେ ଉପଦ୍ରପ କରୁଥିଲା । ଦେବଗଣଙ୍କ  ପ୍ରାର୍ଥନା କ୍ରମେ ବୃନ୍ଦାଙ୍କ ପତିବ୍ରତା ଧର୍ମ ଭଙ୍ଗ କରିବାକୁ ବିଷ୍ଣୁ ନିଷ୍ପତି ନେଲେ । ବୃନ୍ଦାଙ୍କ ସତୀତ୍ଵ ନଷ୍ଟ ହେବା ପରେ ଦେବତାଙ୍କ ସହ ଯୁଦ୍ଧରେ ଜଳନ୍ଧରର ମୃତ୍ୟୁ ହେଲା ।

ଏହା ଜାଣିବା ପରେ ବୃନ୍ଦା କ୍ରୋଧରେ ଭଗବାନ ବିଷ୍ଣୁଙ୍କୁ ଶାପ ଦେଲେ ‘ମୋର ସତୀତ୍ଵ ଭଙ୍ଗ କରିଥିବାରୁ ତୁମେ ପଥର ହୋଇଯିବ ‘ । ଭଗବାନ କହିଲେ ‘ହେ ବୃନ୍ଦା ! ଏହା ତୁମ ସତୀତ୍ଵର ହିଁ ଫଳ , ଯାହା ଦ୍ଵାରା ତୁମେ ତୁଳସୀ ହୋଇ ମୋ ସହ ରହିବ । ଯେଉଁ ମନୁଷ୍ୟ ତୁମ ସହ ମୋର ବିବାହ କରାଇବ, ସେ ପରମଧାମ ପ୍ରାପ୍ତି ହେବ’ ।

ପ୍ରତ୍ୟେକ ହିନ୍ଦୁ ଧର୍ମ ପୀଠରେ ଆଜି ପାଳନ ହେଉଛି ପବିତ୍ର "ତୁଳସୀ ବିବାହ"

ପଢନ୍ତୁ, ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ଶୃଙ୍ଖଳା ପୂର୍ବରୁ ହିଁ ଜସପ୍ରିତ ବୁମରାହଙ୍କୁ ମିଳିଲା ଫାଇଦା

Related posts

ଯାଣନ୍ତୁ ଦେବଉଠାଣି ଏକାଦଶୀରେ ପାଳନକର୍ତ୍ତା ବିଷ୍ଣୁଙ୍କୁ କେମିତି ଆରାଧନା କରିବେ

ENO Beuro

‘ଓଁ ନମଃ ଶିବାୟ’ ଉଚ୍ଚାରଣରେ କମ୍ପୁଥିଲା ଏକାମ୍ର କ୍ଷେତ୍ର ! ମଧ୍ୟରାତ୍ରିରେ ଉଠିଲା ମହାଦୀପ

ENO Beuro

୧୫ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଶେଷ ଦିନରେ ପହଞ୍ଚିଛି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More