• Home
  • Entertainment
  • ଆତ୍ମହତ୍ୟା କଲେ ‘ଇସ୍କବାଜ’ ପ୍ରଯୋଜକ ସଂଜୟ ବୈରାଗୀ
Entertainment

ଆତ୍ମହତ୍ୟା କଲେ ‘ଇସ୍କବାଜ’ ପ୍ରଯୋଜକ ସଂଜୟ ବୈରାଗୀ

ପୁଲିସକୁ ମିଳିଲା ସୁସାଇଡ ନୋଟ

କିଛିଦିନ ହେବ ଗ୍ଲାମରସ ଜଗତରେ ଶୋକର ଛାୟା ଖେଳିବାରେ ଲାଗିଛି ।  ଏବେ ଷ୍ଟାରପ୍ଲସରେ ଆଧାରିତ ଡେଲି ଧାରାବାହିକ ‘ଇସ୍କବାଜ’ର ପ୍ରଯୋଜକ ସଂଜୟ ବୈରାଗୀ ମୁମ୍ବାଇର ମଲାଡ ଇଲାକାରେ ଅବସ୍ଥିତ କୋଠାରୁ ୧୬ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ପୂର୍ବରୁ ଖବର ଆସିଥିଲା ସଂଜୟଙ୍କ ମାନସିକ ଭାରସାମ୍ୟ ବିଗିଡି ଯାଇଥିଲା ତେଣୁ ସେ ବିଲ୍ଡିଂରୁ ପଡି ଯାଇଥିଲେ । ମାତ୍ର ପୁଲିସଙ୍କୁ ତାଙ୍କ ପାଖରୁ ଏକ ସୁସାଇଡ ନୋଟ ମିଳିବାରୁ ,ଏହି କଥାର ସତ୍ୟାସତ୍ୟ ମିଳିଛି ଯେ ସେ ଆତ୍ମହତ୍ୟା କରିଛନ୍ତି ।

ସଂଜୟ ହୋଲି ଖେଳି ସଂନ୍ଧ୍ୟା ୪.୩୦ରେ ଘରକୁ ଫେରିଥିଲେ । ସେ ହୋଲି ସେଲିବ୍ରେସନର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ । ମାତ୍ର ୨ଘଂଟା ପରେ ସେ ଆତ୍ମହତ୍ୟା କରିଥିଲେ ।

ସଂଜୟ ତାଙ୍କ ସୁସାଇଡ ନୋଟରେ ଲେଖିଛନ୍ତି ଯେ, ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ତେଣୁ ଏହା ତାଙ୍କ ଭୂଲ । ତାଙ୍କ ପରିବାର ଖରାପ ପରିସ୍ଥିତି ଦେଇ ଗତି କରୁଥିବା ମଧ୍ୟ ଏହି ନୋଟରେ ଲେଖିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ସେ ନିଜେ ଦାୟୀ ବୋଲି ମଧ୍ୟ ନୋଟରେ ଲେଖିଛନ୍ତି । ଏଥି ପାଇଁ କେହି ଦାୟୀ ନୁହନ୍ତି ବୋଲି ସେ ଲେଖିଛନ୍ତି ।

ଆତ୍ମହତ୍ୟା କଲେ ‘ଇସ୍କବାଜ’ ପ୍ରଯୋଜକ ସଂଜୟ ବୈରାଗୀ isqbaz praducer

ପଢନ୍ତୁ ;

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସାମିଙ୍କ ପରଲୋକ

Related posts

ଚାଷ ଜମିରେ ବେଆଇନ କୋଠା ନିର୍ମାଣ: ଆୟକର ବିଭାଗ ଦ୍ୱାରା କିଙ୍ଗ୍‌ଖାନ୍‌ଙ୍କ ଫାର୍ମ ହାଉସ୍‌ ବ୍ୟାଜାପ୍ତ

Krishna Kumar Manoj

ଛୋଟ ପରଦାରେ ପୁଣି ନଜର ଆସିବେ ମାଧୁରୀ ଦିକ୍ଷିତ୍

Krishna Kumar Manoj

ବହୁତ ଜଲଦି ଦର୍ଶକଙ୍କ ପାଖକୁ ଆସୁଛି ଏକ ନୂତନ ଧରଣର ଡକୁମେଣ୍ଟାରି ଓଡିଆ ଚଳଚିତ୍ର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More