Loading...

କେବେ ପିଇଛନ୍ତି କି ହଳଦୀ କଫି, ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଉପକାରିତା ସମ୍ପର୍କରେ

କେବେ ପିଇଛନ୍ତି କି ହଳଦୀ କଫି, ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଉପକାରିତା ସମ୍ପର୍କରେ

ହଳଦିରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଇନଫ୍ଲେମେଟରୀ ଗୁଣ ଭରପୁର ରହିଛି।

ଅଧିକାଂଶ ଲୋକଙ୍କୁ କଫି ପିଇବା ବେଶ ପସନ୍ଦ। କିଛି ଲୋକଙ୍କ ଦିନର ଆରମ୍ଭ କଫି ପିଇବାରୁ ହୋଇଥାଏ ବୋଲି କହିଲେ ମଧ୍ୟ ଭୁଲ ହେବ ନାହିଁ। ସେହିଭଳି କେତେକ ଲୋକେ ବିଛଣାରୁ ଉଠିବା ମାତ୍ରେ କଫି ପିଇ ଥାଆନ୍ତି। ବିଶେଷଜ୍ଞଙ୍କ ମତାନୁସାରେ ଖାଲି ପେଟରେ କିମ୍ବା ଅଧିକ ମାତ୍ରାରେ କଫି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। କଫିରେ କାଫିନ୍‌‌ ରହିଥାଏ, ତେଣୁ ଏହାକୁ ପିଇବା ପରେ ସତେଜ ଅନୁଭବ ହୋଇଥାଏ। ମାତ୍ର ଆବଶ୍ୟକତା ଠାରୁ ଅଧିକ କାଫିନ୍‌‌ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଆପଣଙ୍କୁ ଯଦି କଫି ପିଇବା ପସନ୍ଦ, ତେବେ ଏକ ବିଶେଷ କଥା ଜାଣି ରଖନ୍ତୁ। ରିପୋର୍ଟ ଅନୁଯାୟୀ, ହଳଦି କଫି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇନଥାଏ। ଜାଣନ୍ତୁ.. 
ହଳଦିରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଇନଫ୍ଲେମେଟରୀ ଗୁଣ ଭରପୁର ରହିଛି। ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। 
ହଳଦି କଫି ପିଇବା ଦ୍ୱାରା ଏହା ଶରୀରକୁ ଅନେକ ସଂକ୍ରମଣରୁ ରକ୍ଷା କରିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହ ମଜଭୂତ କରିଥାଏ। ଫଳରେ ଆପଣଙ୍କୁ ଏହା ଅନେକ ସମୟରେ ରୋଗରୁ ରକ୍ଷା କରିଥାଏ। 
ହଳଦି କଫି ପିଇବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ। ଏସିଡିଟି ଦୂର କରିଥାଏ। 
ହାଡରେ ଯନ୍ତ୍ରଣା ଅନୁଭବ ହେଉଥିଲେ ମଧ୍ୟ ଏହା ଦୂର କରିଥାଏ। 
ଏପରି କରନ୍ତୁ ପ୍ରସ୍ତୁତ.. 
ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ କଫି ଗୁଣ୍ଡକୁ ଫେଣ୍ଟି ଦିଅନ୍ତୁ। ବର୍ତ୍ତମାନ ଆଉ ଏକ ପାତ୍ରରେ ୧ କପ କ୍ଷୀର ନିଅନ୍ତୁ,ଏଥିରେ ୧ ଚାମଚ ହଳଦି ମିଶାନ୍ତୁ। ଏହାପରେ ଗ୍ୟାସ ଲଗାଇ ଏହି ୨ଟି ମିଶ୍ରଣକୁ ଭଲ ଭାବେ ଫୁଟାନ୍ତୁ। ଏବେ ଏଥିରେ କଫି ଗୁଣ୍ଡ ମିଶାଇ ଫୁଣି କିଛି ସମୟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ହଳଦି କଫି।  ନିଜ ପସନ୍ଦ ଅନୁଯାୟୀ ଏଥିରେ ସାମାନ୍ୟ ମହୁ ମଧ୍ୟ ମିଶାଇ ପାରିବେ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.