News

ମାଲକାନଗିରି : ଟିଭିରେ ବୋମା !

ବ୍ଳାଷ୍ଟିଂ କରାଇଲେ ବିଏସ୍‌ଏଫ୍‌ ଯବାନ

ରାସ୍ତାକଡର ଏକ ଗଛମୂଳେ ରଖାଯାଇଥିଲା ଏକ ପୁରୁଣା ଟିଭି । ବିଏସ୍‌ଏଫ୍‌ ଯବାନଙ୍କ ନଜରରେ ପଡିବା ପରେ ଏଥିରେ ବୋମା ଥିବା ସନ୍ଦେହ ହୋଇଥିଲା । ବୋମା ନିଷ୍କ୍ରିୟ ଦଳ ପହଞ୍ଚି ଟିଭିକୁ ବ୍ଳାଷ୍ଟିଂ କରିଥିଲେ । କିନ୍ତୁ ସେଥିରେ କୌଣସି ବିସ୍ପୋରକ ଦ୍ରବ୍ୟ ମିଳିନଥିଲା । ଏପରି ଘଟଣା ମଥିଲି ଥାନା ଉଦୁଲିବେଡା ମୁଖ୍ୟ ରାସ୍ତାରେ ଘଟିଛି । ଯାହା ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି ।

ସୂଚନା ଅନୁସାରେ , ମାଥିଲି ଥାନା ଉଦୁଲିବେଡା ଅର୍ନ୍ତଗତ ମୁଦୁଲିବେଡା ଗାଁରେ ଜାତୀୟ ରାଜପଥ କଡରେ ଏକ ଗଛମୂଳେ ଟିଭିଟି ରଖାଯାଇଥିବା ଦେଖିବାକୁ ମିଳିଥିଲା । ବିଏସ୍‌ଏଫ୍‌ ଟିମଙ୍କୁ ଏ ନେଇ ସୂଚନା ଦିଆ ଯାଇଥିଲା । ଏହାପରେ ବିଏସ୍‌ଏଫ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥାନଟିକୁ କର୍ଡନ କରି ବୋମା ନିଷ୍କ୍ରିୟକାରୀ ଟିମକୁ ଖବର ଦେଇଥିଲେ । ବୋମା ନିଷ୍କ୍ରିୟକାରୀ ଟିମ୍‌ ପହଞ୍ଚିବା ପରେ ଟିଭିଟିକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ।

ଏହା ମାଓବାଦୀଙ୍କ ଯୋଜନା ହୋଇଥାଇପାରେ ସନ୍ଦେହ କରି ଏପରି ବିସ୍ଫୋରଣ କରିଥିବା ଜଣାପଡ଼ିଛି । କୋରାପୁଟ ଦଣ୍ଡାବାଡିରେ ସନ୍ଦିଗ୍ଧ ବ୍ୟାଗରେ ବିସ୍ଫୋରଣ ହୋଇଥିଲା । ତେଣୁ ଏହି ଘଟଣାକୁ ବିଏସଏଫ ଯବାନ ଅତି ଗୁରୁତର ସହ ନେଇଥିଲେ ।

ପଢନ୍ତୁ ;

ଆସନ୍ତୁ ଜାଣିବା କେଉଁ ଖାଦ୍ୟଠାରୁ ରାତିରେ ଦୂରେଇ ରହିବା ଉଚିତ!

Related posts

ଇଚ୍ଛାମୃତ୍ୟୁ ମାଗିଲେ ଶ୍ରୀମନ୍ଦିର ସେବାୟତ

ENO Beuro

ରାଜ୍ୟ ସରକାରଙ୍କ ‘ଖୁସି’ ଯୋଜନା : ଏପ୍ରିଲରୁ ରାଜ୍ୟର ୧୭ ଲକ୍ଷ ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣାରେ ସାନିଟାରୀ ନାପକିନ

ENO Beuro

ଭାରତ ନେଟ ପ୍ରକଳ୍ପ ପାଇଁ ବିବିଏନଏଲ୍ ଗୁରୁତ୍ୱପୂର୍ଣ୍ଣ: ମନୋଜ ସିହ୍ନା

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More