POLITICALS

ସଚିବାଳୟ କ୍ୟାଣ୍ଟିନରେ କର୍ମଚାରୀଙ୍କ ସହ ମିଶି କଲେ ମଧ୍ୟାହ୍ନ ଭୋଜନ କରି ଚର୍ଚ୍ଚାରେ ନବୀନଙ୍କ ଯୁବ ମନ୍ତ୍ରୀ

Tusarkanti 750x430

ଜଣେ ସାଧାରଣ ଲୋକ ଯେତେବେଳେ ଗୋଟେ ପଦରେ ଅଧିଷ୍ଠିତ ହେଲେ ବଢିଯାଏ ଖାତିର। ତାପରେ ତାଙ୍କର ସାଧାରଣ ଲୋକର ବଦଳିଯାଏ ହାବଭାବ। ତେବେ ନବୀନ ସରକାରଙ୍କ ପଞ୍ଚମ ପାଳିର  ଯୁବ ମନ୍ତ୍ରୀଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ତୁଷାରକାନ୍ତି ବେହେରା । ରାଜ୍ୟର କ୍ରୀଡା ଓ ଆଇଟି ବିଭାଗର ମନ୍ତ୍ରୀ । କିନ୍ତୁ ସାଧାରଣ ମନ୍ତ୍ରୀଙ୍କ ଠାରୁ ସେ ଟିକିଏ ଭିନ୍ନ । କାରଣ ମନ୍ତ୍ରୀ ପଦ ପାଇବା ପରେ ନେତାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥାଏ । ଖାତିର ବଢିଯାଏଥାଏ, ଗର୍ବ ମଧ୍ୟ ବଢି ଯାଏଥାଏ । ଏମାନଙ୍କୁ ଭେଟିବା ସାତ ସପନ ପାଲଟିଯାଏ ସାଧାରଣ ଲୋକଟିଏ ପାଇଁ । ବିଭିନ୍ନ ଆଳ ଦେଖାଇ ସାଧାରଣ ଲୋକଙ୍କୁ ଧରାଛୁଆଁ ଦିଅନ୍ତି ନାହିଁ ମନ୍ତ୍ରୀ । କିନ୍ତୁ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ପାଲଟିଛନ୍ତି ତୁଷାରକାନ୍ତି ।

Img 20190814 Wa0104

ନବୀନଙ୍କ ଟିମର ଯୁବ ଯୋଦ୍ଧାଙ୍କ ମଧ୍ୟରୁ ଜଣେ ତୁଷାର।ରାଜ୍ୟର କ୍ରୀଡା ଓ ଆଇଟି ବିଭାଗର ମନ୍ତ୍ରୀ ।  ବିଜେଡି ଟିକେଟରେ ନିର୍ବାର୍ଚନ ଲଢିବା ଠାରୁ ଆରମ୍ଭ କରି ମନ୍ତ୍ରୀ ପଦ ପାଇବା ପର୍ଯ୍ୟନ୍ତ ଚର୍ଚ୍ଚାର ଶିରୋନାମାରେ ରହିଥିଲେ ତୁଷାର । ଆଉ ଏବେ ସଚିବାଳୟ କ୍ୟାଣ୍ଟିନରେ ଖାଇବା ସହ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାର ପରିସରକୁ ଟାଣି ହୋଇଆସିଛନ୍ତି ତୁଷାର । ବିଜେଡି ଟିକେଟରେ ନିର୍ବାର୍ଚନ ଲଢିବା ଠାରୁ ଆରମ୍ଭ କରି ମନ୍ତ୍ରୀ ପଦ ପାଇବା ପର୍ଯ୍ୟନ୍ତ ଚର୍ଚ୍ଚାର ଶିରୋନାମାରେ ରହିଥିଲେ ତୁଷାର । ଆଉ ଏବେ ସଚିବାଳୟ କ୍ୟାଣ୍ଟିନରେ ଖାଇବା  ସହ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାର ପରିସରକୁ ଟାଣି ହୋଇଆସିଛନ୍ତି ତୁଷାର । କୌଣସି ମନ୍ତ୍ରୀ କିମ୍ବା ସଚିବଙ୍କ ଏଠାରେ କେବେ ପାଦ ପଡେନାହିଁ । କିନ୍ତୁ ତୁଷାର ସଚିବାଳୟ କ୍ୟାଣ୍ଟିନରେ ପହଞ୍ଚି ସିଧାସଳଖ ଖାଇବା ଟେବୁଲରେ ବସିଥିଲେ । ଆଉ ସଚିବାଳୟ କ୍ୟାଣ୍ଟିନରୁ ଖାଇବା ମଗାଇ କର୍ମଚାରୀଙ୍କ ସହ ଖାଇଥିଲେ । ଯାହା ସେଠାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏନେଇ ତୁଷାରଙ୍କୁ ପ୍ରଶ୍ନ କରିବାରୁ ସେ  କହିଛନ୍ତି, ସଚିବାଳୟ କ୍ୟାଣ୍ଟିନରେ ଖାଇବାକୁ ଇଚ୍ଛା ଥିଲା ଖାଇଲି ।

ତୁଷାରଙ୍କ ଏଭଳି ପ୍ରୟାସକୁ ଏବେ ଚାରିଆଡୁ ପ୍ରଂଶସା କରାଯାଉଛି । ଗତ କିଛି ଦିନ ତଳେ ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ନବୀନ । ସାଧାରଣ ଜୀବନ ଯାପନ  କରିବା ସହ ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ସମସ୍ୟାର ସମାଧାନ କରିବାକୁ କହିଥିଲେ ନବୀନ । ଆଉ ଏହି ଫର୍ମୁଲାକୁ ଏବେ ଆପଣାଇ ନେଇଛନ୍ତି ତୁଷାର ।

ପଢନ୍ତୁ: ଶେଷ ପର୍ଯ୍ୟାୟରେ ସ୍ୱାଧୀନତା ଦିବସ ପ୍ରସ୍ତୁତି, ଚର୍ଚ୍ଚାରେ କାନପୁରର ଟ୍ରାଇକଲର ମିଠା

Related posts

ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ

ENO Beuro

ଆଜି ଗାନ୍ଧିନଗର ଲୋକସଭାରୁ ନାମାଙ୍କନ ଦାଖଲ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

Ratnamani Moharana

ଅନୁଭବ ମହାନ୍ତିଙ୍କ ଜମୁଛି ନିର୍ବାଚନୀ ପ୍ରଚାର ସହ ରୋଡ୍ ସୋ’

Ratnamani Moharana

Leave a Comment