News

ଟ୍ଵିଟର୍‌ରେ ଛାଇଲା #ଧାରା୩୭୦ ଟ୍ଵିଟ୍‌

Twitter Logo

ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ ଜମ୍ମୁ-କଶ୍ମୀର ସମ୍ବଦ୍ଧିତ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବ ରଖିବା ପରେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ରେ ଏବେ #ଧାରା୩୭୦  ଟ୍ଵିଟ୍‌ର ଭିଡ଼ ଜମିଛି। ଅନେକ ଜଣାଶୁଣା ବ୍ୟକ୍ତି ଟ୍ଵିଟର୍‌ରେ ଏହାକୁ ନେଇ ଟ୍ଵିଟ୍‌ କରିବାରେ ଲାଗିଛନ୍ତି।

ଅଭିନେତା ବିବେକ ଓବରଏ  ଲେଖିଛନ୍ତି, ‘ଦେଶ ପାଇଁ ସହିଦ ହୋଇଥିବା ସେ ସମସ୍ତ ଯବାନଙ୍କ ପାଇଁ ଏହା ହେଉଛି ବଡ଼ ଶ୍ରଦ୍ଧାଞ୍ଜଳି। ସମସ୍ତ ଦେଶଭକ୍ତଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ହୃଦୟରୁ ସଲାମ।’

Capture

 

ଲେଖକ ଚେତନ ଭଗତ ଲେଖିଛନ୍ତି, ‘୨୦୧୯, ଅଗଷ୍ଟ ୫ ତାରିଖ। ଶେଷରେ କଶ୍ମୀର ସ୍ୱାଧୀନ ହୋଇଗଲା। ସ୍ୱାଧୀନ ହୋଇଗଲା ଆଗକୁ ବଢ଼ିବା ପାଇଁ ଓ ଭବିଷ୍ୟତ ଗଢ଼ିବା ପାଇଁ।

Capture

ଭାରତୀୟ କ୍ରିକେଟ୍‌ ତାରକା ସୁରେଶ ରାଇନା  ଲେଖିଛନ୍ତି, ‘ଏହା ଏକ ଐତିହାସିକ ପଦକ୍ଷେପ। ଧାରା ୩୭୦ର ଉଚ୍ଛେଦ ଏକ ସୁନ୍ଦର ସମୟକୁ ସ୍ୱାଗତ କରିବ।’

Capture

ପଢନ୍ତୁ: ୧୬ରେ ସମୂହ ଛୁଟିରେ ଯିବେ ୪୮୮ ବର୍ଗ କଲେଜ ଅଧ୍ୟାପକ

Related posts

ମାସର ଦ୍ଵିତୀୟ ଓ ଚତୁର୍ଥ ଶନିବାରକୁ ସରକାରୀ ଛୁଟି ଘୋଷଣା କଲେ ସରକାର

Ratnamani Moharana

ଆଜିଠୁ ଆରମ୍ଭ ଯୁକ୍ତ୨ ନାମଲେଖା ପ୍ରକ୍ରିୟା

Ratnamani Moharana

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

Ratnamani Moharana

1 comment

Leave a Comment